ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ନିଜ ହୋଟେଲ୍‌ ପ୍ରଦାନ କଲେ ଏହି ବଲିଉଡ୍‌ ଅଭିନେତ୍ରୀ

Published: Apr 17, 2020, 3:12 pm IST

ମୁମ୍ବାଇ : କରୋନା ମୁକାବିଲା ପାଇଁ ବିଭିନ୍ନ ବଲିଉଡ୍‌ କଳାକାର ଆଗକୁ ଆସୁଥିବା ବେଳେ ସହାୟତାର ହାତ ବଢାଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ଆୟେଶା ଟାକିଆ । ନିଜ ସ୍ବାମୀ ତଥା ହୋଟେଲିୟର୍‌ ଫରହାନ୍‌ ଆଜ୍‌ମୀଙ୍କକ ସହିତ ମିଶି ଆୟେଶା ନିଜର ଜୁହୁ ସ୍ଥିତ ହୋଟେଲକୁ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଖୋଲି ଦେଇଛନ୍ତି । କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଏହି ହୋଟେଲ୍‌ ଖୋଲାଯାଇଛି । ଏହା ବ୍ୟତିରେକ ଦକ୍ଷିଣ ମୁମ୍ବାଇର ବ୍ରିହାନୁମୁମ୍ବାଇ ସ୍ଥିତ ଅନ୍ୟ ଏକ ହୋଟେଲକୁ ନଗର ପାଳିକାକୁ ପ୍ରଦାନ କରାଯାଇଛି । ଏହି ହୋଟେଲଟିକୁ କ୍ବାରାଣ୍ଟାଇନ୍‌ ସେଣ୍ଟର ଭାବରେ ବ୍ୟବହୃତ କରାଯିବ । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ ନିଜର ଚାରି ମହଲା କୋଠାକୁ କ୍ବାରାଣ୍ଟାଇନ୍‌ ସୁବିଧା ପାଇଁ ପ୍ରଦାନ କରିଥିଲେ । (ଏଜେନ୍ସି)

Related posts