ନିଜର ଅନନ୍ୟ ଭଏସ୍ ପାଇଁ ବେଶ୍ ପରିଚିତି ହାସଲ କରିଥିବା ଅମିତାଭ ବଚ୍ଚନ ବେଶ୍ କିଛି ଫିଲ୍ମରେ ମଧ୍ୟ କଣ୍ଠଦାନ କରିଛନ୍ତି । ନିକଟରେ ରିଲିଜ୍ ହେବାକୁ ଥିବା ଫିଲ୍ମ ‘ବଦ୍ଲା’ରେ ଔକାତ୍ ପାଇଁ ରାପ୍ କରିଛନ୍ତି । ସୁଜୟ ଘୋଷଙ୍କ ନିର୍ଦ୍ଦେଶିତ ମିଷ୍ଟ୍ରିୟସ୍ ଥ୍ରୀଲର ଫିଲ୍ମ ‘ବଦ୍ଲା’ରେ ଏକ ଗୀତର ରାପ୍ କରିଛନ୍ତି । ଏହି ରାପ୍ରେ ଅମିତାଭଙ୍କ ସହ ଅମିତ୍ ମିଶ୍ର ଓ କ୍ଲିଣ୍ଟନ୍ ସିରାଜଙ୍କ ସ୍ଵର ଶୁଣିବାକୁ ମିଳିବ । ଏହାକୁ କ୍ଲିଣ୍ଟନ୍ ସଂଯୋଜନା କରିଥିବାବେଳେ ଏହାକୁ ରଚନା କରିଛନ୍ତି ସିଦ୍ଧାନ୍ତ କୌଶଲ୍ । ପୂର୍ବରୁ ବିଗ୍ ବି ୨୦୧୮ରେ ରିଲିଜ୍ ହୋଇଥିବା ‘୧୦୨ ନଟ୍ ଆଉଟ୍’ରେ ମଧ୍ୟ ରାପ୍ କରିଛନ୍ତି । ନିକଟରେ ରଣବୀର୍ଙ୍କ ମୁକ୍ତିଲାଭ କରିଥିବା ‘ଗଲିବୟ୍’ରେ ‘ଅପ୍ନା ଟାଇମ୍ ଆୟେଗା’ରେ ରଣବୀର୍ଙ୍କ ରାପ୍ ସହ ଅମିତାଭ୍ କମ୍ପିଟ୍ କରୁଥିବାର ନଜର ଆସିଥିଲେ । ‘ବଦ୍ଲା’ ଫିଲ୍ମରେ ଅମିତାଭଙ୍କ ସହ ତାପସୀ ପନ୍ନୁ ନଜର ଆସିବେ । ଦୁହିଁଙ୍କର ଏହା ହେଉଛି ଦ୍ବିତୀୟ ଫିଲ୍ମ ପୂର୍ବରୁ ଦୁହେଁ ‘ପିଙ୍କ୍’ରେ ନଜର ଆସିସାରିଛନ୍ତି । ତେବେ ତାପସୀ ବଦ୍ଲାର ଏହି ରାପ୍ ସଙ୍ଗକୁ ନେଇ ଏକ ଟ୍ଵିଟ୍ କରିଛନ୍ତି । ‘ତେରା ଅଗ୍ଲା ପିଛଲା, ତୁ ବଦଲା ଲେକେ ବଦଲା # ଔକାତ୍ # ବଦ୍ଲା । ବୋଲି ଏକ ଟ୍ଵିଟ୍ କରିଛନ୍ତି ।