
ଚନ୍ଦ୍ରକାନ୍ତି ବୌଦ୍ଧ
ନରସିଂହପୁର: କଟକ ଜିଲ୍ଲା ବଡମ୍ବା ବନଖଣ୍ଡ ଅନ୍ତର୍ଗତ ଗୁରୁଡିପାଳ ଗ୍ରାମ ନିକଟରେ ବିଗତ ନଅ ଦିନଧରି ଅସୁସ୍ଥ ଥିବା ହାତୀ ଛୁଆର ମୃତ୍ୟୁ ହୋଇଯାଇଛି। ପ୍ରାୟ ନଅ ଦିନ ହେବ ହାତୀ ଛୁଆଟି ଅସୁସ୍ଥ ହୋଇ ଗୁରୁଡିପାଳ ଗ୍ରାମ ନିକଟରେ ପଡି ରହିଥିବା ବେଳେ ଛୁଆଟିକୁ ସୁସ୍ଥ କରିବା ପାଇଁ ବନବିଭାଗ ତରଫରୁ ନିଆଯାଇଥିବା ସମସ୍ତ ପ୍ରକାର ଚେଷ୍ଟା ବିଫଳ ହୋଇଛି। ହାତୀ ଛୁଆଟିର ପାଟିରେ କିଛି କ୍ଷତ ହୋଇଥିବା ଅନୁମାନ କରାଯାଉଛି। ବଡମ୍ବା ବନଖଣ୍ଡ ଅଂଚଳରେ ଆଗରୁ ଅନେକ ହାତୀ ମୃତ୍ୟୁ ବରଣ କରିଥିବା ବେଳେ ଏହା ବନ ବିଭାଗର ଅବହେଳା ପ୍ରମାଣିତ କରୁଛି । ବନ ବିଭାଗ ହାତୀଙ୍କ ସୁରକ୍ଷା ପାଇଁ କେତେ ତତ୍ପର ତାହା ମଧ୍ୟ ସ୍ପଷ୍ଟ ଅନୁମେୟ। ହାତୀ ଛୁଆଟିର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଶବ ବ୍ୟବେଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି ।