Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରେ ଏନ୍‌କାଉଣ୍ଟର : 5 ଯବାନଙ୍କ ସମେତ 7 ଜଣଙ୍କ ପ୍ରାଣହାନି

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ଏକ ଏନ୍‌କାଉଣ୍ଟର ଘଟିଛି । ଏହି ଏନ୍‌କାଉଣ୍ଟର 5 ଜଣ ଯବାନ ଶହୀଦ ହୋଇଥିବା ବେଳେ 2 ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି । ସେହିପରି ଏହି ଏନ୍‌କାଉଣ୍ଟରରେ ଦୁଇ ଜଣ ଆତଙ୍କୀ ମଧ୍ୟ ନିହତ ହୋଇଛନ୍ତି । ରବିବାର ଦିନ ଜମ୍ମୁ କାଶ୍ମୀରର କୁପଓ୍ବାରା ଜିଲ୍ଲାରେ ଏହି ଏନକାଉଣ୍ଟର ଘଟିଛି । ବିଗତ 20 ଘଣ୍ଟା ଧରି ଏନ୍‌କାଉଣ୍ଟର ପରେ 5 ଜଣ ଯବାନ ନିହତ ହୋଇଥିବା ନେଇ ଶ୍ରୀନଗରରେ ସେନାର ମୁଖପାତ୍ର ରାଜେଶ କାଲିଆ ସୂଚନା ଦେଇଛନ୍ତି । ଯବାନଙ୍କ ନାମ ପ୍ରକାଶ କରାଯାଇନଥିଲେ ମଧ୍ୟ ରାଷ୍ଟ୍ରୀୟ ରାଇଫଲ୍‌ସର କମାଣ୍ଡିଙ୍ଗ ଅଫିସର, ରାଜଓ୍ବରର ଜନୈକ ମେଜର, ଜଣେ ଲାନ୍ସ ନାଏକ, ଜଣେ ରାଇଫଲ୍‌ ମ୍ୟାନ ଏବଂ ଜମ୍ମୁ କାଶ୍ମୀର ଏସ୍‌ଓଜିର ଜଣେ ଅଫିସର ଶହୀଦ ହୋଇଛନ୍ତି । ହଣ୍ଡଓ୍ବାରାର ଚଞ୍ଜିମୁଲ୍ଲା ଗ୍ରାମରେ ସୁରକ୍ଷା ବଳଙ୍କ ସର୍ଚ୍ଚ ଅପରେସନ୍‌ ସମୟରେ ଏହି ଏନ୍‌କାଉଣ୍ଟର ଘଟିଥିଲା ।

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରର ଏକ ସୈନିକ କ୍ୟାମ୍ପରେ ଜଣେ ସୈନିକ ମୃତ

କୁପୱାରା: ଶୁକ୍ରବାର ଦିନ ଜମ୍ମୁ କାଶ୍ମୀରର କୁପୱାରା ଜିଲ୍ଲାର ସୈନିକ କ୍ୟାମ୍ପରେ ଏକ ଅଘଟଣ ଘଟିଯାଛି। ରାଇଫଲରୁ ଭୁଲରେ ଗୁଳି ବାହାରି ଜଣେ ସୈନିକଙ୍କ ମୃତ୍ୟୁ ଘଟିଛି। ଉଲ୍ଲେଖଯୋଗ୍ୟ ଯେ ୮ ଜାଟ ରେଜିମେଣ୍ଟର ହାଭାଲଦାର ରାକେଶ କୁମାର ନିଜ ସର୍ଭିସ ରାଇଫଲକୁ ସଫା କରୁଥିବା ସମୟରେ ହଠାତ୍ ତାଙ୍କ ରାଇଫଲର ଟ୍ରିଗର ଦବିଯିବାରୁ ଶରୀରରେ ଗୁଳି ବାଜି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ସେନା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଯେଉଁଠାରେ ଡାକ୍ତରମାନେ ପହଞ୍ଚିବା ପରେ ତାଙ୍କୁ ମୃତ୍ୟୁ ଘୋଷଣା କରାଯାଇଥିବା ପୋଲିସ କହିଛି। ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।