ବିଧାନସଭା ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ : 757ରୁ 136 ପଜିଟିଭ୍‌

Published: Sep 27, 2020, 5:13 pm IST

ଭୁବନେଶ୍ବର : ଆସନ୍ତା 29 ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଅଧିବେଶନ ପୂର୍ବରୁ କରୋନା ଟେଷ୍ଟ ରିପୋର୍ଟ ଆସିଛି । 757 କୋଭିଡ୍‌ ଟେଷ୍ଟରୁ 136ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକଙ୍କର କରୋନା ଟେଷ୍ଟ ହୋଇଥିଲା ।

ଆସନ୍ତା 29 ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଏହା ଅକ୍ଟୋବର 7 ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନ ପୂର୍ବରୁ ସବୁ ବିଧାୟକ ଓ ବିଧାନସଭା କର୍ମଚାରୀଙ୍କର କରୋନା ଟେଷ୍ଟ କରାଯାଇଛି। କରୋନା ନେଗେଟିଭ୍‌ ହୋଇଥିବା ବିଧାୟକମାନେ ବିଧାନସଭାକୁ ଯାଇପାରିବେ।  ଚଳିତ ଥର ମୌସୁମୀ ଅଧିବେଶନରେ ପ୍ରତ୍ୟେକ ଦିନ 2ଟି ପର୍ଯ୍ୟାୟରେ ସାଢ଼େ 4 ଘଣ୍ଟା ପର୍ଯ୍ୟନ୍ତ ହେବ। ସେହିପରି ପ୍ରଥମ ଦିନ ଶୋକ ପ୍ରସ୍ତାବ ପାରିତ ହେବା ପରେ ଗୃହ ମୁଲତବୀ ଘୋଷଣା କରାଯିବ। ସେହିଦିନ ଅପରାହ୍ନ 3ଟାରୁ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇ ଅପରାହ୍ଣ 5ଟାରେ ଶେଷ ହେବ। ଅନ୍ୟ ଦିନରେ ସକାଳ 10ଟା 30ରୁ ଅପରାହ୍ନ 1ଟା ଏବଂ ଅପରାହ୍ନ 3ରୁ 5ଟା ଗୃହ କାର୍ଯ୍ୟ ଚାଲିବ। ଚଳିତ ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ ।

Related posts