Categories
ଆଞ୍ଚଳିକ

ରଣପୁର: ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ରଣପୁର: ଆଜି ନୟାଗଡ ଜିଲ୍ଲା ରଣପୁର ବ୍ଲକ ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆ ଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶଙ୍କ ନେତୃତ୍ୱରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁନୀଲ ମହାନ୍ତି ଓ ସି.ଆର.ସି.ସି. ସୁଶୀଲ କୁମାର ରଣା ଅତିଥି ଭାବେ ଯୋଗ ଦେଇଥିଲେ।

ଏଥିରେ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାଳୟର ଛାତ୍ର ଆଶିଷ ସୁନ୍ଦରାୟଙ୍କୁ ଉପଢୌକନ ଓ ଟ୍ରଫି ଦିଆଯାଇ ସମ୍ବର୍ଦ୍ଧନା କରାଯାଇ ଥିଲା। ଏହା ସହିତ ସମସ୍ତ ପିଲାମାନଙ୍କୁ ପୁଷ୍ପଗୁଛ ଓ ଉପହାର ଦିଆ ଯାଇ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା।  ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କାର ଦିଆଯାଇ ପୁରସ୍କୃତ କରାଯାଇଥିଲା।

ଏହି ଅବସରରେ ବିଦ୍ୟାଳୟରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଏପରିକି ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶ ବକ୍ତବ୍ୟ ରଖିଲା ବେଳେ କାନ୍ଦି ପକାଇ ଥିଲେ।  ସମସ୍ତ ଛାତ୍ରଛାତ୍ରୀମାନେ କାନ୍ଦି କାନ୍ଦି ଅଶ୍ରୁ ଧାର ବୁହାଇ ଚାଲିଥିଲେ। ଶିକ୍ଷୟତ୍ରୀ ସରୋଜିନୀ ମଙ୍ଗରାଜ, ଶିକ୍ଷକ ଅଜୟ କୁମାର ସାହୁ, ରମେଶ ଚନ୍ଦ୍ର ନାୟକ, ଶରତ କୁମାର ନାୟକ, ବିଜୟ କୁମାର ଚମ୍ପତିଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ପରିଚାଳନା କମିଟିର ସଦସ୍ୟସଦସ୍ୟା ପିଲାମାନଙ୍କୁ ବିଭିନ୍ନ ଉପଦେଶ ଦେଇ ସେମାନଙ୍କ ଉଜ୍ବଳମୟ ଭବିଷ୍ୟତ କାମନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ପ୍ରହ୍ଲାଦ ପଟେଲଙ୍କ କାର ଦୁର୍ଘଟଣାର ଶିକାର: ଜଣେ ମୃତ, ୫ ଆହତ

ନୂଆଦିଲ୍ଲୀ: ସଡକ ଦୁର୍ଘଟଣାରେ ବିଜେପିର ତାରକା ପ୍ରଚାରକ ତଥା ନରସିଂହପୁରର ବିଜେପି ପ୍ରାର୍ଥୀ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଆହତ ହୋଇଛନ୍ତି। କୁହାଯାଉଛି ଯେ, ଏହି ଦୁର୍ଘଟଣା ଅମରୱାଡା ନିକଟରେ ଛିନ୍ଦୱାଡା ଠାରୁ ନରସିଂହପୁରକୁ ଆସୁଥିବା ବେଳେ ଘଟିଛି। କୁହାଯାଉଛି ଯେ, ଭୁଲ ପାର୍ଶ୍ୱରୁ ଆସୁଥିବା ମୋଟରସାଇକେଲ ଚାଳକଙ୍କ ସହ ତାଙ୍କ ଗାଡି ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଅନ୍ୟ ଚାରି ରୁ ପାଞ୍ଚ ଜଣ ମଧ୍ୟ ଆହତ ହୋଇଥିବା ଜଣାଯାଇଛି। ପ୍ରହ୍ଲାଦ ପଟେଲ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି।

ଜଣେ ଶିକ୍ଷକଙ୍କ ମୃତ୍ୟୁ:

