Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»29 ଦିନ ପରେ ଶିବରାଜ ସରକାରଙ୍କ କ୍ୟାବିନେଟ ଗଠନ : 5 ଜଣ ମନ୍ତ୍ରୀ ନେଲେ ଶପଥ
ଆଜିର ଖବର

29 ଦିନ ପରେ ଶିବରାଜ ସରକାରଙ୍କ କ୍ୟାବିନେଟ ଗଠନ : 5 ଜଣ ମନ୍ତ୍ରୀ ନେଲେ ଶପଥ

April 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମଧ୍ୟପ୍ରଦେଶ : ଶିବରାଜ ସିଂହ ଚୌହ୍ବାନଙ୍କ ନେତୃତ୍ବରେ ମଧ୍ୟପ୍ରଦେଶରେ ନୂତନ ସରକାର ଗଠନ ହେବାର 29 ଦିନ ପରେ ରାଜ୍ୟରେ ମନ୍ତ୍ରିମଣ୍ଡଳର ଗଠନ ହୋଇଛି । ଆଜି 5 ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ଏହି ପାଞ୍ଚ ମନ୍ତ୍ରୀଙ୍କ ମଧ୍ୟରେ ସିନ୍ଧିଆଙ୍କ ଗୋଷ୍ଠୀର ଦୁଇଜଣ ରହିଛନ୍ତି। ସିନ୍ଧିଆଙ୍କ ଗୋଷ୍ଠୀର ତୁଲସୀ ସିଲାବଟ ଓ ଗୋବିନ୍ଦ ରାଜପୁତ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହି ଦୁଇଜଣ କମଲନାଥ ସରକାରରୁ ଇସ୍ତଫା ଦେଇଥିଲେ ।

ମଧ୍ୟପ୍ରଦେଶରେ ମାର୍ଚ୍ଚ 23 ତାରିଖରେ ଚତୁର୍ଥ ଥର ପାଇଁ ଶିବରାଜ ସିଂ ଚୌହ୍ବାନ ଚତୁର୍ଥଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାର ପରବର୍ତ୍ତୀ ଦିନ ଅର୍ଥାତ୍‌ ମାର୍ଚ୍ଚ 24 ତାରିଖରେ ସାରା ଦେଶରେ ଲକ୍ ଡାଉନ୍‌ ଜାରି ହୋଇଗଲା । ଲକ୍ ଡାଉନ୍‌ ପାଇଁ ମଧ୍ୟପ୍ରଦେଶ ସରକାରଙ୍କ ମନ୍ତ୍ରିମଣ୍ଡଳ ବିସ୍ତାର ହୋଇପାରିନଥିଲା । ଆଜି ଶପଥ ନେଇଥିବା ପାଞ୍ଚ ଜଣ ମନ୍ତ୍ରୀଙ୍କ ମଧ୍ୟରେ ତୁଲସୀ ସିଲାବଟ, ଗୋବିନ୍ଦ ରାଜପୁତଙ୍କ ସମେତ ନରୋତ୍ତମ ମିଶ୍ରା, ମୀନା ସିଂ, କମେଲ ପଟେଲ୍‌ ଆଦି ରହିଛନ୍ତି । ଶିବରାଜ ସିଂହ ଚୌହ୍ବାନଙ୍କ ମନ୍ତ୍ରିମଣ୍ଡଳରେ କ୍ଷେତ୍ର ପ୍ରତିନିଧି୍ତ୍ବକୁ ବିଶେଷ ରୂପେ ଧ୍ୟାନ ଦିଆଯାଇଛି । ନରୋତ୍ତମ ମିଶ୍ରା ଗ୍ବାଲିୟର୍‌-ଚମ୍ପଲ୍‌ କ୍ଷେତ୍ର ସହ ସମ୍ପୃକ୍ତ ରହିଥିବାବେଳେ ତୁଲସୀ ସିଲାବଟ ମାଲବା, ଗୋବିନ୍ଦ ରାଜପୁତ ବୁନ୍ଦେଲଖଣ୍ଡ, ମୀନା ସିଂ ମହାକୌଶଲ୍‌ ଓ ବିନ୍ଧ୍ୟ ଓ କମଲ ପଟେଲ୍‌ ନିମାଣ୍ଡ ଅଞ୍ଚଳ ସହ ସମ୍ପର୍କିତ ରହିଛନ୍ତି ।

