କୋଭିଡ-19 ସମ୍ପର୍କରେ ଅଧିକ ସୂଚନା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ହ୍ବାଟସ୍‌ଆପ୍‌ ନମ୍ବର ଜାରି

Published: Apr 22, 2020, 12:26 pm IST

ଭୁବନେଶ୍ବର : ରାଜ୍ୟବାସୀଙ୍କୁ କୋଭିଡ-19 ସମ୍ପର୍କରେ ଅଧିକ ସୂଚନା ପ୍ରଦାନ କରିବା ପାଇଁଓଡ଼ିଶା ସରକାର ହ୍ବାଟସ୍‌ଆପ୍‌ ଇନ୍ଫୋ ଡେସ୍କର ଶୁଭାରମ୍ଭ କରିଛି । ଏହି ହ୍ବାଟସ୍‌ଆପ୍‌ ଗ୍ରୁପ୍‌ ସୃଷ୍ଟି କରି ରାଜ୍ୟବାସୀଙ୍କ କରୋନା ତଥ୍ୟ ପହଞ୍ଚାଇବାକୁ ଉଦ୍ୟମ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ହ୍ବାଟସ୍‌ଆପ୍‌ ଗ୍ରୁପ୍‌ର ଶୁଭାରମ୍ଭ କରାଯାଇଛି । Bit.ly/OGC Covid ହ୍ବାଟସ୍‌ଆପର ନମ୍ବର – 9337929000 ରହିଛି । ହ୍ବାଟସ୍‌ଆପ୍‌ରେ ପ୍ରଥମେ ହାଏ ଲେଖି ପଠାଇ ଦେଲେ ପହଞ୍ଚିଯିବ ସୂଚନା । ହେଲ୍ପ ଡେସ୍କ ଶୁଭାରମ୍ଭ ନେଇ ଟ୍ବିଟର୍‌ ଯୋଗେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Related posts