Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିଲ୍ଲୀର ଯମୁନାଘାଟରେ ଏକାଠି ହେଲେ ଶ୍ରମିକ : ଲକ୍ ଡାଉନ୍‌ ସମୟରେ ସାମାଜିକ ଦୂରତ୍ବକୁ ଫୁ’
ଆଜିର ଖବର

ଦିଲ୍ଲୀର ଯମୁନାଘାଟରେ ଏକାଠି ହେଲେ ଶ୍ରମିକ : ଲକ୍ ଡାଉନ୍‌ ସମୟରେ ସାମାଜିକ ଦୂରତ୍ବକୁ ଫୁ’

April 15, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଚାଲିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି । କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ କରୋନା ସହ ମୁକାବିଲା କରିବାରେ ଜୋରସୋର୍‌ର ପ୍ରସ୍ତୁତି ଚଲାଇଛନ୍ତି । କରୋନା ସହ ଦୃଢ ମୁକାବିଲା ପାଇଁ ସାରା ରାଜ୍ୟରେ ଲକ୍‌ ଡାଉନ୍‌ ଜାରି କରାଯାଇଛି । କରୋନା କବଳରୁ କେବଳ ସାମାଜିକ ଦୂରତ୍ବ ଜରିଆରେ ଏହି ସଂକ୍ରମଣକୁ ରୋକାଯାଇପାରିବ । କିନ୍ତୁ ବହୁ ଜାଗାରେ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ ହେଉଥିବାର ଦେଖିବାକୁ ମିଳିଛି । ଗତକାଲି ମୁମ୍ବାଇର ବାନ୍ଦ୍ରା ସହରରେ ଶହ ଶହ ପ୍ରବାସୀ ଶ୍ରମିକ ରାସ୍ତା ଉପରକୁ ଆସି ସାମାଜିକ ଦୂରତ୍ବକୁ ଫୁ’ କରିଥିବାବେଳେ ଆଜି ସେହିପରି ସମାନ ଅବସ୍ଥା ଦିଲ୍ଲୀରେ ଦେଖିବାକୁ ମିଳିଛି ।  ଦିଲ୍ଲୀର କାଶ୍ମୀର ଗେଟ୍‌ ନିକଟରେ ଯମୁନା ନଦୀ ପାଖରେ ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ଏହି ଘଟରା ପରେ ଦିଲ୍ଲୀ ସରକାରଙ୍କ ଉପରକୁ ମଧ୍ୟ ପ୍ରଶ୍ନ ଉଠିଛି ।

ଯମୁନା ନଦୀ ପାଖରେ ହଜାର ଜହାର ସଂଖ୍ୟାରେ ଲୋକେ ରହୁଛନ୍ତି । ସରକାରଙ୍କ ମତରେ ଲୋକଙ୍କ ସେଲ୍ଟର ହୋମରେ ରଖାଯାଉଛି । ଖାଦ୍ୟର ପୂରା ବନ୍ଦୋବସ୍ତ କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଦିଆଯାଉଛି ।

କିନ୍ତୁ ସେଠାରେ ରହିଥିବା ଲୋକମାନେ ଖାଦ୍ୟ ଠିକ୍‌ରେ ମିଳୁନଥିବାର ଅଭିଯୋଗ କରିଛନ୍ତି । ସେଠାରେ ରହିଥିବା ଲୋକଙ୍କ ମତରେ ପୂର୍ବରୁ ପ୍ରଶାସନ ତରଫରୁ ଖାଦ୍ୟର ବନ୍ଦୋବସ୍ତ କରାଯାଇଥିଲା । କିନ୍ତୁ ଏବେ ଗୋଟିଏ ସମୟରେ ଖାଇବା ମିଳୁଛି, ତାହା ପୁଣି ଗୁରୁଦ୍ବାର ଲୋକଙ୍କ ତରଫରୁ ।  ନିକଟରେ କାଶ୍ମୀର ଗେଟ୍‌ ନିକଟରେ ଥିବା ସେଲ୍ଟର ହୋମ୍‌ରେ ନିଆଁ ଲାଗିଯିବାକୁ ସେଠାରୁ ଲୋକେ ପଳାୟନ କରିଛନ୍ତି ।

ଅପରପକ୍ଷରେ ଦିଲ୍ଲୀରେ କରୋନା ସ୍ଥିତି ବେଶ୍‌ ଚିନ୍ତାଜନକ ରହିଛି । ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା 1500ରୁ ଉର୍ଦ୍ଧ୍ବ ରହିଥିବାବେଳେ 30 ଜଣ ମୃତ୍ୟୁବରଣ କରି ସାରିଛନ୍ତି । ମହାରାଷ୍ଟ୍ର ପରେ ଦିଲ୍ଲୀରେ ଦ୍ବିତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଯମୁନା ଘାଟରେ ଫଶି ରହିଥିବା ଶ୍ରମିକଙ୍କୁ ସ୍ଥାନାନ୍ତର କରିବାକୁ ଆଦେଶ ଦେଇଛନ୍ତି । ସେମାନଙ୍କର ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।(ଏଜେନ୍ସି)

migrantlabours
Share. Facebook Twitter LinkedIn Email WhatsApp Copy Link

Related Posts

ୟୁଏଇରେ ନ୍ୟୁକ୍ଲିୟର ପ୍ଲାଣ୍ଟକୁ ଟାର୍ଗେଟ କରି ବଡ଼ ଡ୍ରୋନ୍ ଆକ୍ରମଣ

May 17, 2026

ଜାତୀୟ ପଞ୍ଚାୟତ ପୁରସ୍କାର ପାଇଁ ଓଡ଼ିଶାର ୫ ଟି ପଞ୍ଚାୟତ ମନୋନୀତ, ଜାଣନ୍ତୁ କିଏ

May 17, 2026

ଏହି ରାଜ୍ୟର ବିଧାନସଭା ନିର୍ବାଚନରେ ​​ଅବୈଧ ମତଦାନ!: ୧୦ ବିଦେଶୀ ନାଗରିକ ଗିରଫ

May 17, 2026

ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ ନେତାଗଣ ବେଶ ଚଳଚଞ୍ଚଳ

May 17, 2026
Latest News

ୟୁଏଇରେ ନ୍ୟୁକ୍ଲିୟର ପ୍ଲାଣ୍ଟକୁ ଟାର୍ଗେଟ କରି ବଡ଼ ଡ୍ରୋନ୍ ଆକ୍ରମଣ

May 17, 2026

ଜାତୀୟ ପଞ୍ଚାୟତ ପୁରସ୍କାର ପାଇଁ ଓଡ଼ିଶାର ୫ ଟି ପଞ୍ଚାୟତ ମନୋନୀତ, ଜାଣନ୍ତୁ କିଏ

May 17, 2026

ବାଣପୁର: ଜାତୀୟ ସମର ଶିକ୍ଷାଥ୍ରୀ ବାହିନୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

May 17, 2026

ଏହି ରାଜ୍ୟର ବିଧାନସଭା ନିର୍ବାଚନରେ ​​ଅବୈଧ ମତଦାନ!: ୧୦ ବିଦେଶୀ ନାଗରିକ ଗିରଫ

May 17, 2026

ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ ନେତାଗଣ ବେଶ ଚଳଚଞ୍ଚଳ

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.