ସଟ୍‌ ଡାଉନ୍‌ ସମୟରେ କ’ଣ କ’ଣ ରହିବ କଟକଣା ମୁକ୍ତ

Published: Apr 23, 2020, 11:27 pm IST

ଭୁବନେଶ୍ବର : ଯାଜପୁର, ଭଦ୍ରକ, ବାଲେଶ୍ବର ଜିଲ୍ଲାରେ କରୋନା ସ୍ଥିତିକୁ ଦେଖି 60 ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ଭାବରେ ଏହି ତିନୋଟି ଜିଳ୍ଲାକୁ ସଟ୍‌ଡାଉନ୍‌ଣ ଘୋଷଣା କରାଯାଇଛି । ତିନି  ଜିଲ୍ଲାରେ ସଟ୍‌ ଡାଉନ୍‌ ବେଳେ ଏସ୍‌ଆରସି ପକ୍ଷରୁ ଗାଇଡ ଲାଇନ୍‌ ଜାରି କରାଯାଇଛି । ଯାଜପୁର, ଭଦ୍ରକ, ବାଲେଶ୍ବର ଜିଲ୍ଲା ପାଇଁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି । ହସ୍ପିଟାଲ୍‌, ପୋଲିସ୍‌, ଅଗ୍ନିଶମ, ଆମ୍ବୁଲାନ୍ସ ସଟ୍‌ ଡାଉନ୍‌ କଟକଣାମୁକ୍ତ ରହିଛି । ଟେଲିକମ୍‌, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ସଟ୍‌ ଡାଉନ୍‌ କଟକଣାମୁକ୍ତ । ଜିଲ୍ଲା କର୍ତ୍ତୃପକ୍ଷଙ୍କ ଦ୍ବାରା ଚିହ୍ନଟ ପେଟ୍ରୋଲ୍‌ ପମ୍ପ, ଔଷଧ ଦୋକାନ ଖୋଲା ରହିବ । ମାଲ୍‌ ପରିବହନ ପାଇଁ ରେଲଓ୍ବେ  ଓ ବନ୍ଦର ଖୋଲା ରହିବ । ଜଳଯୋଗାଣ, ସାନିଟେସନ ଓ ସ୍ବେରେଜ, ବିଦ୍ୟୁତ୍‌ ଯୋଗାଣ କଟକଣାମୁକ୍ତ ରହିବ ।

Related posts