Categories
ଆଜିର ଖବର ଜାତୀୟ ଖବର

କୋଲକାତା ପୋଲିସର ଭିନ୍ନ ଉଦ୍ୟମ , ରାସ୍ତା ଉପରେ ରଂଗୀନ ସ୍ଲୋଗାନ ଲେଖି କଲେ କରୋନା ସଚେତନତା

କୋଲକାତା: ପଶ୍ଚିମ ବଂଗ ପୋଲିସ ତରଫରୁ କେବଳ ଲକଡାଉନ ସମୟରେ ଅମାନିଆଙ୍କୁ ସାବାଡ କରିବା ପାଇଁ ନୁହେଁ। ବଂର ଲୋକଙ୍କୁ ସଚେତତନତା କରିବା ପାଇଁ ପୋଲିସ ତରଫରୁ ନିଆଯାଇଛି ଭିନ୍ନ ପଦକ୍ଷେପ। କୋଲକାତା ପୋଲିସ ବିଭିନ୍ନ ଛକ ଉପରେ ରଂଗୀନ ସ୍ଲୋଗାନ ସହିତ ଚିତ୍ର କରି ଏହି ସଚାତନତା ସୃଷ୍ଟି କରିଛନ୍ତି। ସାଧାରଣତଃ ବିଭିନ୍ନ ଛକଗୁଡିକରେ ପୋଲିସ ଅସ୍ଥାୟୀ ବାରିକେଡ୍ ପୋଲ୍ ଲଗାଇ ଲୋକଙ୍କୁ ନ ଯିବା ପାଇଁ ବାରଣ କରିଥାଏ। ହେଲେ କୋଲକାତା ପୋଲିସ ସେହି ଅସ୍ଥାୟୀ ବାରିକେଡ୍ ଭିତରେ ଏହି ରାସ୍ତା ଚିତ୍ର କରି ସଚେତନତା ସୃଷ୍ଟି କରିଛନ୍ତି।

ବର୍ତ୍ତମାନ ପଶ୍ଚିମ ବଂଗରେରେ ମୋଟ 287 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 55 ଜଣ ଭଲ ହୋଇ ଘରକୁ ଫେରିଛନ୍ତି। ତେବେ କୋଲକାତାର କରୋନା ଜନିତ ମୃତ୍ୟୁ ସଂଖ୍ୟା ହେଉଛି 12। ବର୍ତ୍ତମାନ ସୁଦ୍ଧା ପଶ୍ଚିମ ବଂଗରେ 3 ହଜାର 8ଶହ 58 ଜଣ ସରକାରୀ ଏବଂ 35 ହଜାର 2 ଶହ 09 ଜଣ ଏକାନ୍ତବାସରେ ଅଛନ୍ତି। ହାୱାଡରେ ମୋଟ 62 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ସେହି ସ୍ଥାନକୁ ରେଡ ଜୋନ୍ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଏଣିକି ମାସ୍କ ପିନ୍ଧିବା ବାଧ୍ୟତାମୂଳକ : ଆସନ୍ତା ନଅ ତାରିଖରୁ ସାରା ରାଜ୍ୟରେ ଏହି ନିୟମ କଡାକଡି ଭାବେ ଲାଗୁ ହେବ

ଭୁବନେଶ୍ବର : କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଘରୁ ବାହାରକୁ ବାହାରିଲେ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଛି । ରାଜ୍ୟ ତମାମ ଲୋକେ ମାସ୍କ ପିନ୍ଧିବାକୁ ହୋଇଛି ନିଷ୍ପତ୍ତି। ମାସ୍କ ନଥିଲେ ସଫା ରୁମାଲ କିମ୍ବା କପଡ଼ା ମୁହଁରେ ବାନ୍ଧିବାକୁ କୁହାଯାଇଛି। ଆସନ୍ତା ନଅ ତାରିଖ ସକାଳ 7ଟାରୁ ଏହି ନିୟମ ସାରା ରାଜ୍ୟରେ କଡ଼ାକଡ଼ି ଲାଗୁ ହେବ।

ଯଦି ମାସ୍କ ନଥିବେ ତେବେ ଏଥିପାଇଁ ରୁମାଲ୍‌, ଗାମୁଛା ବା ସଫା କପଡାକୁ ବ୍ୟବହାର କରିହେବ । ପୂର୍ବରୁ ଗଞ୍ଜାମ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ବାଧ୍ୟତାମୂଳକ ମାସ୍କ ବ୍ୟବହାର ପାଇଁ ନିଷ୍ପତ୍ତି ନେଇସାରିଛନ୍ତି । ଏହି ନିୟମ ଉଲ୍ଲଂଘନ କଲେ ସେଠାରେ ଜରିମାନା ମଧ୍ୟ ଆଦାୟ କରାଯାଉଛି । କିନ୍ତୁ ଏବେ ସାରା ରାଜ୍ୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।