ଏହି ସଡକ ଦୁର୍ଘଟଣାରେ ମୋଟରସାଇକେଲରେ ବସିଥିବା ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବାବେଳେ ପାଞ୍ଚ ଜଣ ଆହତ ହୋଇଥିବା କୁହାଯାଉଛି। ଆହତମାନଙ୍କୁ ଛିନ୍ଦୱାଡା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଅଳ୍ପକେ ବର୍ତ୍ତି ଯାଇଥିଲେ। ସେ ସାମାନ୍ୟ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ କେନ୍ଦ୍ର ମନ୍ତ୍ରୀ ପଟେଲଙ୍କ ବିରୋଧରେ ସ୍ଲୋଗାନ ମଧ୍ୟ ଦେଇଥିଲେ।

Categories
ଆଞ୍ଚଳିକ

ବିଭିନ୍ନ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ

ରଣପୁର: ଆଜି ନରସିଂହପୁର ମଧ୍ୟ ଇଁରାଜୀ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନରସିଂହପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଝୁନୁବାଳା ରଣସିଂ, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ନରସିଂହପୁର କ୍ଲଷ୍ଟର ସି.ଆର.ସି.ସି. ସୁଶୀଲ କୁମାର ରଣା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁନୀଲ କୁମାର ମହାନ୍ତି, ମେମ୍ବର, ସମ୍ମାନିତ ଅତିଥି ଭାବେ ୱାର୍ଡମେମ୍ବର ଶ୍ରଦ୍ଧାଞ୍ଜଳି ବେହେରା, କମିଟି ସଭ୍ୟା ଗାୟତ୍ରୀ ବେହେରା, ଇତିଶ୍ରୀ ରଣା, ଭାନୁମତି ପ୍ରଧାନ, ସଞ୍ଜୁଲତା ସାମନ୍ତ, ସଭ୍ୟ ଉମେଶ ପେଣ୍ଠଇ ପ୍ରମୁଖ ଯୋଗ ଦେଇଥିଲେ।

ଏହି ସଭାକାର୍ଯ୍ୟ ବିଦ୍ୟାଳୟର ପ୍ରଧାନ ଅଶୋକ କୁମାର ଦାଶଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିଲା। ଏଥିରେ ୨୨୪ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କରାଯାଇଛି।  ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ କେବଳ ଦୁଇ ହଳ ପୋଷାକ ପ୍ରଦାନ କରାଯାଇଛି। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା ଓ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ସେହିପରି ଗୌରାଙ୍ଗପୁର କ୍ଲଷ୍ଟରର ମନ୍ଦାକିନୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସି.ଆର.ସି.ସିତଥା ଗୌରାଙ୍ଗପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ମିଶ୍ର, ମୁଖ୍ୟ ବକ୍ତା ଗୌରାଙ୍ଗପୁର କ୍ଲଷ୍ଟର ସି.ଆର.ସି.ସି. ସୁଧାକର ମିଶ୍ର, ସମ୍ମାନିତ ଅତିଥି ଭାବେ ନରସିଂହପୁର କ୍ଲଷ୍ଟର ସି.ଆର.ସି.ସି. ସୁଶୀଲ କୁମାର ରଣା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରମୁଖ ଯୋଗ ଦେଇଥିଲେ। ଏହି ସଭାକାର୍ଯ୍ୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିଲା। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ନୃସିଂହ ଚରଣ ଚୌଧୁରୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ୧୨୫ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କରାଯାଇଛି। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ କେବଳ ଦୁଇ ହଳ ପୋଷାକ ପ୍ରଦାନ କରାଯାଇଛି। ଅବଶିଷ୍ଟ ଏକ ହଳ ଜୋତା, ଦୁଇ ହଳ ମୋଜା, ଗୋଟିଏ ଟ୍ରାକ ପ୍ୟାଣ୍ଟ, ଗୋଟିଏ ଟି-ସାର୍ଟ ଓ ଗୋଟିଏ ଟୋପି ପରେ ଦିଆଯିବ। ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ପରିଚାଳନା କମିଟି ସଭ୍ୟସଭ୍ୟା ଓ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଶିକ୍ଷୟତ୍ରୀ ଆନନ୍ଦ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ଵରୁପାନନ୍ଦ ସରସ୍ୱତୀଙ୍କ ଦେହାନ୍ତ

