Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲକ୍‌ ଡାଉନ୍‌ ସମାଧାନ ନୁହେଁ, ଏହା ଏକ ପଜ୍‌ ବଟମ୍‌ ଭଳି : ରାହୁଲ୍‌ ଗାନ୍ଧି
ଆଜିର ଖବର

ଲକ୍‌ ଡାଉନ୍‌ ସମାଧାନ ନୁହେଁ, ଏହା ଏକ ପଜ୍‌ ବଟମ୍‌ ଭଳି : ରାହୁଲ୍‌ ଗାନ୍ଧି

April 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଆଜି କରୋନାକୁ ନେଇ ବୟାନ ଦେଇଛନ୍ତି । କରୋନା ସଂକଟକୁ ନେଇ ସରକାରଙ୍କୁ କିଛି ପ୍ରଶ୍ନ କରିବା ସହିତ କିଛି ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ରାହୁଲ୍‌କହିଛନ୍ତି ଯେ, ଲକ୍‌ ଡାଉନ ଜରିଆରେ ଆମେ କରୋନାକୁ ହରାଇ ପାରିବା ନାହିଁ । ଏହା କେବଳ ଏକ ପଜ୍‌ ବଟମ୍‌ ଭଳି କାମ କରୁଛି । ଏଥିପାଇଁ ଆମକୁ ଅଧିକରୁ ଅଧିକ ଟେଷ୍ଟ କରିବାକୁ ପଡିବ । ରାହୁଲ୍‌ ଗାନ୍ଧି କହିଛନ୍ତି ଯେ, କରୋନାକୁ ହରାଇବା ପାଇଁ ଦେଶରେ ଟେଷ୍ଟିଂ ବଢାଯିବା ଉଚିତ୍‌ । ଦେଶରେ ରାଣ୍ଡମ୍‌ ଟେଷ୍ଟିଂ ହେବା ଦରକାର । ଦେଶର ଏବେ ଇମରଜେନ୍ସି ଅବସ୍ଥାରେ ରହିଛି । ଦେଶରେ ଟେଷ୍ଟିଂ ବହୁତ କମ ହେଉଛି । ଏଥିପାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଠିକ୍‌ରେ ଧରାପଡୁନାହିଁ । ଯେତେବେଳେ ଦେଶରୁ ଲକ୍ ଡାଉନ୍‌ ହଟିବ ସେତେବଳେ କରୋନାର ବିପଦ ଆହୁରି ବଢିବ । ବ୍ୟବସ୍ଥିତ ଢଙ୍ଗରେ ଲକ୍ ଡାଉନ୍‌ କରି ଟେଷ୍ଟ ବଢାଇବା ଆଜିର ସମୟରେ ବହୁତ ବଡ ଆବଶ୍ୟକତା ବୋଲି ରାହୁଲ୍‌ କହିଛନ୍ତି ।

କେନ୍ଦ୍ର ସରକାର ରାଜ୍ୟକୁ ଅଧିକ ଅନୁଦାନ ସହ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଅଧିକ ଶକ୍ତି ଦେବା ଆବଶ୍ୟକ । ସରାରଙ୍କ ପାଖରେ ଶସ୍ୟ ଭରି ରହିଛି, ଗରିବଙ୍କୁ ଦାନ କରିବା ଦରକାର।

କରୋନା ଏବେ ଜିତିପାରିଛେ ବୋଲି କହିବା ଠିକ୍‌ ନୁହେଁ, ଏବେ ତ ଲଢେଇ ଆରମ୍ଭ ହୋଇଛି। କରୋନା ସଂକଟ ଯୋଗୁଁ ଦେଶରେ ବିଭିନ୍ନ ପ୍ରକାରର ଅସୁବିଧା ଆସିଛି । ସରକାର ଏହି ସମସ୍ତ ଅସୁବିଧା ସହ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ । ଲୋକଙ୍କ ପାଖରେ କେମିତି ପହଞ୍ଚିବେ, ସେ ବିଷୟରେ ସରକାର ଚିନ୍ତା କରନ୍ତୁ ବୋଲି କହିଛନ୍ତି ରାହୁଲ୍‌ । ସେହିପରି ଗରିବ ଲୋକଙ୍କୁ ସପ୍ତାହକୁ 10 କିଲୋ ଚାଉଳ ବା ଗହମ, 1 କିଲୋ ଡାଲି, 1 କିଲୋ ଚିନି ଆଦି ଦେବାର ବନ୍ଦୋବସ୍ତ କରିବା ଆବଶ୍ୟକ । ସେହିପରି ଯେଉଁମାନଙ୍କ ପାଖରେ ରାସନ କାର୍ଡ ନାହିଁ ସେମାନଙ୍କୁ ମଧ୍ୟ ଖାଦ୍ୟ ସାମଗ୍ରୀ ପହଞ୍ଚାଇବା ପାଇଁ ଦାବି କରିଛନ୍ତି ରାହୁଲ୍‌ । ଗରିବ ଲୋକଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଓ ଖାଦ୍ୟ ପହଞ୍ଚାଇବା ଆବଶ୍ୟକ । ଯେପରି କେହି ବି ଭୋକିଲା ନ ରୁହନ୍ତି, ସେଥିପ୍ରତି ସରକାର ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସରକାର କହିଛନ୍ତି । (ଏଜେନ୍ସି)

Lockdown rahulgandhi
Share. Facebook Twitter LinkedIn Email WhatsApp Copy Link

Related Posts

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026
Latest News

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.