ଗତକାଲିର ସବୁ କରୋନା ଟେଷ୍ଟ ନେଗେଟିଭ୍‌

Published: Apr 17, 2020, 9:36 pm IST

ଭୁବନେଶ୍ବର : ରାଜ୍ୟ ପାଇଁ ଆଶ୍ବସ୍ତିକର ଖବର ମିଳିଛି। ଦୁଇଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଗତକାଲି ଟେଷ୍ଟ ହୋଇଥିବା ସମସ୍ତ ସାମ୍ପଲ୍‌ ନେଗେଟିଭ୍‌ ରହିଛି। କାଲି ସମୁଦାୟ 843ଟି ସାମ୍ପଲ ଟେଷ୍ଟ ହୋଇଥିବା ସୂଚନା। ଏପର୍ଯ୍ୟନ୍ତ ରାଜ୍ୟରେ 7577 ସାମ୍ପଲ୍‌ ଟେଷ୍ଟ ହେଲାଣି। 7577 ସାମ୍ପଲରୁ 7517 ନେଗେଟିଭ୍‌, 60 ପଜିଟିଭ୍‌ ବାହାରିଛି । 60 ପଜିଟିଭ୍‌ରୁ 40 ଚିକିତ୍ସାଧୀନ ରହିଥିବାବେଳେ 21 ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଓ୍ବେବ୍‌ସାଇଟ୍‌ରୁ ସୂଚନା ମିଳିଛି । ଓଡ଼ିଶାରେ ପଜିଟିଭ୍‌ ଡବ୍‌ଲିଂ ହାର କମ୍‌ ରହିଛି ବୋଲି ସୂଚନା ରହିଛି । 19ଟି ରାଜ୍ୟରେ ପଜିଟିଭ୍‌ ଡବ୍‌ଲିଂ ହାର୍‌ କମ୍‌ ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛନ୍ତି । ଏହି 19ଟି ରାଜ୍ୟରେ ଓଡ଼ିଶା ରହିଛି ।

Related posts