Categories
ଆଜିର ଖବର

ଫିଲ୍ମି ଫ୍ରାଇଡେ’ରେ ‘ବଦ୍‌ଲା’

ଅମିତାଭ ବଚ୍ଚନ ଓ ତାପସୀ ପନ୍ନୁଙ୍କ ଅଭିନୀତ ‘ବଦ୍‌ଲା’ ଆଜି ରିଲିଜ୍‌ ହୋଇଛି । ସୁଜୟ ଘୋଷଙ୍କ ନିର୍ଦ୍ଦେଶିତ ଏହି କ୍ରାଇମ୍‌ ଥ୍ରିଲର୍‌ ଫିଲ୍ମର ପ୍ରଯୋଜନା ଭାର ଗ୍ରହଣ କରିଛନ୍ତି ରେଡ୍‌ ଚିଲିଜ୍‌ ଏଣ୍ଟରଟେନ୍‌ମେଣ୍ଟ ଓ ଅଜ୍ୟୁର୍‌ ଏଣ୍ଟରଟେନମେଣ୍ଟ । ୨୦୧୭ର  ସ୍ପାନିଶ୍‌ ଫିଲ୍ମ ‘ଦ ଇନ୍‌ଭିଜିବଲ୍‌ ଗେଷ୍ଟ୍‌’ ର ଏହା ହେଉଛି ହିନ୍ଦୀ ରିମେକ୍‌ । ଏହି ଫିଲ୍ମରେ ଅମିତାଭ- ତାପସୀଙ୍କ ବ୍ୟତୀତ ଅମ୍ରିତା ସିଂ, ଟୋନି ଲ୍ୟୁକ୍‌, ମାନବ କୌଲ୍‌ ପ୍ରମୁଖ ଅଭିନୟ କରୁଛନ୍ତି । ସୁଜୟ ଘୋଷ ଏହି ଫିଲ୍ମରେ ପ୍ରଥମରୁ ଅମିତାଭଙ୍କ ସହ ବିଦ୍ୟା ବଲାନ୍‌ଙ୍କୁ ନେବାକୁ ଚାହିଁଥିଲେ । ତେବେ ଏହି ଫିଲ୍ମରେ ତାପସୀ ଓ ଅମିତାଭଙ୍କ ଅଭିନୟ ବେଶ୍‌ ଜୀବନ୍ତ ରହିଛି । ଏହି ଫିଲ୍ମରେ ଅମିତାଭଙ୍କ ଏକ ରାପ୍‌ ସଙ୍ଗ ରହିଛି । ପୂର୍ବରୁ ଅମିତାଭ-ତାପସୀଙ୍କ ଅଭିନୀତ ‘ପିଙ୍କ୍‌’ ବେଶ୍‌ ସଫଳ ରହିଥିଲା । ଏହି ଫିଲ୍ମଟି ଜାତୀୟ ପୁରସ୍କାର ମଧ୍ୟ ପାଇଥିଲା । ‘ବଦ୍‌ଲା’ ଫିଲ୍ମର ଟ୍ରେଲର୍‌ଟି ମଧ୍ୟ ବେଶ୍‌ ଲୋକପ୍ରିୟ ରହିଥିଲା । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏହି ଫିଲ୍ମଟିକୁ ନେଇ ଦର୍ଶକେ ସମେତ ସମୀକ୍ଷକମାନେ ବେଶ୍‌ ଉତ୍ସାହିତ ରହିଛନ୍ତି ।

Categories
ଆଜିର ଖବର

ବଦ୍‌ଲା ଫିଲ୍ମରେ ଅମିତାଭଙ୍କ ରାପ୍‌ ‘ଔକାତ୍‌’

ନିଜର ଅନନ୍ୟ ଭଏସ୍‌ ପାଇଁ ବେଶ୍‌ ପରିଚିତି ହାସଲ କରିଥିବା ଅମିତାଭ ବଚ୍ଚନ ବେଶ୍‌ କିଛି ଫିଲ୍ମରେ ମଧ୍ୟ କଣ୍ଠଦାନ କରିଛନ୍ତି । ନିକଟରେ ରିଲିଜ୍‌ ହେବାକୁ ଥିବା ଫିଲ୍ମ ‘ବଦ୍‌ଲା’ରେ ଔକାତ୍‌ ପାଇଁ ରାପ୍‌ କରିଛନ୍ତି । ସୁଜୟ ଘୋଷଙ୍କ ନିର୍ଦ୍ଦେଶିତ ମିଷ୍ଟ୍ରିୟସ୍‌ ଥ୍ରୀଲର ଫିଲ୍ମ ‘ବଦ୍‌ଲା’ରେ ଏକ ଗୀତର ରାପ୍‌ କରିଛନ୍ତି ।  ଏହି ରାପ୍‌ରେ ଅମିତାଭଙ୍କ ସହ ଅମିତ୍‌ ମିଶ୍ର ଓ କ୍ଲିଣ୍ଟନ୍‌ ସିରାଜଙ୍କ  ସ୍ଵର ଶୁଣିବାକୁ ମିଳିବ । ଏହାକୁ କ୍ଲିଣ୍ଟନ୍‌ ସଂଯୋଜନା କରିଥିବାବେଳେ ଏହାକୁ ରଚନା କରିଛନ୍ତି ସିଦ୍ଧାନ୍ତ କୌଶଲ୍‌ । ପୂର୍ବରୁ ବିଗ୍‌ ବି ୨୦୧୮ରେ ରିଲିଜ୍‌ ହୋଇଥିବା ‘୧୦୨ ନଟ୍‌ ଆଉଟ୍‌’ରେ ମଧ୍ୟ ରାପ୍‌ କରିଛନ୍ତି । ନିକଟରେ ରଣବୀର୍‌ଙ୍କ ମୁକ୍ତିଲାଭ କରିଥିବା ‘ଗଲିବୟ୍‌’ରେ ‘ଅପ୍‌ନା ଟାଇମ୍‌ ଆୟେଗା’ରେ ରଣବୀର୍‌ଙ୍କ ରାପ୍‌ ସହ ଅମିତାଭ୍‌ କମ୍ପିଟ୍‌ କରୁଥିବାର ନଜର ଆସିଥିଲେ । ‘ବଦ୍‌ଲା’ ଫିଲ୍ମରେ ଅମିତାଭଙ୍କ ସହ ତାପସୀ ପନ୍ନୁ ନଜର ଆସିବେ । ଦୁହିଁଙ୍କର ଏହା ହେଉଛି ଦ୍ବିତୀୟ ଫିଲ୍ମ ପୂର୍ବରୁ ଦୁହେଁ ‘ପିଙ୍କ୍‌’ରେ ନଜର ଆସିସାରିଛନ୍ତି । ତେବେ ତାପସୀ ବଦ୍‌ଲାର ଏହି ରାପ୍‌ ସଙ୍ଗକୁ ନେଇ ଏକ ଟ୍ଵିଟ୍‌ କରିଛନ୍ତି । ‘ତେରା ଅଗ୍‌ଲା ପିଛଲା, ତୁ ବଦଲା ଲେକେ ବଦଲା # ଔକାତ୍‌ # ବଦ୍‌ଲା । ବୋଲି ଏକ ଟ୍ଵିଟ୍‌ କରିଛନ୍ତି ।