ନରସିଂହପୁର: ମଧ୍ୟପ୍ରଦେଶର ନରସିଂହପୁରରେ ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ଵରୁପାନନ୍ଦ ସରସ୍ୱତୀଙ୍କ ଦେହାନ୍ତ ହୋଇଛି। ଶଙ୍କରାଚାର୍ଯ୍ୟ ସ୍ଵରୁପାନନ୍ଦ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ। ୯୯ ବର୍ଷ ବୟସରେ ଶଙ୍କରାଚାର୍ଯ୍ୟଙ୍କ ଦେହାନ୍ତ ହୋଇଛି। ସେ ଶନିବାର ଦିନ ପ୍ରାୟ ୩ ଟା ସମୟରେ ତାଙ୍କ ଆଶ୍ରମରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନରସିଂହପୁର କ୍ବାରେଣ୍ଟାଇନ୍‌ ସେଣ୍ଟରରେ ଅବ୍ୟବସ୍ଥା, ରାସ୍ତା ଅବରୋଧ କଲେ ପ୍ରବାସୀ ଓଡ଼ିଆ

ଚନ୍ଦ୍ରକାନ୍ତି ବୌଦ୍ଧ

ନରସିଂହପୁର : ନରସିଂହପୁର କ୍ବାରେଣ୍ଟାଇନ କେନ୍ଦ୍ରର ଅବ୍ୟବସ୍ଥା ସାମ୍ନାକୁ ଆସିଛି । ଏନେଇ ପ୍ରବାସୀ ମାନେ ୬୫ ନମ୍ବର ରାଜ୍ୟ ରାଜପଥ ନରସିଂହପୁର ପେଟ୍ରୋଲ ପମ୍ପ ନିକଟରେ ରାସ୍ତା  ଅବରୋଧ କରିଛନ୍ତି । ଏହି ଅବରୋଧ ପାଇଁ ଏକଘଣ୍ଟା ପାଇଁ ଗାଡି ଚଳାଚଳ ବ୍ୟାହାତ ହୋଇଥିଲା । ପ୍ରବାସୀ ଓଡିଆ ବିଭିନ୍ନ ରାଜ୍ୟରୁ ଆସି ୧୩ ଦିନରୁ ଉର୍ଧ ସମୟ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ ମଧ୍ୟ ସେମାନଙ୍କର ସ୍ବାବ ଟେଷ୍ଟ କରା ଯାଉନଥିବାର ଅଭିଯୋଗ ହୋଇଛି । ଯାହା ଫଳରେ ଆଜି ୬୦ ରୁ ଉର୍ଦ୍ଧ୍ବ  ପ୍ରବାସୀ ଓଡ଼ିଆ ୬୫ ନମ୍ବର ରାଜ୍ୟ ରାଜପଥ ଉପରେ ବସି ରାସ୍ତାରୋକ କରିଥିଲେ।

ଖବର ପାଇ ଘଟଣା ସ୍ଥଳରେ ବ୍ଲକ ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ ବେହେରା ଘଟଣା ସ୍ଥଳରେ ପହଞ୍ଚି ପ୍ରବାସୀ ଓଡିଆଙ୍କୁ ବୁଝାସୁଝା କରିବା ସହିତ ଆଜି ସମସ୍ତ ପ୍ରବାସୀ ଓଡିଆଙ୍କ ସ୍ବାବ ଟେଷ୍ଟ କରାଯିବ ପ୍ରତିଶ୍ରୁତି ଦେବାପରେ ପ୍ରବାସୀମାନେ ଆନ୍ଦୋଳନରୁ ଓହରିଥିଲେ । ତେବେ ଗତ ଦୁଇଦିନ ତଳେ ନରସିଂହପୁର ଅଞ୍ଚଳରେ ସ୍ବାବ ଟେଷ୍ଟ କରାଯାଉ ନଥିବା ଅଭିଯୋଗ କରି ଗଛ ପକାଇ ରାସ୍ତାରୋକ କରିଥିଲେ ପ୍ରବାସୀ ଓଡ଼ିଆ। ପ୍ରବାସୀ ଓଡ଼ିଆଙ୍କ ସ୍ବାବ ଟେଷ୍ଟ କରାନ ଯାଇ ତାଙ୍କୁ ଘରକୁ ପଠାଯାଉଥିବାରୁ ଏନେଇ ଅସନ୍ତୋଷ ସୃଷ୍ଟି ହୋଇଛି । ଯଦି ପ୍ରବାସୀଙ୍କ ସ୍ବାବ ଟେଷ୍ଟ ନ କରାଯିବ, ତେବେ ସରକାର କ’ଣ ପାଇଁ କ୍ବାରେଣ୍ଟିନ୍‌ ସେଣ୍ଟର କରିଛନ୍ତି । ସେହିପରି ବିନା ଟେଷ୍ଟିଂରେ ପ୍ରବାସୀଙ୍କୁ ଘରକୁ ଯିବାର ଅନୁମତି ଦିଆଯିବା ପରେ ଗୋଷ୍ଠୀ ସଂକ୍ରମଣ ପ୍ରତି ବିପଦ ଅଧିକ ଘନଉଛି । ସରକାର ଏନେଇ ସ୍ପଷ୍ଟ ଉତ୍ତର ରଖିବାକୁ ପ୍ରବାସୀ ଓଡ଼ିଆ ମାନେ ଦାବି କରିଛନ୍ତି ।

