Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଫ୍‌-୧୬ ଜେଟ୍‌ର ଅପବ୍ୟବହାର କରିଥିବାରୁ ପାକିସ୍ତାନକୁ କୈଫିୟତ୍‌ ମାଗିଲା ଆମେରିକା
ଆଜିର ଖବର

ଏଫ୍‌-୧୬ ଜେଟ୍‌ର ଅପବ୍ୟବହାର କରିଥିବାରୁ ପାକିସ୍ତାନକୁ କୈଫିୟତ୍‌ ମାଗିଲା ଆମେରିକା

March 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
why f-16 entered into indian territory, questioned us to pak
why f-16 entered into indian territory, questioned us to pak

ଏଫ-୧୬ ବିମାନ ବ୍ୟବହାର ନେଇ ପାକିସ୍ତାନକୁ ଆମେରିକା ଜବାବ ମାଗିଛି । ଭାରତ ବିରୋଧରେ ପାକିସ୍ତାନ ଗତ ୨୭ ତାରିଖରେ ଏଫ-୧୬ ଯୁଦ୍ଧ ବିମାନ ବ୍ୟବହାର କରିଥିଲା ।  ଫଳରେ ଆମେରିକା ଓ ପାକିସ୍ତାନ ମଧ୍ୟରେ ବୁଝାମଣା ଉଂଲଘନ ହୋଇଥିବା ଅଭିଯୋଗ ହୋଇଛି । ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ପାକିସ୍ତାନକୁ ଏଫ-୧୬ ଦେଇଥିଲା ଆମେରିକା । ଯାହାକୁ କୌଣସି ଦେଶ ଉପରେ ଟାର୍ଗେଟ କରିବାକୁ ବ୍ୟବହାର କରିପାରିବନାହିଁ ପାକିସ୍ତାନ । କିନ୍ତୁ ଭାରତ ଉପରେ ଆକ୍ରମଣ ପାଇଁ ପାକିସ୍ତାନ ଏଫ-୧୬ର ବ୍ୟବହାର କରିଥିବା ବେଳେ ଏହା ମାନୁନାହିଁ ପାକିସ୍ତାନ। ସେପଟେ ଏଫ୍-୧୬ରୁ ଉତକ୍ଷେପଣ କରାଯାଇଥିବା ଏମରାମ କ୍ଷେପଣାସ୍ତ୍ରର ଅବଶେଷ ମିଳିଥିବା ପ୍ରମାଣ ଦେଇଛି ଭାରତୀୟ ସେନା । ଏଫ-୧୬ ବିମାନର ଅଂଶବିଶେଷ ମଧ୍ୟ ଭାରତକୁ ମିଳିଛି । ବ୍ୟବହାରକାରୀ ଚୁକ୍ତି ଉଲ୍ଲଂଘନ କରି ଆମେରିକା ନିର୍ମିତ ଏଫ୍‌-୧୬ ଲଢୁଆ ବିମାନକୁ ଭାରତ ବିରୋଧରେ ପାକିସ୍ତାନର ସମ୍ଭାବ୍ୟ ଅପବ୍ୟବହାର ସଂକ୍ରାନ୍ତ ଅଧିକ ସୂଚନା ଯୁକ୍ତରାଷ୍ଟ୍ର ଆମେରିକା ଚାହୁଁଥିବା କଥା ବୈଦେଶିକ ବ୍ୟାପାର ବିଭାଗ କହିଛି। ଏଥିପାଇଁ ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଅଧିକ ସୂଚନା ମାଗିଛି। ସମଗ୍ର ବିଶ୍ୱରେ ହାଇ-ଟେକ୍‌ ପ୍ରତିରକ୍ଷା ସାମଗ୍ରୀ ବିକ୍ରୟ କରୁଥିବା ଯୁକ୍ତରାଷ୍ଟ୍ର ଆମେରିକା ସେଗୁଡ଼ିକର ଅପବ୍ୟବହାର ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ। ଏଫ୍‌-୧୬ର ଅପବ୍ୟବହାର ସଂକ୍ରାନ୍ତ କୌଣସି ନିଷ୍ପତ୍ତି ଗ୍ରହଣ କରିବା ପୂର୍ବରୁ ଅଧିକ ତଥ୍ୟ ହାସଲ କରିବାକୁ ଉଦ୍ୟମ ଚଳାଇଛି ଯୁକ୍ତରାଷ୍ଟ୍ର ଆମେରିକା।

thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ରାସ୍ତାରେ ୨ ଯୁବକଙ୍କୁ ନିସ୍ତୁକ ମାଡ଼

May 22, 2026

ଲ୍ୟାମ୍ପସ ଏମଡ଼ିଙ୍କ ଘରେ ଭିଜିଲାନ୍ସ

May 22, 2026

ଡିଜିଟାଲ୍ ସେନସେସନ୍ CJPର କାହାଣୀ

May 22, 2026

ଜଳିଗଲା ଯାତ୍ରୀବାହୀ ବସ୍‌, ୨ ଜୀବନ୍ତ ଦଗ୍ଧ

May 22, 2026
Latest News

ଜାତୀୟ ଆୟୁର୍ବେଦ କଂଗ୍ରେସ ପ୍ରତିଷ୍ଠା ଦିବସ, ୨୪ ତାରିଖରେ ହେବ ପାଳନ

May 22, 2026

ରାସ୍ତାରେ ୨ ଯୁବକଙ୍କୁ ନିସ୍ତୁକ ମାଡ଼

May 22, 2026

ଲ୍ୟାମ୍ପସ ଏମଡ଼ିଙ୍କ ଘରେ ଭିଜିଲାନ୍ସ

May 22, 2026

ଡିଜିଟାଲ୍ ସେନସେସନ୍ CJPର କାହାଣୀ

May 22, 2026

ଜଳିଗଲା ଯାତ୍ରୀବାହୀ ବସ୍‌, ୨ ଜୀବନ୍ତ ଦଗ୍ଧ

May 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.