Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲକ୍‌ ଡାଉନ୍‌ ସମାଧାନ ନୁହେଁ, ଏହା ଏକ ପଜ୍‌ ବଟମ୍‌ ଭଳି : ରାହୁଲ୍‌ ଗାନ୍ଧି
ଆଜିର ଖବର

ଲକ୍‌ ଡାଉନ୍‌ ସମାଧାନ ନୁହେଁ, ଏହା ଏକ ପଜ୍‌ ବଟମ୍‌ ଭଳି : ରାହୁଲ୍‌ ଗାନ୍ଧି

April 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଆଜି କରୋନାକୁ ନେଇ ବୟାନ ଦେଇଛନ୍ତି । କରୋନା ସଂକଟକୁ ନେଇ ସରକାରଙ୍କୁ କିଛି ପ୍ରଶ୍ନ କରିବା ସହିତ କିଛି ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ରାହୁଲ୍‌କହିଛନ୍ତି ଯେ, ଲକ୍‌ ଡାଉନ ଜରିଆରେ ଆମେ କରୋନାକୁ ହରାଇ ପାରିବା ନାହିଁ । ଏହା କେବଳ ଏକ ପଜ୍‌ ବଟମ୍‌ ଭଳି କାମ କରୁଛି । ଏଥିପାଇଁ ଆମକୁ ଅଧିକରୁ ଅଧିକ ଟେଷ୍ଟ କରିବାକୁ ପଡିବ । ରାହୁଲ୍‌ ଗାନ୍ଧି କହିଛନ୍ତି ଯେ, କରୋନାକୁ ହରାଇବା ପାଇଁ ଦେଶରେ ଟେଷ୍ଟିଂ ବଢାଯିବା ଉଚିତ୍‌ । ଦେଶରେ ରାଣ୍ଡମ୍‌ ଟେଷ୍ଟିଂ ହେବା ଦରକାର । ଦେଶର ଏବେ ଇମରଜେନ୍ସି ଅବସ୍ଥାରେ ରହିଛି । ଦେଶରେ ଟେଷ୍ଟିଂ ବହୁତ କମ ହେଉଛି । ଏଥିପାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଠିକ୍‌ରେ ଧରାପଡୁନାହିଁ । ଯେତେବେଳେ ଦେଶରୁ ଲକ୍ ଡାଉନ୍‌ ହଟିବ ସେତେବଳେ କରୋନାର ବିପଦ ଆହୁରି ବଢିବ । ବ୍ୟବସ୍ଥିତ ଢଙ୍ଗରେ ଲକ୍ ଡାଉନ୍‌ କରି ଟେଷ୍ଟ ବଢାଇବା ଆଜିର ସମୟରେ ବହୁତ ବଡ ଆବଶ୍ୟକତା ବୋଲି ରାହୁଲ୍‌ କହିଛନ୍ତି ।

କେନ୍ଦ୍ର ସରକାର ରାଜ୍ୟକୁ ଅଧିକ ଅନୁଦାନ ସହ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଅଧିକ ଶକ୍ତି ଦେବା ଆବଶ୍ୟକ । ସରାରଙ୍କ ପାଖରେ ଶସ୍ୟ ଭରି ରହିଛି, ଗରିବଙ୍କୁ ଦାନ କରିବା ଦରକାର।

କରୋନା ଏବେ ଜିତିପାରିଛେ ବୋଲି କହିବା ଠିକ୍‌ ନୁହେଁ, ଏବେ ତ ଲଢେଇ ଆରମ୍ଭ ହୋଇଛି। କରୋନା ସଂକଟ ଯୋଗୁଁ ଦେଶରେ ବିଭିନ୍ନ ପ୍ରକାରର ଅସୁବିଧା ଆସିଛି । ସରକାର ଏହି ସମସ୍ତ ଅସୁବିଧା ସହ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ । ଲୋକଙ୍କ ପାଖରେ କେମିତି ପହଞ୍ଚିବେ, ସେ ବିଷୟରେ ସରକାର ଚିନ୍ତା କରନ୍ତୁ ବୋଲି କହିଛନ୍ତି ରାହୁଲ୍‌ । ସେହିପରି ଗରିବ ଲୋକଙ୍କୁ ସପ୍ତାହକୁ 10 କିଲୋ ଚାଉଳ ବା ଗହମ, 1 କିଲୋ ଡାଲି, 1 କିଲୋ ଚିନି ଆଦି ଦେବାର ବନ୍ଦୋବସ୍ତ କରିବା ଆବଶ୍ୟକ । ସେହିପରି ଯେଉଁମାନଙ୍କ ପାଖରେ ରାସନ କାର୍ଡ ନାହିଁ ସେମାନଙ୍କୁ ମଧ୍ୟ ଖାଦ୍ୟ ସାମଗ୍ରୀ ପହଞ୍ଚାଇବା ପାଇଁ ଦାବି କରିଛନ୍ତି ରାହୁଲ୍‌ । ଗରିବ ଲୋକଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଓ ଖାଦ୍ୟ ପହଞ୍ଚାଇବା ଆବଶ୍ୟକ । ଯେପରି କେହି ବି ଭୋକିଲା ନ ରୁହନ୍ତି, ସେଥିପ୍ରତି ସରକାର ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସରକାର କହିଛନ୍ତି । (ଏଜେନ୍ସି)

Lockdown rahulgandhi
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.