ଏଣିକି ମାସ୍କ ପିନ୍ଧିବା ବାଧ୍ୟତାମୂଳକ : ଆସନ୍ତା ନଅ ତାରିଖରୁ ସାରା ରାଜ୍ୟରେ ଏହି ନିୟମ କଡାକଡି ଭାବେ ଲାଗୁ ହେବ

Published: Apr 7, 2020, 10:57 am IST

ଭୁବନେଶ୍ବର : କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଘରୁ ବାହାରକୁ ବାହାରିଲେ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଛି । ରାଜ୍ୟ ତମାମ ଲୋକେ ମାସ୍କ ପିନ୍ଧିବାକୁ ହୋଇଛି ନିଷ୍ପତ୍ତି। ମାସ୍କ ନଥିଲେ ସଫା ରୁମାଲ କିମ୍ବା କପଡ଼ା ମୁହଁରେ ବାନ୍ଧିବାକୁ କୁହାଯାଇଛି। ଆସନ୍ତା ନଅ ତାରିଖ ସକାଳ 7ଟାରୁ ଏହି ନିୟମ ସାରା ରାଜ୍ୟରେ କଡ଼ାକଡ଼ି ଲାଗୁ ହେବ।

ଯଦି ମାସ୍କ ନଥିବେ ତେବେ ଏଥିପାଇଁ ରୁମାଲ୍‌, ଗାମୁଛା ବା ସଫା କପଡାକୁ ବ୍ୟବହାର କରିହେବ । ପୂର୍ବରୁ ଗଞ୍ଜାମ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ବାଧ୍ୟତାମୂଳକ ମାସ୍କ ବ୍ୟବହାର ପାଇଁ ନିଷ୍ପତ୍ତି ନେଇସାରିଛନ୍ତି । ଏହି ନିୟମ ଉଲ୍ଲଂଘନ କଲେ ସେଠାରେ ଜରିମାନା ମଧ୍ୟ ଆଦାୟ କରାଯାଉଛି । କିନ୍ତୁ ଏବେ ସାରା ରାଜ୍ୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।

ରୁମାଲ, ଗାମୁଛା ଓ କପଡ଼ା ହୋଇଥିଲେ ଦୁଇ ପରସ୍ତ କରି ବାନ୍ଧିବା ଜରୁରୀ। ପୂର୍ବରୁ ବି ବାଧ୍ୟତାମୂଳକ ମାସ୍କ ବ୍ୟବହାର ନେଇ ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇସାରିଥିଲା। ହେଲେ ଏବେ ଏହା ସାରା ରାଜ୍ୟରେ ଲାଗୁ ହୋଇଛି।

Related posts