
ବେଙ୍ଗାଲୁରୁ : ବେଙ୍ଗାଲୁରୁ ପୋଲିସ୍ ପକ୍ଷରୁ ଅନନ୍ୟ ଉପାୟରେ କରୋନା ସଚେତନତା ବାର୍ତ୍ତାର ପ୍ରଚାର କରାଯାଇଛି । ଲକ୍ଡାଉନ୍ ନିୟମ ପାଳନ କରିବା ପାଇଁ ବେଙ୍ଗାଲୁରୁ ପୋଲିସ୍ର ଜଣେ ଅଧିକାରୀ ଯମ ଭାବରେ ଯାଇ ସମସ୍ତଙ୍କୁ ସଚେତନ କରାଇଛନ୍ତି । ଯଦି ଲୋକ ଘରୁ ବାହାରିବେ ତେବେ ଯମଙ୍କ ରୋଶର ଶିକାର ହେବେ । ତେଣୁ ଲକ୍ଡାଉନ୍ ନିୟମ ମାନି ସମସ୍ତେ ଘରେ ରୁହନ୍ତୁ ଏବଂ ନିରାପଦ ରୁହନ୍ତୁ । ତେବେ ବେଙ୍ଗାଲୁରୁ ପୋଲିସ୍ର ଏହି ଅନନ୍ୟ ପ୍ରୟାସକୁ ସୋସିଆଲ୍ ମିଡିଆରେ ଢେର ପ୍ରଶଂସା କରାଯାଇଛି । (ଏଜେନ୍ସି)