ବାଲେଶ୍ବରର ଅଢେଇ ବର୍ଷର ଝିଅଠାରେ କରୋନା ପଜିଟିଭ୍‌

Published: Apr 20, 2020, 12:14 pm IST

ବାଲେଶ୍ବର : ବାଲେଶ୍ବର ଜିଲ୍ଲାର ଦୁଇ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଅଢେଇ ବର୍ଷର ଝିଅ ରହିଥିବାର ସୂଚନା ରହିଛି । ନୀଳଗିରି ବରହମପୁର ଥାନା ଅଞ୍ଚଳର ଅଢେଇ ବର୍ଷର ଝିଅ କରୋନା ପଜିଟିଭ୍‌ ବୋଲି ଖବର ରହିଛି। ନୀଳଗିରି ଉପଜିଲ୍ଲାପାଳ ହରିଶଚନ୍ଦ୍ର ଜେନା ଏନେଇ ସୂଚନା ଦେଇଛନ୍ତି । 16 ତାରିଖରେ ସାମ୍ପଲ୍‌ ନିଆଯାଇଥିଲା ଆଜି ରିପୋର୍ଟ ଆସିଥିଲା । ରିପୋର୍ଟ ପଜିଟିଭ୍‌ ଆସିବାପରେ ଏବେ ସମ୍ପୃକ୍ତ ପରିବାରକୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି । ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ପାଇଁ ପ୍ରକ୍ରିୟା ଚାଲୁ ରହିଛି ବୋଲି କହିଛନ୍ତି ଉପଜିଲ୍ଲାପାଳ । ଆଜି ରାଜ୍ୟରେ 7ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାର ସୂଚନା ରହିଥିଲା । ଭଦ୍ରକରୁ 5 ଜଣ ରହିଥିବାବେଳ ବାଲେଶ୍ବରରୁ ଦୁଇଜଣ ଚିହ୍ନଟ ହୋଇଥିଲ । ଏବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 68ରେ ପହଞ୍ଚିଛି ।

Related posts