
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ବିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ସପ୍ତପଦୀ ମନ୍ତ୍ରକୁ ନେଇ ସୁଦର୍ଶନ ବାଲୁକା କଳା ଜରିଆରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲ । ଏହି ସଚେତନତା ବାର୍ତ୍ତାର ଏକ ଫଟୋ ସୁଦର୍ଶନ ଟ୍ବିଟ୍ କରିଥିବା ବେଳେ ପ୍ରଧାନମନ୍ତ୍ରୀ ରିଟ୍ବିଟ୍ କରିଥିଲେ । ରିଟ୍ବିଟ୍ କରିବା ସହିତ ସଚେତନତା ସୃଷ୍ଟି କରିବାର ଏହା ଏକ ଅନନ୍ୟ ଉପାୟ ବୋଲି ମୋଦି ଟ୍ବିଟ୍ କରିଥିଲେ । (ଏଜେନ୍ସି)