
ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ କ୍ବାରାଣ୍ଟାଇନ୍ ସେଣ୍ଟରରେ ଜଣେ 10 ମାସର ଶିଶୁ ପ୍ରାଣ ହରାଇଛି । ଉତ୍ତର ପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି । ସିଦ୍ଧାର୍ଥନଗରର ପ୍ରାଥମିକ ସ୍କୁଲରେ ଏହି 10 ମାସର ଶିଶୁ କନ୍ୟାଟି ପ୍ରାଣ ହରାଇଛି । ଗୁରୁବାର ସନ୍ଧ୍ୟାରେ ଶିଶୁକନ୍ୟା ନିକଟରେ ମିଳିମିଳାର ଲକ୍ଷଣ ଦେଖାଦେଇଥିଲା । ଶନିବାର ଶିଶୁଟିକୁ ଡାକ୍ତରଖାନାକ ନିଆଯାଇଥିବା ବେଳେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଉତ୍ତର ପ୍ରଦେଶରେ ଏହା ପ୍ରଥମ କ୍ବାରାଣ୍ଟାଇନ୍ ଶିଶୁ ମୃତ୍ୟୁ । 29ମାର୍ଚ୍ଚରେ ପିତା ମାତାଙ୍କ ଳସହିତ ମୁମ୍ବାଇକରୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ କ୍ବାରାଣ୍ଟାଇନ୍ ସେଣ୍ଟରରେ ଅବସ୍ଥାନ କରିଥିଲେ ପରିବାର । ଶନିବାର କ୍ବାରାଣ୍ଟାଇନ୍ ଅବଧି ଶେଷ ହେବାକୁ ଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିବା ନେଇ ଜିଲ୍ଲାପାଳ ଦୀପକ ମୀନା ସୂଚନା ଦେଇଛନ୍ତି । (ଏଜେନ୍ସି)