Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭା ପୂର୍ବରୁ ଆସିଲା ଟେଷ୍ଟ ରିପୋର୍ଟ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସମେତ ୧୪ ଜଣଙ୍କୁ କରୋନା

ଭୁବନେଶ୍ବର: ଆସନ୍ତକାଲି ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଆଜି ମନ୍ତ୍ରୀ ଓ ବିଧାୟକଙ୍କ କରୋନା ଟେଷ୍ଟ ରିପୋର୍ଟ ଆସିଛି। ରାଜ୍ୟର ୧୪ ଜଣ ମନ୍ତ୍ରୀ ଓ ବିଧାୟକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ରସୂଚନା ରହିଛି। କାଲି ୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଆଜି ଆଉ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉପବାଚସ୍ପତି ରଜନୀକାନ୍ତ ସିଂହ, ମନ୍ତ୍ରୀ ସମୀର ଦାଶ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ମନ୍ତ୍ରୀ ପଦ୍ମିନୀ ଦିଆନ ଓ ଜ୍ୟୋତି ପାଣିଗ୍ରାହୀ ମଧ୍ୟ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବିଧାୟକ ଅଶୋକ ବଳ, ବିଷ୍ଣୁବ୍ରତ ରାଉତରାୟତ, ଭାଗିରଥୀ ସେଠୀ, ସୁଶାନ୍ତ ବେହେରା, ଉମାକାନ୍ତ ସାମନ୍ତରାୟ, ନାଉରୀ ନାଏକ, ପ୍ରଶାନ୍ତ ଜଗଦ୍ଦେବ ଓ ସୁକାନ୍ତ ନାୟକ ମଧ୍ୟ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତକାଲି ପ୍ରମିଳା ମଲ୍ଲିକ ଓ ଦେବୀ ମିଶ୍ର ପଜିଟିଭ ଚିହ୍ନଟ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭା ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ : 757ରୁ 136 ପଜିଟିଭ୍‌

ଭୁବନେଶ୍ବର : ଆସନ୍ତା 29 ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଅଧିବେଶନ ପୂର୍ବରୁ କରୋନା ଟେଷ୍ଟ ରିପୋର୍ଟ ଆସିଛି । 757 କୋଭିଡ୍‌ ଟେଷ୍ଟରୁ 136ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକଙ୍କର କରୋନା ଟେଷ୍ଟ ହୋଇଥିଲା ।

ଆସନ୍ତା 29 ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଏହା ଅକ୍ଟୋବର 7 ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନ ପୂର୍ବରୁ ସବୁ ବିଧାୟକ ଓ ବିଧାନସଭା କର୍ମଚାରୀଙ୍କର କରୋନା ଟେଷ୍ଟ କରାଯାଇଛି। କରୋନା ନେଗେଟିଭ୍‌ ହୋଇଥିବା ବିଧାୟକମାନେ ବିଧାନସଭାକୁ ଯାଇପାରିବେ।  ଚଳିତ ଥର ମୌସୁମୀ ଅଧିବେଶନରେ ପ୍ରତ୍ୟେକ ଦିନ 2ଟି ପର୍ଯ୍ୟାୟରେ ସାଢ଼େ 4 ଘଣ୍ଟା ପର୍ଯ୍ୟନ୍ତ ହେବ। ସେହିପରି ପ୍ରଥମ ଦିନ ଶୋକ ପ୍ରସ୍ତାବ ପାରିତ ହେବା ପରେ ଗୃହ ମୁଲତବୀ ଘୋଷଣା କରାଯିବ। ସେହିଦିନ ଅପରାହ୍ନ 3ଟାରୁ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇ ଅପରାହ୍ଣ 5ଟାରେ ଶେଷ ହେବ। ଅନ୍ୟ ଦିନରେ ସକାଳ 10ଟା 30ରୁ ଅପରାହ୍ନ 1ଟା ଏବଂ ଅପରାହ୍ନ 3ରୁ 5ଟା ଗୃହ କାର୍ଯ୍ୟ ଚାଲିବ। ଚଳିତ ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ ।

