ମାଙ୍ଗଲୋର୍ : କରୋନା ଭାଇରସ୍ର ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲାଗୁ ହୋଇଛି ଲକ୍ ଡାଉନ୍ । 21 ଦିନିଆ ଲକ୍ ଡାଉନ୍ ସମୟରେ ଘରୁ ବାହାରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । କେବଳ ଅତ୍ୟାବଶ୍ୟକ ଜିନିଷ ପାଇଁ ଘରୁ ଯାଇ ହେବ । ପୋଲିସ୍ ଓ ପ୍ରଶାସନ ଲକ୍ ଡାଉନ୍କୁ ବେଶ୍ କଡାକଡି କାର୍ଯ୍ୟକାରୀ କରୁଛନ୍ତି । ସେହିପରି ଏହି ଲକ୍ ଡାଉନକୁ ଭାଙ୍ଗିବା ପାଇଁ ମଧ୍ୟ ଭିନ୍ନ ଭିନ୍ନ ପ୍ରୟାସ କରୁଛନ୍ତି କିଛି ଲୋକେ । ଲକ୍ଡାଉନ୍ର କଡା ନିୟମ ମଧ୍ୟରୁ ବାହାରି ଜଣେ ଯୁବକ ତାଙ୍କ ସାଙ୍ଗକୁ ଦେଖିବାକୁ ଯାଇଥିଲେ । କିନ୍ତୁ ପରିଶେଷରେ ଧରା ପଡିଯାଇଥିଲେ।
ଲକ୍ ଡାଉନର କଡା ନିୟମ ମଧ୍ୟରୁ ଭିନ୍ନ ଉପାୟ ବାହାର କରି ଯୁବକ ଜଣକ ନିଜ ସାଙ୍ଗକୁ ସାକ୍ଷାତ କରିବାକୁଯାଇଥିଲେ । ତେବେ ସେ କିଭଳି ଭାବରେ ତାଙ୍କ ଲକ୍ ଡାଉନର ନିୟମକୁ ଭାଙ୍ଗିଥିଲେ ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମିଳିଥିବା ସୂଚନା ଅନୁସାରେ ଏହି ଘଟଣାଟି କର୍ଣ୍ଣାଟକର ମାଙ୍ଗାଲୋର୍ରେ ଘଟିଛି । ମାଙ୍ଗାଲୋର୍ ରହୁଥିବା ଜଣେ ଯୁବକ ତାଙ୍କ ସାଙ୍ଗକୁ ଭେଟିବା ପାଇଁ ଚାହୁଁଥିଲେ । ରାସ୍ତାରେ ପୋଲିସର କଡା ପ୍ରହାର ଯୋଗୁଁ ରାସ୍ତାକୁ ବାହାରିବା ଅସମ୍ଭବ ଥିଲା । ଏଥିପାଇଁ ସେ ନିଜକୁ ଏକ ସୁଟ୍କେଶ୍ରେ ବନ୍ଦ କରିଦେଲେ । ଆଉ ଜଣେ ସାଙ୍ଗଙ୍କ ସାହାଯ୍ୟରେ ସେ ତାଙ୍କ ସାଙ୍ଗଙ୍କ ଘରକୁ ଯାଇଥିଲେ । କିନ୍ତୁ ସୁଟ୍କେଶରୁ ବାହାରିବା ସମୟରେ ସେ ଧରାପଡିଯାଇଥିଲେ । ଏହି ଘଟଣାଟି ଆର୍ଯ୍ୟସମାଜ ରୋଡସ୍ଥିତ ଏକ ଆପାର୍ଟମେଣ୍ଟରେ ଘଟିଛି । ସୁଟ୍କେଶ୍ଟି ଆପାର୍ଟମେଣ୍ଟକୁ ଯିବା ସମୟରେ ଏହା ଗଳି ପଡିଥିଲା । ପରେ ଲୋକଙ୍କୁ ଏହି ସୁଟ୍କେଶକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଯେତେବେଳେ ସୁଟ୍କେଶ ଖୋଲାଗଲା ସେତେବେଳେ ଏହା ଭିତରୁ ଜଣେ ମଣିଷ ବାହାରିଲା । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁଇ ସାଙ୍ଗକୁ ପଚାରାଉଚୁରା କରିବା ସହ ଦୁହିଁଙ୍କୁ ପୋଲିସ୍ ଷ୍ଟେସନ ନେଇଯାଇଛି । (ଏଜେନ୍ସି)