
କୋଲକାତା: ପଶ୍ଚିମ ବଂଗ ପୋଲିସ ତରଫରୁ କେବଳ ଲକଡାଉନ ସମୟରେ ଅମାନିଆଙ୍କୁ ସାବାଡ କରିବା ପାଇଁ ନୁହେଁ। ବଂର ଲୋକଙ୍କୁ ସଚେତତନତା କରିବା ପାଇଁ ପୋଲିସ ତରଫରୁ ନିଆଯାଇଛି ଭିନ୍ନ ପଦକ୍ଷେପ। କୋଲକାତା ପୋଲିସ ବିଭିନ୍ନ ଛକ ଉପରେ ରଂଗୀନ ସ୍ଲୋଗାନ ସହିତ ଚିତ୍ର କରି ଏହି ସଚାତନତା ସୃଷ୍ଟି କରିଛନ୍ତି। ସାଧାରଣତଃ ବିଭିନ୍ନ ଛକଗୁଡିକରେ ପୋଲିସ ଅସ୍ଥାୟୀ ବାରିକେଡ୍ ପୋଲ୍ ଲଗାଇ ଲୋକଙ୍କୁ ନ ଯିବା ପାଇଁ ବାରଣ କରିଥାଏ। ହେଲେ କୋଲକାତା ପୋଲିସ ସେହି ଅସ୍ଥାୟୀ ବାରିକେଡ୍ ଭିତରେ ଏହି ରାସ୍ତା ଚିତ୍ର କରି ସଚେତନତା ସୃଷ୍ଟି କରିଛନ୍ତି।
ବର୍ତ୍ତମାନ ପଶ୍ଚିମ ବଂଗରେରେ ମୋଟ 287 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 55 ଜଣ ଭଲ ହୋଇ ଘରକୁ ଫେରିଛନ୍ତି। ତେବେ କୋଲକାତାର କରୋନା ଜନିତ ମୃତ୍ୟୁ ସଂଖ୍ୟା ହେଉଛି 12। ବର୍ତ୍ତମାନ ସୁଦ୍ଧା ପଶ୍ଚିମ ବଂଗରେ 3 ହଜାର 8ଶହ 58 ଜଣ ସରକାରୀ ଏବଂ 35 ହଜାର 2 ଶହ 09 ଜଣ ଏକାନ୍ତବାସରେ ଅଛନ୍ତି। ହାୱାଡରେ ମୋଟ 62 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ସେହି ସ୍ଥାନକୁ ରେଡ ଜୋନ୍ କରାଯାଇଛି।