Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଆଶଙ୍କା ଅଧିକ, ତେଣୁ ବୟସ୍କଙ୍କ ପ୍ରତି ଅଧିକ ଧ୍ୟାନ ରଖନ୍ତୁ – ବାଗ୍‌ଚୀ
ଆଜିର ଖବର

ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଆଶଙ୍କା ଅଧିକ, ତେଣୁ ବୟସ୍କଙ୍କ ପ୍ରତି ଅଧିକ ଧ୍ୟାନ ରଖନ୍ତୁ – ବାଗ୍‌ଚୀ

April 24, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : କରୋନା ଅପଡେଟ୍‌ ନେଇ ସୂଚନା ଦେଇଛନ୍ତି କୋଭିଡ-19ର ମୁଖପାତ୍ର ସୁବ୍ରତ ବାଗ୍‌ଚୀ । ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଆଶଙ୍କା ଅଧିକ ଥିବାରୁ ବୟସ୍କଙ୍କ ପ୍ରତି ଅଧିକ ଧ୍ୟାନ ରଖିବାକୁ କହିଛନ୍ତି ବାଗଚୀ। 60ରୁ ଅଧିକ ବୟସ୍କଙ୍କ ମଧ୍ୟରେ ପ୍ରତି ହଜାରରେ 40 ଜଣ ସଂକ୍ରମିତ ହେଉଥିବାବେଳେ 70ରୁ 80 ବର୍ଷ ମଧ୍ୟରେ ସଂକ୍ରମଣ ହାର ହଜାରରେ 86 ରହିଛି । 80 ବର୍ଷରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ସଂକ୍ରମଣ ହାର 134 ରହିଛି । କାଲି ଚିହ୍ନଟ ହୋଇଥିବା 2 ମହିଳାଙ୍କ ମଧ୍ୟରେ ଜଣେ 70 ଓ ଜଣେ 80 ବର୍ଷର ଥିଲେ। ଉକ୍ତ ଦୁଇ ବୟସ୍କା ମହିଳା ବାହାରକୁ ଯାଇନଥିଲେ । ତଥାପି ସେମାନେ କରୋନାରେ ଆକ୍ରାନ୍ତ ହେଲେ । କାରଣ ସେମାନଙ୍କ ସମ୍ପର୍କୀୟ ବାହାରେ ବୁଲୁଥିବା କରୋନାକୁ ଘରକୁ ଆଣିଛନ୍ତି । ତେଣୁ ବୟସ୍କଙ୍କ ଧ୍ୟାନ ଦେବା ନିତାନ୍ତ ଜୁରରୀ ବୋଲି କହିଛନ୍ତି ବାଗ୍‌ଚୀ ।

ସେହିପରି ଆଜି କରୋନା ସମ୍ପର୍କରେ ସୂଚନା ଦେବା ବେଳେ ପଡୋଶୀ ରାଜ୍ୟରୁ ଅନେକେ ରାଜ୍ୟ ଭିତରକୁ ପଶି ଆସିଛନ୍ତି ବୋଲି କହିଛନ୍ତି ବାଗ୍‌ଚୀ । ଆମ୍ବୁଲାନ୍ସ ଜରିଆରେ ପଡୋଶୀ ରାଜ୍ୟରୁ ଅନେକ ପଶି ଆସିଛନ୍ତି । ଉଦାହରଣ ଭାବେ ଏକ ଘଟଣାର ଅବତାରଣା କରିଛନ୍ତି ବାଗ୍‌ଚୀ ।  ସୀମାରେ ଥିବା ଏକ ଚେକ୍‌ଗେଟ୍‌ରେ ଏକ ଆମ୍ବୁଲାନ୍ସ ଧରାପଡିଥିଲା । ଜନୈକ ବ୍ୟକ୍ତି ତାଙ୍କ ଗର୍ଭବତୀ ବୋହୂ ଓ ପୁଅକୁ ଆଣି ଆସୁଥିଲେ । ଆମ୍ବୁଲାନ୍ସରେ ଲୁଚାଛପା ଭାବେ ଆସିବାବେଳେ ଧରାପଡିଥିଲେ। ଏଭଳି ଅନେକ ଲୋକ ଆମ୍ବୁଲାନ୍ସର ଅସଦ୍‌ ବ୍ୟବହାର କରିଥିବେ । ଏଭଳି ଘଟଣା ପରେ ଆମ୍ବୁଲାନ୍ସ ପ୍ରତି ସାଧାରଣରେ ସନ୍ଦେହ ବଢିଛି । ଏହାଦ୍ବାରା ଉଚିତ୍‌ ରୋଗୀ ଆଣି ଆସୁଥିବା ଆମ୍ବୁଲାନ୍ସ ଅସୁବିଧା ଭୋଗୁଛନ୍ତି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 94ରେ ପହଞ୍ଚିଛି । ଆଜି ଗୋଟିଏ ଦିନରେ ଭଦ୍ରକରୁ 5ଜଣ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କ୍‌ ରହିଛି ବୋଲି ସୂଚନା ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ବିଶାଖାପାଟଣା ରେଳ ଷ୍ଟେସନରେ ହ୍ୟୁମାନଏଡ୍ ରୋବୋଟ୍ ପ୍ରଚଳନ କଲା ପୂର୍ବତଟ ରେଳପଥ 

January 23, 2026

ଯାତ୍ରୀଙ୍କ ସୁବିଧା ପାଇଁ ନିୟମିତ ଟ୍ରେନ ସେବା ଆରମ୍ଭ

January 23, 2026

ଜାତୀୟ ପୁରସ୍କାର ପାଇବାକୁ ଓଡ଼ିଶାର ହିର୍ଲି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ମନୋନିତ

January 23, 2026

ଆଜି ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଗସ୍ତ କରିବେ ଉପରାଷ୍ଟ୍ରପତି ସି.ପି ରାଧାକୃଷ୍ଣନ

January 23, 2026
Latest News

ବିଶାଖାପାଟଣା ରେଳ ଷ୍ଟେସନରେ ହ୍ୟୁମାନଏଡ୍ ରୋବୋଟ୍ ପ୍ରଚଳନ କଲା ପୂର୍ବତଟ ରେଳପଥ 

January 23, 2026

ଯାତ୍ରୀଙ୍କ ସୁବିଧା ପାଇଁ ନିୟମିତ ଟ୍ରେନ ସେବା ଆରମ୍ଭ

January 23, 2026

ଜାତୀୟ ପୁରସ୍କାର ପାଇବାକୁ ଓଡ଼ିଶାର ହିର୍ଲି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ମନୋନିତ

January 23, 2026

ଆଜି ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଗସ୍ତ କରିବେ ଉପରାଷ୍ଟ୍ରପତି ସି.ପି ରାଧାକୃଷ୍ଣନ

January 23, 2026

ମରୁଡ଼ି ପ୍ରଶମନ ପ୍ରକଳ୍ପ ପାଇଁ ୧୪୧.୫୦ କୋଟିର ବୁଝାମଣା ସ୍ୱାକ୍ଷର କଲା ଓଡିଶା

January 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.