ରୁମାଲ, ଗାମୁଛା ଓ କପଡ଼ା ହୋଇଥିଲେ ଦୁଇ ପରସ୍ତ କରି ବାନ୍ଧିବା ଜରୁରୀ। ପୂର୍ବରୁ ବି ବାଧ୍ୟତାମୂଳକ ମାସ୍କ ବ୍ୟବହାର ନେଇ ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇସାରିଥିଲା। ହେଲେ ଏବେ ଏହା ସାରା ରାଜ୍ୟରେ ଲାଗୁ ହୋଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ପୁଣି ସଚେତନତା ବାର୍ତ୍ତା ଦେଲେ ନବୀନ, ନିଜାମୁଦ୍ଦିନ ଫେରନ୍ତାଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଆଜି ପୁଣି ସଚେତନତାର ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମାନବ ଜାତିର ସବୁଠାରୁ ବଡ ଶତ୍ରୁ, ଏହାକୁ ହରାଇବାକୁ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ସଚେତନତା ଦ୍ୱାରା ହିଁ , ଆମେ କରୋନା ସଂକ୍ରମଣକୁ ରୋକି ପାରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କରୋନାକୁ ଡରିବାର କିଛି ନାହିଁ । କିନ୍ତୁ ଆମକୁ ସାବଧାନ ରହିବାକୁ ପଡିବ ।

ଏଥିସହ ଦିଲ୍ଳୀ ନିଜାମୁଦ୍ଦିନ ସଭାରେ ଓଡିଶାରୁ ଯୋଗଦେଇଥିବା ସମସ୍ତଙ୍କୁ ଟ୍ରୋଲ ଫ୍ରି ନମ୍ବର ୧୦୪ରେ ତୁରନ୍ତ ଯୋଗଯୋଗ କରିବାକୁ ଅନୁରୋଧ କରିଛନ୍ତି । 24ଘଣ୍ଟା ମଧ୍ୟରେ ଏଥିପାଇଁ ଆଗେଇ ଆସନ୍ତୁ। ଏଥିପାଇଁ ଡରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଳମ୍ବ କଲେ ଏହା ନିଜ ସହିତ ନିଜ ପରିବାରକୁ ବିପଦରେ ପକାଇବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମାଆମାନେ ନିଜ ପରିବାର ଓ ପିଲାମାନଙ୍କ ଭଲ ପାଇଁ ସହଯୋଗ କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Categories
ଆଞ୍ଚଳିକ

ତୁଷାର ଚାରିଟେବୁଲ ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ସାରା ବିଶ୍ୱରେ କରୋନା ଭାଇରସ ଏକ ପ୍ରକାର ଆତଙ୍କ ସୃଷ୍ଟି କରିଥିବା ବେଳେ ଭାରତବାସୀ କରୋନାକୁ ନେଇ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ଧୀରେ ଧୀରେ ଭାରତରେ କରୋନା କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଓଡ଼ିଶାରେ ଦୁଇଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ଓଡ଼ିଶାବାସୀଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟିହୋଇଛି । ଏସବୁକୁ ଦୃଷ୍ଟିରେ ରଖି କରୋନା ଭାଇରସକୁ ମୁକାବିଲା ପାଇଁ ଦୁଷାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଟ୍ରଷ୍ଟର ସମ୍ପାଦକ ବିବେକାନନ୍ଦ ବାରିକଙ୍କ ନେତୃତ୍ୱରେ ନ୍ୟୁ ଏଜି କଲୋନୀ ୱାର୍ଡ଼ ନଂ-୨୮ରେ ଥିବା ଭେଣ୍ଡିଂଜୋନ ଏବଂ କଳିଙ୍ଗ ମାର୍କେଟରେ ଥିବା ଦୋକାନୀମାନଙ୍କୁ ମାସ୍କ ବଣ୍ଟନ କରାଯିବା ସହ ହାତ ପରିଷ୍କାର ଥିଲେ ମଧ୍ୟ ବାରମ୍ବାର ସାବୁନ୍‌ରେ ହାତ ଧୋଇବା, କାଶ, ଛିଙ୍କ ସମୟରେ ନାକ ଏବଂ ମୁହଁକୁ ରୁମାଲ, ମାସ୍କ ଦ୍ୱାରା ଘୋଡ଼ାଇ ରଖିବା, ଜ୍ୱର, କାଶ କିମ୍ବା ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କଲେ ଯଥାଶୀଘ୍ର ଡ଼ାକ୍ତରଙ୍କ ସହ ପରାମର୍ଶ କରିବା, ଜନଗହଳିପୂର୍ଣ୍ଣ ସ୍ଥାନଠାରୁ ଯଥେଷ୍ଟ ଦୂରେଇ ରହିବା, ଆଖି, ନାକ ଏବଂ ପାଟିକୁ ହାତରେ ସ୍ପର୍ଶ ନକରିବା ଏବଂ ସର୍ବସାଧାରଣ ସ୍ଥାନମାନଙ୍କରେ ଛେପ, ଖଙ୍କାର ଆଦି ନ ପକାଇବାକୁ ଶ୍ରୀ ବାରିକ ଲୋକମାନଙ୍କୁ ସଚେତନ କରାଇଥିଲେ ।

ଏହି କାର୍ଯ୍ୟକ୍ରମକୁ ଜିତେନ୍ଦ୍ର କୁମାର ଜେନା, ସୁକାନ୍ତ ବାରିକ, ଅମ୍ଲେସ ଦାସ, ଦିଗ୍‌ବିଜୟ ମହାପାତ୍ର, ସମ୍ବିତ ବେହେରା, ଉଲ୍ଲାସ ପରିଡ଼ା, ଦୀପକ ବାରିକ, ପ୍ରକାଶ ଦେହୁରୀ, ଶିଶିର ବେହେରା, ସୁଶାନ୍ତ ରାଉତ ପ୍ରମୁଖ ସଯୋଗ କରିଥିଲେ ।