କରୋନା ଦ୍ବାରା ପ୍ରଭାବିତ ହେବେନାହିଁ ପେନ୍‌ସନ୍‌ ଧାରକ

Published: Apr 19, 2020, 3:40 pm IST

ନୂଆଦିଲ୍ଲୀ : କରୋନା ଦ୍ବାରା ପେନ୍‌ସନ୍‌ ଧାରକ ପ୍ରଭାବିତ ହେବେନାହିଁ ବୋଲି କୁହାଯାଇଛି । କରୋନା କାରଣରୁ ସୃଷ୍ଟି ହୋଇଥିବା ଅର୍ଥନୈତିକ ସଂକଟର ମୁକାବିଲା ପାଇଁ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ହ୍ରାସ କରାଯିବ ବୋଲି ଗୁଜବ ସୃଷ୍ଟି ହେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି । ଏ ସମ୍ପର୍କରେ କାର୍ମିକ ମନ୍ତ୍ରଣାଳୟର ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ କରୋନା ମହାମାରୀ କାଳରେ ନାନା ପ୍ରକାର ଗୁଜବ ପ୍ରଚାରିତ ହେଉଛି । ପେନସନ ବନ୍ଦ ଓ ହ୍ରାସ ନେଇ ଏମିତି କିଛି ଗୁଜବ ପ୍ରଚାରିତ ହେବା ଫଳରେ ଏହା ପେନସନଭୋଗୀଙ୍କ ଚିନ୍ତା ବଢ଼ାଇଛି । ତେବେ ଏହା ଏକ ଗୁଜବ ଏବଂ ଏଥିରେ କୌଣସି ସତ୍ୟତା ନାହିଁ । ସରକାରଙ୍କର ପେନସନ ହ୍ରାସ କିମ୍ବା ବନ୍ଦ କରିବାର କୌଣସି ପ୍ରସ୍ତାବ ନାହିଁ ଏବଂ ଏପରି ଗୁଜବରେ ବିଶ୍ୱାସ ନ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି । (ଏଜେନ୍ସି)

Related posts