
ଭୁବନେଶ୍ବର : କରୋନା ସଂକ୍ରମିତ ରାଜ୍ୟରୁ ନିକଟରେ ଫେରିଥିବା ବ୍ୟକ୍ତିଙ୍କୁ ଅପିଲ୍ କରିଛନ୍ତି ସରକାର । ଟୁଇଟ୍ କରି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଅପିଲ୍ କରାଯାଇଛି । ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତି ସଂକ୍ରମିତ ହୋଇଥାଇପାରନ୍ତି। ସଂକ୍ରମଣର ଶିକାର ପ୍ରାୟ 80 ପ୍ରତିଶତଙ୍କଠାରେ କୌଣସି ଲକ୍ଷଣ ଦେଖାଯାଉନି। ଲକ୍ଷଣ ଦେଖାଯାଉନଥିଲେ ମଧ୍ୟ ପରୀକ୍ଷା କରାଇନେବା ଉଚିତ୍ । ବାହାରୁ ଫେରିଥିବା ବ୍ୟକ୍ତି ନିଜର ଓ ପରିବାରର ସୁରକ୍ଷା ପାଇଁ ଆଗେଇ ଆସନ୍ତୁ ବୋଲି ରାଜ୍ୟ ସରକାର ଅପିଲ୍ କରିଛନ୍ତି । ଉଭୟ ସାମ୍ପଲ୍ ପରୀକ୍ଷା ଓ ଚିକିତ୍ସା ମାଗଣା ରହିଛି ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ । ସୂଚନାଯୋଗ୍ୟ, ରାଜ୍ୟରେ ସର୍ବମୋଟ କରୋନା ଆକ୍ରାନ୍ତ ସଂଖ୍ୟା 82ରେ ପହଞ୍ଚିଛି ।
Tags: କରୋନା ଟେଷ୍ଟ