
କୁପୱାରା: ଶୁକ୍ରବାର ଦିନ ଜମ୍ମୁ କାଶ୍ମୀରର କୁପୱାରା ଜିଲ୍ଲାର ସୈନିକ କ୍ୟାମ୍ପରେ ଏକ ଅଘଟଣ ଘଟିଯାଛି। ରାଇଫଲରୁ ଭୁଲରେ ଗୁଳି ବାହାରି ଜଣେ ସୈନିକଙ୍କ ମୃତ୍ୟୁ ଘଟିଛି। ଉଲ୍ଲେଖଯୋଗ୍ୟ ଯେ ୮ ଜାଟ ରେଜିମେଣ୍ଟର ହାଭାଲଦାର ରାକେଶ କୁମାର ନିଜ ସର୍ଭିସ ରାଇଫଲକୁ ସଫା କରୁଥିବା ସମୟରେ ହଠାତ୍ ତାଙ୍କ ରାଇଫଲର ଟ୍ରିଗର ଦବିଯିବାରୁ ଶରୀରରେ ଗୁଳି ବାଜି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ସେନା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଯେଉଁଠାରେ ଡାକ୍ତରମାନେ ପହଞ୍ଚିବା ପରେ ତାଙ୍କୁ ମୃତ୍ୟୁ ଘୋଷଣା କରାଯାଇଥିବା ପୋଲିସ କହିଛି। ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।