ଭାରତକୁ ୨୩୭ ରନ୍‌ ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

Published: Mar 2, 2019, 5:43 pm IST
austrelia targets to india 237 runs in the first oneday

ପ୍ରଥମ ଦିନିକିଆରେ ଭାରତକୁ ଅଷ୍ଟ୍ରେଲିଆ ୨୩୭ ରନ୍‌ ଟାର୍ଗେଟ ଦେଇଛି। ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧୀ ଅର୍ନ୍ତଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଚାଲିଥିବା ପ୍ରଥମ ଏକଦିବସୀୟରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୨୩୬ ରନ୍‌ ସଂଗ୍ରହ କରିଛି। ଫଳରେ ଭାରତକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୨୩୭ ରନ୍‌ ଟାର୍ଗେଟ ମିଳିଛି। ଭାରତର ମହମ୍ମଦ ସାମି, ଯଶପ୍ରୀତ ବୁମରା ଓ କୁଲଦୀପ ଯାଦବଙ୍କୁ ୨-୨ ଓ୍ଵିକେଟ ମିଳିଥିବା ବେଳେ କେଦାର ଯାଧବ ଗୋଟିଏ ଓ୍ଵିକେଟ ନେଇଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ଉସମାନ୍ ଖ୍ୱାଜା ସର୍ବାଧିକ ୫୦ ରନ୍, ଗ୍ଲେନ୍ ମ୍ୟାକ୍ସୱେଲ ୪୦, ମାର୍କସ୍ ଷ୍ଟୋଇନିସ୍ ୩୭ ଓ ଆଷ୍ଟନ୍ ଟର୍ଣ୍ଣର ଅପରାଜିତ ୩୬ ରନ୍ କରିଛନ୍ତି ।

Related posts