Categories
ଆଜିର ଖବର ରାଜ୍ୟ ଖବର

ଆଗ୍ନିକଙ୍କର ହେବ କରୋନା ଟେଷ୍ଟ

ଭୁବନେଶ୍ବର : କୋଲକାତା ଯାଇଥିବା ଅଗ୍ନିଶମ କର୍ମଚାରୀଙ୍କର କରୋନା ଟେଷ୍ଟ ହେବ। ବାତ୍ୟା ପୁନରୁଦ୍ଧାର କାର୍ଯ୍ୟରେ ଯାଇଥିବା କର୍ମଚାରୀଙ୍କ ଟେଷ୍ଟ ହେବ। କାମ ସାରି କୋଲକାତାରୁ ଫେରିଲେ କରୋନା ଟେଷ୍ଟ କରାଯିବ ବୋଲି ଅଗ୍ନିଶମ ବିଭାଗ ଆଇଜି ଅସିତ୍‌ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ବାତ୍ୟା ଆମ୍ପାନ୍‌ ପଶ୍ଚିମବଙ୍ଗରେ ପ୍ରଭୂତ କ୍ଷତି ଘଟାଇଥିବାବେଳେ ବାତ୍ୟା ପୁନରୁଦ୍ଧାର ପାଇଁ ପଶ୍ଚିମବଙ୍ଗକୁ 30ଟି ଟିମ୍‌ରେ 375 ଅଗ୍ନିଶମ କର୍ମଚାରୀ ଯାଇଛନ୍ତି। ସମସ୍ତଙ୍କୁ ଦୁଇ ହଳ ପିପିଏଫ୍‌ ଯୋଗାଇ ଦିଆଯାଇଛି ବୋଲି ସୂଚନା ରହିଛି। ସେଠାରୁ ଫେରିବା ପରେ ସମସ୍ତଙ୍କର କରୋନା ଟେଷ୍ଟ ହେବ। ଓଡ଼ିଶା କର୍ମଚାରୀଙ୍କ କାମକୁ ସମସ୍ତେ ପ୍ରଶଂସା କରୁଥିବାର କହିଛନ୍ତି ଆଇଜି।

Categories
ଆଜିର ଖବର ରାଜ୍ୟ ଖବର

ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତିଙ୍କୁ ଅପିଲ୍‌ କଲେ ରାଜ୍ୟ ସରକାର

ଭୁବନେଶ୍ବର : କରୋନା ସଂକ୍ରମିତ ରାଜ୍ୟରୁ ନିକଟରେ ଫେରିଥିବା ବ୍ୟକ୍ତିଙ୍କୁ ଅପିଲ୍‌ କରିଛନ୍ତି ସରକାର । ଟୁଇଟ୍‌ କରି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଅପିଲ୍‌ କରାଯାଇଛି । ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତି ସଂକ୍ରମିତ ହୋଇଥାଇପାରନ୍ତି। ସଂକ୍ରମଣର ଶିକାର ପ୍ରାୟ 80 ପ୍ରତିଶତଙ୍କଠାରେ କୌଣସି ଲକ୍ଷଣ ଦେଖାଯାଉନି। ଲକ୍ଷଣ ଦେଖାଯାଉନଥିଲେ ମଧ୍ୟ ପରୀକ୍ଷା କରାଇନେବା ଉଚିତ୍‌ । ବାହାରୁ ଫେରିଥିବା ବ୍ୟକ୍ତି ନିଜର ଓ ପରିବାରର ସୁରକ୍ଷା ପାଇଁ ଆଗେଇ ଆସନ୍ତୁ ବୋଲି ରାଜ୍ୟ ସରକାର ଅପିଲ୍‌ କରିଛନ୍ତି । ଉଭୟ ସାମ୍ପଲ୍‌ ପରୀକ୍ଷା ଓ ଚିକିତ୍ସା ମାଗଣା ରହିଛି ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ । ସୂଚନାଯୋଗ୍ୟ, ରାଜ୍ୟରେ ସର୍ବମୋଟ କରୋନା ଆକ୍ରାନ୍ତ ସଂଖ୍ୟା 82ରେ ପହଞ୍ଚିଛି ।

Categories
ଆଜିର ଖବର ରାଜ୍ୟ ଖବର

ଗତକାଲିର ସବୁ କରୋନା ଟେଷ୍ଟ ନେଗେଟିଭ୍‌

ଭୁବନେଶ୍ବର : ରାଜ୍ୟ ପାଇଁ ଆଶ୍ବସ୍ତିକର ଖବର ମିଳିଛି। ଦୁଇଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଗତକାଲି ଟେଷ୍ଟ ହୋଇଥିବା ସମସ୍ତ ସାମ୍ପଲ୍‌ ନେଗେଟିଭ୍‌ ରହିଛି। କାଲି ସମୁଦାୟ 843ଟି ସାମ୍ପଲ ଟେଷ୍ଟ ହୋଇଥିବା ସୂଚନା। ଏପର୍ଯ୍ୟନ୍ତ ରାଜ୍ୟରେ 7577 ସାମ୍ପଲ୍‌ ଟେଷ୍ଟ ହେଲାଣି। 7577 ସାମ୍ପଲରୁ 7517 ନେଗେଟିଭ୍‌, 60 ପଜିଟିଭ୍‌ ବାହାରିଛି । 60 ପଜିଟିଭ୍‌ରୁ 40 ଚିକିତ୍ସାଧୀନ ରହିଥିବାବେଳେ 21 ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଓ୍ବେବ୍‌ସାଇଟ୍‌ରୁ ସୂଚନା ମିଳିଛି । ଓଡ଼ିଶାରେ ପଜିଟିଭ୍‌ ଡବ୍‌ଲିଂ ହାର କମ୍‌ ରହିଛି ବୋଲି ସୂଚନା ରହିଛି । 19ଟି ରାଜ୍ୟରେ ପଜିଟିଭ୍‌ ଡବ୍‌ଲିଂ ହାର୍‌ କମ୍‌ ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛନ୍ତି । ଏହି 19ଟି ରାଜ୍ୟରେ ଓଡ଼ିଶା ରହିଛି ।