Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତରେ ଅଭିନନ୍ଦନ : ବଖାଣିଲେ ୫୮ ଘଣ୍ଟାର ଅନୁଭୂତି
ଆଜିର ଖବର

ଭାରତରେ ଅଭିନନ୍ଦନ : ବଖାଣିଲେ ୫୮ ଘଣ୍ଟାର ଅନୁଭୂତି

March 3, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
abhindan describes 58hours moment in pakistan
abhindan describes 58hours moment in pakistan

ଭାରତ ଓ ପାକିସ୍ତାନ ମଧ୍ୟରେ ରହିଥିବା ଉତ୍ତେଜନାମୟ ପରିସ୍ଥିତିରେ ଶାନ୍ତି ଲାଗି ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତୀୟ ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ମୁକ୍ତ କରିଛନ୍ତି ବୋଲି ଦାବି କରିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ତେବେ ଭାରତ ପକ୍ଷରୁ ଜେନିଭା ଚୁକ୍ତିନାମା ଅନୁଯାୟୀ ଭାରତୀୟ ବୀର ଯବାନ୍‌ ଅଭିନନ୍ଦନଙ୍କୁ ଭାରତ ଫେରାଇଛନ୍ତି ବୋଲି କୁହାଯାଉଛି । ଭାରତୀୟ ୱିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ଭାରତରେ ପହଞ୍ଚିବା ପରେ ତାଙ୍କୁ ଦଳ ମତ ନିର୍ବିଶେଷରେ ଅଭିନନ୍ଦନ କରାଯାଇଛି । ଅଭିନନ୍ଦନଙ୍କ ପ୍ରତ୍ୟାବର୍ତ୍ତନ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ମୋଦିଜୀ କହିଥିଲେ ଯେ ଭାରତରେ ଅଭିନନ୍ଦନର ଅର୍ଥ ବତ୍ତର୍ମାନ ବଦଳିଯାଇଛି । ଅଭିନନ୍ଦନ ଏବେ ଭାରତରେ ବଦଳାଇବାର ଶକ୍ତି ରଖିଛି ବୋଲି କହିଥିଲେ । ରାହୁଲ୍‌ ଗାନ୍ଧି ମଧ୍ୟ ଅଭିନନ୍ଦନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଦିଲ୍ଲୀର ସେନା ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅଭିନନ୍ଦନଙ୍କୁ ବାୟୁସେନାର ବରିଷ୍ଠ ଅଧିକାରୀ ଭେଟିବା ସହ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ତାଙ୍କୁ ଭେଟି ତାଙ୍କ ସ୍ଵାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ତେବେ ଅଭିନନ୍ଦନ ପାକିସ୍ତାନରେ ରହିଥିବାର ଅନୁଭୂତି ବଖାଣିଛନ୍ତି । ୫୮ ଘଣ୍ଟା ଧରି ଅଭିନନ୍ଦନଙ୍କୁ ଯୁଦ୍ଧବନ୍ଦୀ କରି ପାକିସ୍ତାନୀ ସେନା ତାଙ୍କୁ ଯେଉଁ ନିର୍ଯାତନା ଦେଇଥିଲେ ତାହା ଅକଥନୀୟ ଥିଲା ବୋଲି ବାୟୁସେନା ଅଧିକାରୀଙ୍କ ନିକଟରେ ଏହା ପ୍ରକାଶ କରିଛନ୍ତି ଅଭିନନ୍ଦନ। ପାକିସ୍ତାନର ମୁଖା ଖୋଲି ସେ କହିଛନ୍ତି ଯେ ତାଙ୍କୁ ବନ୍ଦୀ ଭାବେ ଶାରୀରିକ ଯନ୍ତ୍ରଣା ଦିଆଯାଇ ନଥିଲେ ମଧ୍ୟ ମାନସିକ ନିର୍ଯାତନାର ଶିକାର ହେବାକୁ ପଡ଼ିଥିଲା।  ତାଙ୍କର ମିଗ୍‌-୨୧ ବିମାନ ଆକ୍ରମଣର ଶିକାର ହେବାପରେ ସେ ପାରାଚ୍ୟୁଟ୍‌ରେ ତଳକୁ ଓହ୍ଲାଇଥିଲେ। ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ମାର୍‌ପିଟ୍‌ କରିଥିଲେ ଏବଂ ପରେ ପାକ୍‌ ସେନାକୁ ହସ୍ତାନ୍ତର କରିଥିଲେ। ପାକିସ୍ତାନୀ ସେନା ତାଙ୍କ ଆଖିରେ ପଟି ବାନ୍ଧିବା ସହିତ ହାତକୁ ମଧ୍ୟ ବାନ୍ଧି ଦେଇଥିଲା। ଆହତ ଅବସ୍ଥାରେ ତାଙ୍କୁ ଯୁଦ୍ଧବନ୍ଦୀ ଭାବେ ଠିଆ କରି ଭିଡିଓ ରେକର୍ଡିଂ କରାଇଥିଲା। ଏଭଳି ନିର୍ଯାତନା ସେ ମୁକ୍ତ ହେବା ପର୍ଯ୍ୟନ୍ତ ଚାଲିଥିଲା। । ତାଙ୍କରି ମୁହଁରୁ ପାକିସ୍ତାନର ପ୍ରଶଂସା ଗାନ ପାଇଁ ଚାପ ପକାଇଥିଲା। ଅଭିନନ୍ଦନ ଚା’ ପିଉଥିବା ଭିଡିଓ ଭାଇରାଲ ମଧ୍ୟ କରାଯାଇଥିଲା। ‌ସେନା ତାଙ୍କୁ ଉତ୍ତ୍ୟକ୍ତ ଜନତାଙ୍କ କବଳରୁ ଉଦ୍ଧାର କରିଛି ଏବଂ ଭଲ ବ୍ୟବହାର କରୁଛି ବୋଲି ଅଭିନନ୍ଦନ କହୁଥିବା ଦେଖାଯାଇଥିଲା। କେବଳ ଏତିକି ନୁହେଁ, ଅଭିନନ୍ଦନଙ୍କୁ ନେଇ ପାକିସ୍ତାନ କେତେକ ପ୍ରଚାର ଭିଡିଓ ଜାରି କରିଥିଲା ଯେଉଁଥିରେ ଅଭିନନ୍ଦନ ପାକିସ୍ତାନୀ ସେନାର ପ୍ରଶଂସା କରିବା ସହିତ ଭାରତୀୟ ମିଡିଆ ବିରୋଧରେ କହୁଥିବା ଦେଖାଯଇଥିଲା। ପ୍ରକ୍ରିୟା ଚୂଡ଼ାନ୍ତ ହେବାପରେ ତାଙ୍କୁ ତାଙ୍କର ଘଣ୍ଟା ଏବଂ ମୁଦି ଫେରାଇ ଦିଆଯାଇଥିବା ବେଳେ ପାକ୍‌ ସେନା ତାଙ୍କର ପିସ୍ତଲ ଫେରାଇ ନାହାଁନ୍ତି । ଅଭିନନ୍ଦନଙ୍କୁ ଭାରତ ଫେରାଇବା ପରେ ଇମ୍ରାନ୍‌ ଖାନ୍‌ଙ୍କୁ ନୋବେଲ୍‌ ବିଶ୍ଵ ଶାନ୍ତି ପୁରସ୍କାର ମିଳିବା ନେଇ ପାକିସ୍ତାନରେ ଜୋରସୋର୍‌ରେ ଦାବି ଚାଲିଛି । ତେବେ ଗୋଟିଏ ପଟେ ଶାନ୍ତିର ଦ୍ଵାହି ଦେଇ ଅଭିନନ୍ଦନଙ୍କୁ ଫେରାଇବା ଅନ୍ୟ ପଟେ ପିଓକେ ପଟୁ ଗୁଳି ବର୍ଷଣକରି ପାକିସ୍ତାନ ତଥା ତାଙ୍କର ପ୍ରଧାନମନ୍ତ୍ରୀ କିପରି ଶାନ୍ତିର ବାର୍ତ୍ତାବହ ସାଜିବେ ଏଥିରେ ସନ୍ଦେହ ହେଉଛି ।

