
ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍ ପ୍ରଭାବରେ ମୃତ୍ୟୁ ସଂଖ୍ୟା 300 ଅତିକ୍ରମ କରିଛି । ଗତ 24 ଘଣ୍ଟା ମଧ୍ୟରେ 35 ଜଣଙ୍କ ପ୍ରାଣହାନି ସହିତ 308 ଛୁଇଁଛି କରୋନା ମୃତ୍ୟୁ ସଂଖ୍ୟା । ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ଦେଶରେ ମୃତ୍ୟୁ ସଂଖ୍ୟା 308ରେ ପହଞ୍ଚିଛି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 9151ରେ ପହଞ୍ଚିଥିବା ବେଳେ 856 ଜଣ ସୁସ୍ଥ ହୋଇ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା 7989 ଜଣ ଚିକିତ୍ସାଧୀନ ରହିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ 1982 ଜଣ ଆକ୍ରାନ୍ତ ହୋଇଥିବା ବେଳେ 149 ଜଣ ପ୍ରାଣ ହରାଇଛନ୍ତି । ସେହିପରି ଦିଲ୍ଲୀ ଏବଂ ତାମିଲନାଡୁରେ ଯଥାକ୍ରମେ 1154 ଏବଂ 1075 ଜଣ ଆକ୍ରାନ୍ତ ରହିଥିବା ଜଣାପଡିଛି । ଅପରପକ୍ଷରେ ବିଶ୍ବବ୍ୟାପୀ କରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 14 ହଜାର 247ରେ ପହଞ୍ଚିଛି ।