Categories
ଆଜିର ଖବର ଆଞ୍ଚଳିକ

ନାଳରେ ବୁଡି ଯୁବକ ମୃତ

ଚନ୍ଦ୍ରାକନ୍ତି ବୌଦ୍ଧ

ନରସିଂହପୁର: କଟକ ଜିଲ୍ଲା ନରସିଂହପୁରଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଯୁବକ ନାଳରେ ବୁଡି ମୃତ୍ୟୁବରଣ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ନିଜିଗଡ଼ ଗ୍ରାମ ପଞ୍ଚାୟତର ମାଧେଇପଦା ଗ୍ରାମର ଜଣେ ଯୁବକ ଗ୍ରାମ ନିକଟରେ ଥିବା ଚତରା ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ପାଦ ଖସି ଯିବାରୁ ପାଣିରେ ବୁଡି ଯାଇଥିଲେ। 45 ବର୍ଷୀୟ ଏହି ମୃତ ଯୁବକଙ୍କ ନାମ ପ୍ରକାଶ ଜେନା।  ଗ୍ରାମର ଅନ୍ୟମାନେ ଯେତେବେଳେ ଗାଧୋଇବାକୁ ଆସିଲେ ସେମାନେ କେହି ଭାସୁଥିବାର ଦେଖିବା ପରେ ନରସିଂହପୁର ଦମକଳ ବାହିନୀ କୁ ଖବର ଦେଇଥିଲେ। ଦମକଳ ବାହିନୀ ପହଂଚିବା ପୂର୍ବରୁ ଗ୍ରାମବାସୀ ପାଣିରେ ଭାସୁଥିବା ଯୁବକଙ୍କୁ ଉଦ୍ଧାର କରି କୁଳକୁ ଆଣିଥିଲେ। ସେଠାରୁ ଦମକଳ ଗାଡି ଯୋଗେ ନରସିଂହପୁର ଡାକ୍ତରଖାନା କୁ ନିଆଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନରସିଂହପୁର ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଶବକୁ ବ୍ୟବଚ୍ଛେଦ ପାଇଁ ବଡମ୍ବା ଡାକ୍ତରଖାନାକୁ ପଠାଇ ଦେଇଛି।

