
ଯାଜପୁର : ଯାଜପୁର ବଡଚଣା ଆଇଆଇସି ଦୀପକ କୁମାର ଜେନା ସସ୍ପେଣ୍ଡ ହୋଇଛନ୍ତି । ବଡଚଣା ଆଇଆଇସିଙ୍କୁ ସସ୍ପେଣ୍ଡ କରିଛନ୍ତି ପୋଲିସ୍ ଡିଜି । ସସ୍ପେଣ୍ଡ ନେଇ ଟୁଇଟ୍ ଯୋଗେ ସ୍ପଷ୍ଟ କରିଛନ୍ତି ପୋଲିସ୍ ଡିଜି ଅଭୟ। ଲକ୍ ଡାଉନ୍ ନିୟମ ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ କରାଯାଇଛି । କାଲି ଶ୍ରୀମନ୍ଦିରରେ କଟକଣା ଉଲ୍ଲଂଘନକରି ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ। ପରିବାର ସହ ଦକ୍ଷିଣ ଦ୍ବାର ଦେଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ସିଂହଦ୍ବାରା ଥାନାରେ ହାବିଲ୍ଦାରଙ୍କ ଏତଲା କ୍ରମେ ମାମଲା ହୋଇଛି ।
Tags: suspended