abhinandan thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଘରେ ପଶି ନାବାଳିକାକୁ ଆକ୍ରମଣ: ୨ ନାବାଳକ ସମେତ ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

September 1, 2026

ପ୍ରଥମ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ବାରଣାସୀ ଅଯୋଧ୍ୟା ଟ୍ରେନର ଶୁଭାରମ୍ଭ

September 1, 2026

ରାମେଶ୍ୱର-ପାରାଦୀପ ଉପକୂଳ ରାଜପଥ ନିର୍ମାଣ ଲାଗି ନିଲାମ କ୍ରେତା ମଧ୍ୟରେ ପ୍ରବଳ ଆଗ୍ରହ

September 1, 2026

ପାର୍ବଣ ପୂର୍ବରୁ ଡିସିପିଙ୍କ ଚେତାବନୀ: ବଟି ମାଗିଲେ ୧୧୨ ନମ୍ବରରେ ଜଣାଇବାକୁ ଆହ୍ୱାନ

September 1, 2026
Latest News

ଘରେ ପଶି ନାବାଳିକାକୁ ଆକ୍ରମଣ: ୨ ନାବାଳକ ସମେତ ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

September 1, 2026

ପ୍ରଥମ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ବାରଣାସୀ ଅଯୋଧ୍ୟା ଟ୍ରେନର ଶୁଭାରମ୍ଭ

September 1, 2026

୧୦ ମାସ ପରେ ଜେଲରୁ ବାହାରିଲେ ବିକ୍ରମ ପଣ୍ଡା: ବିଜେଡି କର୍ମୀଙ୍କ ବିଶାଳ ଶୋଭାଯାତ୍ରା

September 1, 2026

ରାମେଶ୍ୱର-ପାରାଦୀପ ଉପକୂଳ ରାଜପଥ ନିର୍ମାଣ ଲାଗି ନିଲାମ କ୍ରେତା ମଧ୍ୟରେ ପ୍ରବଳ ଆଗ୍ରହ

September 1, 2026

ଚିନି ଦର ନିୟନ୍ତ୍ରଣ ଓ କଳାବଜାରୀ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ: ମହଜୁଦ ସୀମା ହ୍ରାସ

September 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.