ନାଳରେ ବୁଡି ଯୁବକ ମୃତ

Published: May 5, 2020, 12:12 pm IST

ଚନ୍ଦ୍ରାକନ୍ତି ବୌଦ୍ଧ

ନରସିଂହପୁର: କଟକ ଜିଲ୍ଲା ନରସିଂହପୁରଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଯୁବକ ନାଳରେ ବୁଡି ମୃତ୍ୟୁବରଣ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ନିଜିଗଡ଼ ଗ୍ରାମ ପଞ୍ଚାୟତର ମାଧେଇପଦା ଗ୍ରାମର ଜଣେ ଯୁବକ ଗ୍ରାମ ନିକଟରେ ଥିବା ଚତରା ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ପାଦ ଖସି ଯିବାରୁ ପାଣିରେ ବୁଡି ଯାଇଥିଲେ। 45 ବର୍ଷୀୟ ଏହି ମୃତ ଯୁବକଙ୍କ ନାମ ପ୍ରକାଶ ଜେନା।  ଗ୍ରାମର ଅନ୍ୟମାନେ ଯେତେବେଳେ ଗାଧୋଇବାକୁ ଆସିଲେ ସେମାନେ କେହି ଭାସୁଥିବାର ଦେଖିବା ପରେ ନରସିଂହପୁର ଦମକଳ ବାହିନୀ କୁ ଖବର ଦେଇଥିଲେ। ଦମକଳ ବାହିନୀ ପହଂଚିବା ପୂର୍ବରୁ ଗ୍ରାମବାସୀ ପାଣିରେ ଭାସୁଥିବା ଯୁବକଙ୍କୁ ଉଦ୍ଧାର କରି କୁଳକୁ ଆଣିଥିଲେ। ସେଠାରୁ ଦମକଳ ଗାଡି ଯୋଗେ ନରସିଂହପୁର ଡାକ୍ତରଖାନା କୁ ନିଆଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନରସିଂହପୁର ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଶବକୁ ବ୍ୟବଚ୍ଛେଦ ପାଇଁ ବଡମ୍ବା ଡାକ୍ତରଖାନାକୁ ପଠାଇ ଦେଇଛି।

Related posts