ଫିଲ୍ମି ଫ୍ରାଇଡେ’ରେ ‘ବଦ୍‌ଲା’

Published: Mar 8, 2019, 1:19 pm IST
badla movie releases today

ଅମିତାଭ ବଚ୍ଚନ ଓ ତାପସୀ ପନ୍ନୁଙ୍କ ଅଭିନୀତ ‘ବଦ୍‌ଲା’ ଆଜି ରିଲିଜ୍‌ ହୋଇଛି । ସୁଜୟ ଘୋଷଙ୍କ ନିର୍ଦ୍ଦେଶିତ ଏହି କ୍ରାଇମ୍‌ ଥ୍ରିଲର୍‌ ଫିଲ୍ମର ପ୍ରଯୋଜନା ଭାର ଗ୍ରହଣ କରିଛନ୍ତି ରେଡ୍‌ ଚିଲିଜ୍‌ ଏଣ୍ଟରଟେନ୍‌ମେଣ୍ଟ ଓ ଅଜ୍ୟୁର୍‌ ଏଣ୍ଟରଟେନମେଣ୍ଟ । ୨୦୧୭ର  ସ୍ପାନିଶ୍‌ ଫିଲ୍ମ ‘ଦ ଇନ୍‌ଭିଜିବଲ୍‌ ଗେଷ୍ଟ୍‌’ ର ଏହା ହେଉଛି ହିନ୍ଦୀ ରିମେକ୍‌ । ଏହି ଫିଲ୍ମରେ ଅମିତାଭ- ତାପସୀଙ୍କ ବ୍ୟତୀତ ଅମ୍ରିତା ସିଂ, ଟୋନି ଲ୍ୟୁକ୍‌, ମାନବ କୌଲ୍‌ ପ୍ରମୁଖ ଅଭିନୟ କରୁଛନ୍ତି । ସୁଜୟ ଘୋଷ ଏହି ଫିଲ୍ମରେ ପ୍ରଥମରୁ ଅମିତାଭଙ୍କ ସହ ବିଦ୍ୟା ବଲାନ୍‌ଙ୍କୁ ନେବାକୁ ଚାହିଁଥିଲେ । ତେବେ ଏହି ଫିଲ୍ମରେ ତାପସୀ ଓ ଅମିତାଭଙ୍କ ଅଭିନୟ ବେଶ୍‌ ଜୀବନ୍ତ ରହିଛି । ଏହି ଫିଲ୍ମରେ ଅମିତାଭଙ୍କ ଏକ ରାପ୍‌ ସଙ୍ଗ ରହିଛି । ପୂର୍ବରୁ ଅମିତାଭ-ତାପସୀଙ୍କ ଅଭିନୀତ ‘ପିଙ୍କ୍‌’ ବେଶ୍‌ ସଫଳ ରହିଥିଲା । ଏହି ଫିଲ୍ମଟି ଜାତୀୟ ପୁରସ୍କାର ମଧ୍ୟ ପାଇଥିଲା । ‘ବଦ୍‌ଲା’ ଫିଲ୍ମର ଟ୍ରେଲର୍‌ଟି ମଧ୍ୟ ବେଶ୍‌ ଲୋକପ୍ରିୟ ରହିଥିଲା । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏହି ଫିଲ୍ମଟିକୁ ନେଇ ଦର୍ଶକେ ସମେତ ସମୀକ୍ଷକମାନେ ବେଶ୍‌ ଉତ୍ସାହିତ ରହିଛନ୍ତି ।

Related posts