ସୂଚନାଯୋଗ୍ୟ, ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ମିଶିବା ପରେ ମଧ୍ୟପ୍ରଦେଶର ତତ୍କାଳୀନ କଂଗ୍ରେସ ସରକାର ଭୁଷୁଡି ପଡିଥିଲା । ରାଜ୍ୟରେ 22 ଜଣ କଂଗ୍ରେସ ବିଧାୟକଙ୍କ ଇସ୍ତଫା ଦେବା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ମାର୍ଚ୍ଚ 20 ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ବିଜେପି ସରକାର ଗଠନ କରିବା ପାଇଁ ଦାବି ଉପସ୍ଥାପନ କରି ମାର୍ଚ୍ଚ 23 ତାରିଖ ରାତ୍ରିରେ ଶିବରାଜ ସିଂ ଚୌହ୍ବାନ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ । (ଏଜେନ୍ସି)

madhyapradesh shivrajsignhchouhan
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନରେ ଟ୍ରେନ୍ ଦୁର୍ଘଟଣା: ୫ ମୃତ, ଏକାଧିକ ଆହତ

October 13, 2026

ନିଶାଦ୍ରବ୍ୟ ବିରୁଦ୍ଧରେ ଅଭିଯାନ ଚଳାଇଥିବା ପରମିନ୍ଦର ସିଂହଙ୍କୁ ଗୁଳି କରି ହତ୍ୟା

October 13, 2026

ପ୍ରଧାନମନ୍ତ୍ରୀ ମୋଦି ମାନହାନି ମାମଲା: ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

October 13, 2026

ଭାରତ-ଆମେରିକା ସମ୍ପର୍କରେ ନୂଆ ମୋଡ଼! ପ୍ରତିରକ୍ଷାଠାରୁ ଔଷଧ ପର୍ଯ୍ୟନ୍ତ ବଢ଼ିବ ସହଯୋଗ, ଟ୍ରମ୍ପ-ମୋଦୀ ଆଲୋଚନା ପରେ ବଡ଼ ସଙ୍କେତ

October 13, 2026
Latest News

ପାକିସ୍ତାନରେ ଟ୍ରେନ୍ ଦୁର୍ଘଟଣା: ୫ ମୃତ, ଏକାଧିକ ଆହତ

October 13, 2026

ନିଶାଦ୍ରବ୍ୟ ବିରୁଦ୍ଧରେ ଅଭିଯାନ ଚଳାଇଥିବା ପରମିନ୍ଦର ସିଂହଙ୍କୁ ଗୁଳି କରି ହତ୍ୟା

October 13, 2026

Truecallerରୁ ହଟାନ୍ତୁ ନିଜ ନମ୍ବର ଓ ବ୍ୟକ୍ତିଗତ ତଥ୍ୟ, ଏହି ସହଜ ଟ୍ରିକ୍‌ ଜାଣି ରଖନ୍ତୁ

October 13, 2026

ପ୍ରଧାନମନ୍ତ୍ରୀ ମୋଦି ମାନହାନି ମାମଲା: ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

October 13, 2026

ଭାରତ-ଆମେରିକା ସମ୍ପର୍କରେ ନୂଆ ମୋଡ଼! ପ୍ରତିରକ୍ଷାଠାରୁ ଔଷଧ ପର୍ଯ୍ୟନ୍ତ ବଢ଼ିବ ସହଯୋଗ, ଟ୍ରମ୍ପ-ମୋଦୀ ଆଲୋଚନା ପରେ ବଡ଼ ସଙ୍କେତ

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.