Categories
ଆଞ୍ଚଳିକ

କଟକର ୧୪ଟି ବ୍ଲକରେ ମୁଖ୍ୟମନ୍ତ୍ରୀଙ୍କ ସହିତ ସରପଞ୍ଚଙ୍କ ଶପଥପାଠ

ଚନ୍ଦ୍ରକାନ୍ତି ବୌଦ୍ଧ

ନରସିଂହପୁର: କରୋନା ପାଇଁ ଶପଥ ନେଇଛନ୍ତି ସରପଞ୍ଚ। କଟକ ଜିଲ୍ଲା ଅଧିନରେ ଥିବା ୧୪ ଗୋଟି ବ୍ଲକର ଭିସି ହଲରେ ଶପଥପାଠ କରିଛନ୍ତି ସମସ୍ତ ସରପଞ୍ଚ। ଆଠଗଡ ବ୍ଲକ ଭିସି ହଲରେ ଆଜି ଆଠଗଡ ବିଡିଓ ଆଠଗଠ ବ୍ଲକ ଚେୟାରମ୍ୟାନ ଓ ଆଠଗଡ ବ୍ଲକର ସମସ୍ତ ସରପଞ୍ଚ ମାନେ ଉପସ୍ଥିତ ରହିଥିଲେ। ସେହିପରି ତିଗିରିଆ ବଡ଼ମ୍ବା ନରସିଂହପୁର ରେ ବ୍ଲକ ସମ୍ମିଳନୀ କକ୍ଷରେ ବିଡ଼ିଓ, ଚେୟାରମ୍ୟାନ ସରପଞ୍ଚମାନେ ଉପସ୍ଥିତ ଥିଲେ। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂରେ ସରପଞ୍ଚମାନଙ୍କୁ ଶପଥ ପାଠ କରାଇଛନ୍ତି। ନିଜ ପଞ୍ଚାୟତକୁ କରୋନାକୁ ମୁକ୍ତ ରଖିବାକୁ ପରାମର୍ଶ ଦିଆଯାଇଛି। ସେମାନେ ଶପଥ ପାଠ କରିଛନ୍ତି ଯେ ଅନ୍ୟ ରାଜ୍ୟରୁ ଗାଁକୁ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖିବେ। ସେମାନଙ୍କ ରହିବା, ଖାଇବା, ଚିକିତ୍ସାର ଉଚିତ ବ୍ୟବସ୍ଥା କରିବେ। ସରକାରଙ୍କ ସବୁ ପଦକ୍ଷେପକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଲୋକଙ୍କ ମଙ୍ଗଳ ପାଇଁ ନିଷ୍ଠାର ସହ ଏହାସୁବ ପାଳନ ହେବ। ମୋ ପଞ୍ଚାୟତରେ କରୋନାକୁ ପଶିବାକୁ ଦେବି ନାହିଁ ବୋଲି ସରପଞ୍ଚମାନେ ଶପଥ କରିଛନ୍ତି। ଏବଂ ସରପଞ୍ଚ ମାନେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପାଳନ କରିବା ସହିତ କୋରୋନାକୁ ହରାଇ ଓଡିଶା କୁ ହସାଇବା ସହିତ ପଞ୍ଚାୟତକୁ ହସାଇବେ ବୋଲି ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବଡମ୍ବା ବନଖଣ୍ଡରେ ପ୍ରାଣ ହରାଇଲା ହାତୀଛୁଆ

ଚନ୍ଦ୍ରକାନ୍ତି ବୌଦ୍ଧ

ନରସିଂହପୁର: କଟକ ଜିଲ୍ଲା ବଡମ୍ବା ବନଖଣ୍ଡ ଅନ୍ତର୍ଗତ ଗୁରୁଡିପାଳ ଗ୍ରାମ ନିକଟରେ ବିଗତ ନଅ ଦିନଧରି ଅସୁସ୍ଥ ଥିବା ହାତୀ ଛୁଆର ମୃତ୍ୟୁ ହୋଇଯାଇଛି। ପ୍ରାୟ ନଅ ଦିନ ହେବ ହାତୀ ଛୁଆଟି ଅସୁସ୍ଥ ହୋଇ ଗୁରୁଡିପାଳ ଗ୍ରାମ ନିକଟରେ ପଡି ରହିଥିବା ବେଳେ ଛୁଆଟିକୁ ସୁସ୍ଥ କରିବା ପାଇଁ ବନବିଭାଗ ତରଫରୁ ନିଆଯାଇଥିବା ସମସ୍ତ ପ୍ରକାର ଚେଷ୍ଟା ବିଫଳ ହୋଇଛି। ହାତୀ ଛୁଆଟିର ପାଟିରେ କିଛି କ୍ଷତ ହୋଇଥିବା ଅନୁମାନ କରାଯାଉଛି। ବଡମ୍ବା ବନଖଣ୍ଡ ଅଂଚଳରେ ଆଗରୁ ଅନେକ ହାତୀ ମୃତ୍ୟୁ ବରଣ କରିଥିବା ବେଳେ ଏହା ବନ ବିଭାଗର ଅବହେଳା ପ୍ରମାଣିତ କରୁଛି । ବନ ବିଭାଗ ହାତୀଙ୍କ ସୁରକ୍ଷା ପାଇଁ କେତେ ତତ୍ପର ତାହା ମଧ୍ୟ ସ୍ପଷ୍ଟ ଅନୁମେୟ। ହାତୀ ଛୁଆଟିର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଶବ ବ୍ୟବେଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି ।