ଆସନ୍ତା ତିନି ତାରିଖ ପର୍ଯ୍ୟନ୍ତ ବାହାର ଯାତ୍ରା ସମ୍ଭବ ନୁହେଁ : ଗଜପତି ମହାରାଜା

Published: Apr 24, 2020, 4:15 pm IST

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି । ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ମନ୍ତବ୍ୟ ଦେଇଛନ୍ତି । ଆଉ ଦୁଇଦିନ ପରେ ଅକ୍ଷୟତୃତୀୟା । ଏହି ଦିନ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ । ତେବେ ଲକ୍ ଡାଉନ୍‌ ଚାଲିଥିବାରୁ ବାହାର ଯାତ୍ରା ହୋଇପାରିବନି ବୋଲି ସୂଚନା ରହିଛି । ସବୁ ଧର୍ମପୀଠରେ ବାହାର ଯାତ୍ରାକୁ ପୂରା ବାରଣ କରାଯାଇଛି । କେନ୍ଦ୍ର, ରାଜ୍ୟ ସରକାରଙ୍କ ନିୟମ ପରିଚାଳନା କମିଟି ମାନିବାକୁ ବାଧ୍ୟ ବୋଲି ସୂଚନା ରହିଛି । ସେହିପରି ଆସନ୍ତା ତିନି ତାରିଖ ପର୍ଯ୍ୟନ୍ତ କୌଣସି ବାହାର ଯାତ୍ରା ସମ୍ଭବ ନୁହେଁ ବୋଲି କହିଛନ୍ତି ଗଜପତି । ଶ୍ରୀମନ୍ଦିର ପରମ୍ପରାକୁ ଦୃଷ୍ଟିରେ ରଖି ସନ୍ଧ୍ୟା ସମୟରେ ଶଙ୍କରାଚାର୍ଯ୍ୟକୁ ଭେଟି ଏ ସମ୍ପର୍କରେ ଆଲୋଚନା କରାଯିବ । ଗୁରୁଜୀଙ୍କ ପରାମର୍ଶ ଅନୁସାରେ ଅକ୍ଷୟ ତୃତୀୟା ନୀତି ପାଳନ ହେବ ବୋଲି ସୂଚନା ଦେଇଛନ୍ତି ଗଜପତି ମହାରାଜା ।

ତେବେ ସ୍ନାନଯାତ୍ରା ଓ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ସମୟ ଅଛି, ସେଥିପାଇଁ ଅପେକ୍ଷା କରିବାକୁ କହିଛନ୍ତି ମହାରାଜା ଗଜପତି । ଆସନ୍ତା ମେ’ ତିନି ତାରିଖରେ ଯାହା ଗାଇଡ ଲାଇନ୍‌ ଆସିବ, ତାକୁ ଦେଖିମିଟିଂ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଗଜପତି ମହାରାଜା । ଜନମାନସର ସୁରକ୍ଷା ପାଇଁ ଗାଇଡ ଲାଇନ ପାଳନ କରାଯିବ ବୋଲି କହିଛନ୍ତି ଗଜପତି ମହାରାଜା । କେନ୍ଦ୍ର, ରାଜ୍ୟ ଯାହା ନିଷ୍ପତ୍ତି ନେବେ, ତାକୁ ପାଳନ କରାଯିବ ବୋଲି କହିଛନ୍ତି ଗଜପତି ମହାରାଜା। ଏହି ବୈଠକରେ ମହାପ୍ରଭୁଙ୍କ ପର୍ବପର୍ବାଣୀ ପାଳନକୁ ନେଇ ଆଲୋଚନା କରାଯାଇଥିଲା । ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକୁ ମିଳିଥିବା ଚିଠି ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

Related posts