କରୋନା ପାଇଁ ମୋଦିଙ୍କ ସପ୍ତପଦୀ

Published: Apr 14, 2020, 10:37 am IST

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ଜଟିଳ ଥିବାରୁ ଦେଶରେ ଲକ୍‌ ଡାଉନ୍‌ର ଅବଧିକୁ ମେ’ ତିନି ପର୍ଯ୍ୟନ୍ତ ବୃଦ୍ଧି କରାଇଛନ୍ତି ।  କରୋନାକୁ ନେଇ ଦେଶବାସୀଙ୍କ ସମ୍ବୋଧିତ କରିବା ସମୟରେ ସାତୋଟି କଥା ଉପରେ ଧ୍ୟାନ ଦେବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • ଦେଶର ଏପରି ସଂକଟ ସମୟରେ ଘରେ ରହିଥିବା ବୃଦ୍ଧ ତଥା ପୁରାତନ ରୋଗ ପୀଡ଼ିତଙ୍କ ଧ୍ୟାନ ରଖିବାକୁ କହିଛନ୍ତି ମୋଦି ।
  • ଆୟୁଷ ମନ୍ତ୍ରାଳୟ ଦ୍ବାରା ନିର୍ଦ୍ଧାରିତ ନିୟମ ପାଳନ କରିବାକୁ ପରାମର୍ଶ ।
  • ଘରେ ପ୍ରସ୍ତୁତ ମାସ୍କର ବ୍ୟବହାର କରନ୍ତୁ ।
  • ରୋଗପ୍ରତିରୋଧକ ଶକ୍ତି ବଢାଇବା ପାଇଁ ନିର୍ଦ୍ଦେଶର ପାଳନ କରନ୍ତୁ ।
  • ଆରୋଗ୍ୟ ସେତୁ ଡାଉନ୍‌ଲୋଡ୍‌ କରନ୍ତୁ ।
  • ଗରିବଙ୍କ ଦେଖାଶୁଣା କରନ୍ତୁ
  • ଏହି ସଂକଟ ସମୟରେ କାହାକୁ ଚାକିରିରୁ ବାହାର କରନ୍ତୁ ନାହିଁ । ଶିଳ୍ପ ସଂସ୍ଥା ତଥା ବ୍ୟବସାୟ ପ୍ରତିଷ୍ଠାନ କର୍ମଚାରୀଙ୍କ ଉପରେ ନଜର ରଖିବାକୁ ପରାମର୍ଶ ।
  • କରୋନା ଯୋଦ୍ଧାଙ୍କୁ ସହଯୋଗ କରିବା ସହ ଆଦର କରନ୍ତୁ ।

Related posts