ଲକ୍‌ ଡାଉନ୍‌ ସମୟରେ ଅନ୍‌ଲାଇନ୍‌ରେ ସିଗାରେଟ୍‌ ବ୍ରିକି, ଦୁଇ ଗିରଫ

Published: Apr 24, 2020, 9:54 am IST

ବେଙ୍ଗାଲୁରୁ: ସେହିପରି ଦେଶରେ 10ଟି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି । ସେହି ରାଜ୍ୟଗୁଡିକ ମଧ୍ୟରେ ରହିଛନ୍ତି – ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ,ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ କେରଳ ପରି ରାଜ୍ୟଗୁଡିକ । ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା 6430 ରହିଥିବାବେଳେ ଗୁଜୁରାଟରେ ଅଛନ୍ତି 2624, ଦିଲ୍ଲୀରେ 2376, ରାଜସ୍ଥାନରେ 1964, ତାମିଲନାଡୁରେ 1683, ମଧ୍ୟପ୍ରଦେଶରେ 1699, ଉତ୍ତରପ୍ରଦେଶରେ 1510, ତେଲେଙ୍ଗାନାରେ 960, ଆନ୍ଧ୍ରପ୍ରଦେଶରେ 895 ଓ କେରଳରେ 447ଟି ମାମଲା ରହିଛି ।

ଦେଶରେ କରୋନା ମହାମାରୀ ସହ ଲଢେଇ କରୁଛି । ଦେଶର ସ୍ଥିତିକୁ ଦେଖି କେନ୍ଦ୍ର ସରକାର ମାର୍ଚ୍ଚ 25ରୁ ଦେଶରେ ଲକ୍ ଡାଉନ୍‌ ଜାରି କରିଥିଲେ । ଏହାର ଅବଧି ଏପ୍ରିଲ୍‌ 14ରେ ସମାପ୍ତ ହେବାକୁ ଥିବାବେଳେ ପୁନର୍ବାର ଏହାର ଅବଧିକୁ ମେ ତିନି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ସମୟ ମଧ୍ୟରେ କେବଳ ଆବଶ୍ୟକ ସେବା ତଥା ସାମଗ୍ରୀଙ୍କୁ ଛାଡି ଅନ୍ୟ ସମସ୍ତ ବେପାର ବନ୍ଦ ରହିଛି । ତଥାପି ଭିନ୍ନ ଭିନ୍ନ ଜାଗାରେ ନିଶା କାରାବାର ହେଉଥିବାର ଖବର ମିଳୁଛି ।

ବେଙ୍ଗାଲୁରୁର କ୍ରାଇମ୍‌ ବ୍ରାଞ୍ଚ ଦୁଇ ନିଶା ବେପାରୀଙ୍କୁ ଧରିଛନ୍ତି । ଏହି ଦୁଇଜଣ ଅନଲାଇନ୍‌ରେ ସିଗାରେଟ୍‌ ବିକ୍ରି କରୁଥିଲେ । ଏହି ଦୁଇଜଣଙ୍କଠାରୁ 30,000 ଟଙ୍କାର ସିଗାରେଟ୍‌ ଜବତ କରାଯାଇଛି । ଦୁହିଁଙ୍କୁ ଗିରଫ କରି ଜେଲ୍‌ ପଠାଯାଇଛି । ସିଗାରେଟ୍‌ ଡେଲିଭରୀ କରୁଥିବା ସମୟରେ ଦୁହିଁଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି । (ଏଜେନ୍ସି)

Related posts