83 ନମ୍ବର ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଜାରି : ବାଇକ୍‌ରେ ବୁଲିଥିଲେ ବ୍ୟାଙ୍କ ଯାଇଥିଲେ

Published: Apr 23, 2020, 10:08 pm IST

ଭୁବନେଶ୍ବର : 83 ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଦେଲେ ରାଜ୍ୟସରକାର । ଆକ୍ରାନ୍ତ ଜଣକ ଯାଜପୁର ଦଶରଥପୁର ଅକରାପଡାର 38 ବର୍ଷୀୟ ଯୁବକ ବୋଲି ଜଣାପଡିଛି। ମାର୍ଚ୍ଚ 30ରେ ହାଓ୍ବଡା ଗଙ୍ଗାଘାଟରୁ 11 ଜଣଙ୍କ ସହ ଆସିଥିଲେ ଆକ୍ରାନ୍ତ । 30 ତାରିଖ ସକାଳ 9ଟାରେ ଯାଜପୁର ସହରରେ ପହଞ୍ଚିଥିଲେ। ପୋଲିସ୍‌ ଦ୍ବାରା ଅଟକ ପରେ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ନିଆଯାଇଥିଲା। ମାର୍ଚ୍ଚ 30ରେ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ମାର୍ଚ୍ଚ 30ରୁ ଏପ୍ରିଲ୍‌ 14 ତାରିଖ ଯାଏଁ ହୋମ୍‌ କ୍ବାରେଣ୍ଟିନ୍‌ରେ ଥିଲେ। ଏପ୍ରିଲ୍‌ 15ରୁ 21 ଭିତରେ ବାଇକ୍‌ରେ ବିଭିନ୍ନ ସ୍ଥାନ ବୁଲିଥିଲେ । କୋଲକାତାରୁ ଫେରିଥିବାରୁ ଏପ୍ରିଲ୍‌ 22ରେ ନମୁନା ପରୀକ୍ଷା ହୋଇଥିଲା । 22ରେ ନମୁନା ପଜିଟିଭ୍‌ ପରେ କଳିଙ୍ଗ ନଗର କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରାଜ୍ୟରେ ପଶ୍ଚିମବଙ୍ଗ ଲିଙ୍କ୍‌ ଚିନ୍ତାର ବିଷୟ ପାଲଟିଛି । ଗତ 5 ଦିନରେ ଯାଜପୁର, ଭଦ୍ରକ, ବାଲେଶ୍ବରରୁ 28ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତିନୋଟି ଜିଲ୍ଲାରୁ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ତିନୋଟି ଜିଲ୍ଲାକୁ 60 ଘଣ୍ଟା ପାଇଁ ସଟ୍‌ ଡାଉନ୍‌ କରାଯାଇଛି ।

Related posts