Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଳମ୍ବରେ ଲକ୍‌ ଡାଉନ୍‌ ଜାରି କରିବାକୁ ନେଇ ବିଜେପିକୁ ଟାର୍ଗେଟ୍‌ କଲେ କମଲନାଥ
ଆଜିର ଖବର

ବିଳମ୍ବରେ ଲକ୍‌ ଡାଉନ୍‌ ଜାରି କରିବାକୁ ନେଇ ବିଜେପିକୁ ଟାର୍ଗେଟ୍‌ କଲେ କମଲନାଥ

April 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମଧ୍ୟପ୍ରଦେଶ : ଦେଶରେ କରୋନା ସ୍ଥିତି ବେଶ୍‌ ସଙ୍ଗୀନ ହୋଇପଡିଛି । କରୋନା ସହ ମୁକାବିଲା କରିବା ପାଇଁ କେନ୍ଦ୍ରସରକାର ଦେଶରେ 21 ଦିନିଆ ଲକ୍‌ ଡାଉନର ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶରେ ମଧ୍ୟ କରୋନା ସଂକ୍ରମିତ ବେଶ୍‌ ବଢିବାରେ ଲାଗିଛି । ରାଜ୍ୟରେ କରୋନା ସ୍ଥିତିକୁ ଦେଖି କମଲନାଥ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି । ରାଜ୍ୟରେ କରୋନା ପ୍ରସାର କରୁଥିବାବେଳେ ବିଜେପି ରାଜ୍ୟରେ କଂଗ୍ରେସ ସରକାରକୁ ହଟାଇବା ପାଇଁ ଲକ୍‌ ଡାଉନ୍‌ ପ୍ରକ୍ରିୟା କରିବାରେ ବିଳମ୍ବ କରିଥିଲା । ଦେଶର ସଂକଟ ସମୟରେ ବିଜେପି କ୍ଷମତାର ରାଜନୀତି ଚଲାଇଥିଲା ବୋଲି କହିଛନ୍ତି କମଲନାଥ ।

ମଧ୍ୟପ୍ରଦେଶରେ କରୋନା ସ୍ଥିତି ବେଶ୍‌ ଉଦ୍‌ବେଗଜନକ ରହିଛି । ପ୍ରତ୍ୟେକ ଦିନ କରୋନା ଜନିତ ନୂଆ ନୂଆ ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ କରୋନା ସ୍ଥିତକୁ ଦେଖି କମଲନାଥ କହିଛନ୍ତି ଯେ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଏହି ଗମ୍ଭୀର ରୋଗ ସମ୍ପର୍କରେ ବହୁ ପୂର୍ବରୁ ଚିନ୍ତା ପ୍ରକଟ କରିଥିଲେ । କେନ୍ଦ୍ର ସରକାର କରୋନାର ଗମ୍ଭୀରତା ବୁଝିବା ପାଇଁ ବହୁ ସମୟ ନେଇଥିଲେ । 40 ଦିନ ପରେ ଲକ୍‌ ଡାଉନ୍‌ର ନିଷ୍ପତ୍ତି ନେଇଥିଲେ । କମଲନାଥ କହିଛନ୍ତି ଯେ, ମାର୍ଚ୍ଚ 16 ତାରିଖରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ରାହୁଲ୍‌ ଗାନ୍ଧି ଫେବୃଆରୀ 12 ତାରିଖରେ କରୋନା ମହାମାରୀ ସମ୍ପର୍କରେ ଅବଗତ କରାଇଥିଲେ । ତଥାପି ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍‌ ଜାରି କରିବାରେ 40 ଦିନ ବିଳମ୍ବ କରିଥିଲେ ।

