
ଚେନ୍ନାଇ : ଦେଶବ୍ୟାପୀ ଲକ୍ଡାଉନ୍ ଜାରି ରହିଥିବା ବେଳେ ଏହାକୁ ସମସ୍ତେ ସମର୍ଥନ କରୁଛନ୍ତି । ତେବେ ଅନେକ ବ୍ୟକ୍ତି ଲକ୍ଡାଉନ୍ର ଉଲ୍ଲଂଘନ କରୁଥିବା ବେଳେ ଏଥିପାଇଁ ଆର୍ଥିକ ଦଣ୍ଡ ପ୍ରଦାନ କରାଯାଉଛି । ତେବେ ତାମିଲନାଡୁରେ ଲକ୍ଡାଉନ୍ ସମୟରେ 1 କୋଟି ଟଙ୍କାର ଫାଇନ୍ ଆଦାୟ କରାଯାଇଛି । ଏହି ସମୟରେ 1.06 କୋଟି ଟଙ୍କାର ଫାଇନ୍ ଆଦାୟ କରାଯାଇଥିବା ବେଳେ 1 ଲକ୍ଷ 94 ହଜାର ଗାଡିକୁ ଜବତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦେଶରେ କରୋନାର ପ୍ରଭାବ କାରଣରୁ ଲକ୍ଡାଉନ୍କୁ ମେ 3 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । (ଏଜେନ୍ସି)