Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲକ୍‌ଡାଉନ୍‌ ଯୋଗୁଁ ଚାଲିଗଲା ରୋଜଗାର: ଭୋକ ପାଇଁ ଜୀବନ ହାରିଲେ ବ୍ୟକ୍ତି, ଅନାଥ ହୋଇଗଲେ ସ୍ତ୍ରୀ ଓ ଚାରୋଟି ଛୁଆ
ଆଜିର ଖବର

ଲକ୍‌ଡାଉନ୍‌ ଯୋଗୁଁ ଚାଲିଗଲା ରୋଜଗାର: ଭୋକ ପାଇଁ ଜୀବନ ହାରିଲେ ବ୍ୟକ୍ତି, ଅନାଥ ହୋଇଗଲେ ସ୍ତ୍ରୀ ଓ ଚାରୋଟି ଛୁଆ

April 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଗୁରୁଗ୍ରାମ : ଲକ୍‌ଡାଉନ୍‌ ଘୋଷଣା ପରେ ଦିଲ୍ଲୀ ଓ ମୁମ୍ବାଇରେ ପ୍ରବାସୀ ଶ୍ରମିକ ଓ ଗରିବ ଲୋକମାନେ ସଡକ ଉପରକୁ ଆସିଯାଇଛନ୍ତି । ନା ତାଙ୍କ ପାଖରେ ଘର ଅଛି ନା ରୋଜଗାର। ଦିନକୁ 100-200 ରୋଜଗାର କରୁଥିବା ଏହି ଗରିବ ଲୋକମାନେ ବଡ ସହରରେ କେମିତି ବନ୍ଦ ହୋଇକି ରହିପାରିବେ । ଦିଲ୍ଲୀର ଗୁରୁଗ୍ରାମରେ ଶନିବାର ଦିନ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ତାହା ହୃଦୟକୁ ବିଚଳିତ କରିପକାଇବ । ଜଣେ ଚିତ୍ରକର ଭୋକ ଓ ରୋଜଗାର ନଥିବାର ବ୍ୟତିବ୍ୟସ୍ତ ହୋଇ ଆତ୍ମହତ୍ୟା କରି ଦେଇଛି ।

ଆତ୍ମହତ୍ୟା କରିବାର ଦୁଇ ଦିନ ପୂର୍ବରୁ ବ୍ୟକ୍ତି ଜଣକ ନିଜ ମୋବାଇଲ୍‌ ବିକ୍ରି କରିଥିଲା । କରୋନା ଭାଇରସ୍‌ ସହ ଲଢେଇ ମଧ୍ୟରେ ଭୋକ ଓ ଅର୍ଥ ପାଇଁ ନିଜ ପରିବାରର ଅସହାୟତା ପାଇଁ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଛନ୍ତି ।  12 ହଜାର ଟଙ୍କାର ମୋବାଇଲ୍‌ ଫୋନ୍‌କୁ ମାତ୍ର ଅଢେଇ ହଜାର ଟଙ୍କାରେ ବିକ୍ରି କରି ସେଇ ଅର୍ଥରେ ନିଜ ସ୍ତ୍ରୀ ଓ ଛୁଅଙ୍କ ପାଇଁ ଖାଦ୍ୟ ଆଣିଥିଲେ ।

ମୃତକଙ୍କ ନାମ ହେଉଛି ମୁକେଶ । ସେ ବିହାରର ମଧୁପରା ଅଞ୍ଚଳରେ ରହୁଥିଲେ । ତାଙ୍କର ଚାରୋଟି ସନ୍ତାନ ରହିଛନ୍ତି । ମୁକେଶ ନିଜ ପରିବାର ସହିତ ସରସ୍ବତୀ କୁଞ୍ଜ ଡିଏଲ୍‌ଏଫ୍‌ ଫେଜ୍‌ 5ରେ ରେ ରହୁଥିଲେ । ଲକ୍‌ ଡାଉନ୍‌ ଯୋଗୁଁ ତାଙ୍କ ପାଖରେ ଥିବା ଜମା-ପଞ୍ଜି ସମାପ୍ତ ହୋଇଯାଇଥିବାବେଳେ ଖାଇବା ପାଇଁ ତାଙ୍କ ପାଖରେ ପଇସା ନଥିଲା । ଲକ୍‌ ଡାଉନ୍‌ ଯୋଗୁଁ ରୋଜଗାର ମଧ୍ୟ ନଥିଲା । ଏପରି ସମୟରେ ସେ ନିଜେ ଓ ନିଜ ପରିବାରକୁ କେମିତି ଚଳାଇବେ ବୋଲି ବହୁ ଚିନ୍ତାରେ ରହୁଥିଲେ । ଏହି ସମସ୍ତ ସମସ୍ୟାରୁ ସେ କୌଣସି ଉପାୟ ନ ପାଇ ଶେଷରେ ଜୀବନ ହାରିଛନ୍ତି ।

ମୁକେଶଙ୍କ ପରି ବହୁ ଗରିବ ଲୋକମାନେ ଲକ୍‌ ଡାଉନ୍‌କୁ ନେଇ ବହୁ ଚିନ୍ତାରେ ରହିଛନ୍ତି । କରୋନା ସେମାନଙ୍କର ଜୀବନ ନ ନେଇପାରେ, କିନ୍ତୁ ଭୋକ ତାଙ୍କ ଜୀବନ ନେଇଯିବ ବୋଲି ମୁକେଶଙ୍କ ପରି ବହୁ ଗରିବ ଲୋକମାନେ କହିଛନ୍ତି । (ଏଜେନ୍ସି)

Lockdown
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

February 24, 2026
Latest News

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

February 24, 2026

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.