କମଲନାଥ କହିଛନ୍ତି ଯେ, କେନ୍ଦ୍ରସରକାର ସମ୍ପୂର୍ଣ୍ଣ ଦୃଷ୍ଟି ମଧ୍ୟପ୍ରଦେଶ ସରକାର ଭାଙ୍ଗିବା ଉପରେ କେନ୍ଦ୍ରିତ କରିଥିଲେ । ଦେଶର ଏପରି ଏକ ସଂକଟକୁ ଅଣଦେଖା କରିଥିଲେ । ସେହି ସମୟରେ କରୋନା ସମ୍ପର୍କରେ ଚିନ୍ତା କରିବାର ସମୟ ଥିଲା । କିନ୍ତୁ କେନ୍ଦ୍ର ସରକାର ରାଜ୍ୟସଭା ନିର୍ବାଚନ ଉପରେ ଫୋକସ୍‌ କରିଥିଲେ । ଦେଶରେ ମାର୍ଚ୍ଚ 24 ତାରିଖରେ ଲକ୍‌ଡାଉନ୍‌ର ଘୋଷଣା କରାଗଲା । ତା’ର ଗୋଟିଏ ଦିନ ପୂର୍ବରୁ ମାର୍ଚ୍ଚ 23 ତାରିଖରେ ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହ୍ବାନ୍‌ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କଲେ ।

ସୂଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 8000 ପାର୍‌ କରିଥିବାବେଳେ ମୃତ୍ୟୁ ସଂଖ୍ୟା 273ରେ ପହଞ୍ଚିଛି । ସେହିପରି ମଧ୍ୟପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 500 ଟପିଥିବାବେଳେ ମୃତ୍ୟୁସଂଖ୍ୟା 36ରେ ପହଞ୍ଚିଛି । (ଏଜେନ୍ସି)

kamalnath
Share. Facebook Twitter LinkedIn Email WhatsApp Copy Link

Related Posts

ଜିଲ୍ଲା ପରିଷଦ ଏବଂ ପଞ୍ଚାୟତ ସମିତି ନିର୍ବାଚନରେ ​​ମହାୟୁତିର ବିପୁଳ ବିଜୟ: ଖୁସି ବ୍ୟକ୍ତ କଲେ ଏକନାଥ ସିନ୍ଦେ

February 10, 2026

କୋଚି ୱାଟର ମେଟ୍ରୋ ପରିଦର୍ଶନ କଲେ ଭୁବନେଶ୍ୱର ଗଣମାଧ୍ୟମ ପ୍ରତିନିଧି

February 10, 2026

ପାକିସ୍ତାନ ସହ ବଡ଼ ଚୁକ୍ତି ଭାଙ୍ଗି ବହୁତ କ୍ଷତି ପହଞ୍ଚାଇଲା ଭାରତର “ମିତ୍ର”: ଇଣ୍ଡିଆକୁ ଲାଭ!

February 10, 2026

ଭାରତ ସହିତ ମ୍ୟାଚ୍‌ ରେ ନୂଆ ବିବାଦ ସୃଷ୍ଟି କଲା ପାକିସ୍ତାନ: ଅସୀମ ମୁନିରଙ୍କ ନାମ ଉଲ୍ଲେଖ କରି ଦେଲା ଧମକ

February 10, 2026
Latest News

ଜିଲ୍ଲା ପରିଷଦ ଏବଂ ପଞ୍ଚାୟତ ସମିତି ନିର୍ବାଚନରେ ​​ମହାୟୁତିର ବିପୁଳ ବିଜୟ: ଖୁସି ବ୍ୟକ୍ତ କଲେ ଏକନାଥ ସିନ୍ଦେ

February 10, 2026

କୋଚି ୱାଟର ମେଟ୍ରୋ ପରିଦର୍ଶନ କଲେ ଭୁବନେଶ୍ୱର ଗଣମାଧ୍ୟମ ପ୍ରତିନିଧି

February 10, 2026

ପାକିସ୍ତାନ ସହ ବଡ଼ ଚୁକ୍ତି ଭାଙ୍ଗି ବହୁତ କ୍ଷତି ପହଞ୍ଚାଇଲା ଭାରତର “ମିତ୍ର”: ଇଣ୍ଡିଆକୁ ଲାଭ!

February 10, 2026

ଭାରତ ସହିତ ମ୍ୟାଚ୍‌ ରେ ନୂଆ ବିବାଦ ସୃଷ୍ଟି କଲା ପାକିସ୍ତାନ: ଅସୀମ ମୁନିରଙ୍କ ନାମ ଉଲ୍ଲେଖ କରି ଦେଲା ଧମକ

February 10, 2026

ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ ପଡ଼ିଲେ ଏହି ୫ ପ୍ରମୁଖ ଖେଳାଳି: ଜାଣନ୍ତୁ ସେମାନେ କିଏ?

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.