ରଥଯାତ୍ରା ସମ୍ପର୍କରେ ଆଲୋଚନା କରିବା ପାଇଁ ନବୀନଙ୍କୁ ପ୍ରତାପଙ୍କ ପରାମର୍ଶ

Published: Apr 18, 2020, 7:29 pm IST

ଭୁବନେଶ୍ବର : ରଥଯାତ୍ରା ସମ୍ପର୍କରେ ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ରଥଯାତ୍ରା ସମ୍ପର୍କିତ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ଉଚିତ୍‌ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି । ରଥଯାତ୍ରାର ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ, ସେବାୟତ ପ୍ରମୁଖଙ୍କ ସହିତ ଆଲୋଚନା କରିବା ଉଚିତ୍‌ । ଉଲ୍ଲେଖଯୋଗ୍ୟ ଯେ, ଚଳିତ ଜୁନ୍‌ 23, 2020ରେ ରଥଯାତ୍ରା ହେବାକୁ ଯାଉଥିବା ବେଳେ କରୋନା ମହାମାରୀ କାରଣରୁ ରଥଯାତ୍ରାକୁ ନେଇ ଆଶଙ୍କା ଦେଖାଦେଇଛି ।

Related posts