ରଞ୍ଜିତ ପଣ୍ଡା
କୁଜଙ୍ଗ: ମହାମାରୀ କରୋନା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଲକ ଡାଉନ ଘୋଷଣା କରାଯାଇଛି। ଏଥି ସହିତ ପୋଲିସ ପ୍ରଶାସନ ତରଫରୁ ବାରମ୍ବାର ଡାକ ବାଜୀ ଯନ୍ତ୍ର ଯୋଗେ ପ୍ରଚାର ପ୍ରସାର ହେଲେ ସୁଧା ମାନୁନାହାଁନ୍ତି କେତେକ ଅମାନିଆ ଦୋକାନୀ। ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ପଞ୍ଚାୟତରେ ଥିବା ବାଲିତୁଠ ବଜାରରେ। ସୂଚନା ମୁତାବକ ଲକ ଡାଉନକୁ ଅବମାନନା କରି ଆଜି ସକାଳ ସମୟରେ ବାଲିତୁଠ ବଜାରରେ ଚା, ଜଳଖିଆ, ମିଠା ଦୋକାନ, ପାନ ଦୋକାନ ଏବଂ ସେଲୁନ ମାନଙ୍କରେ ଭିଡ଼ ଲାଗି ରହିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ କୁଜଙ୍ଗ ପୋଲିସ ସେଠାରେ ପହଞ୍ଚି ସମସ୍ତ ଏଗାର ଜଣ ଦୋକାନୀଙ୍କୁ ଉଠାଇ ଥାନାକୁ ଆଣିଥଲା। ଅନ୍ୟ ପଟେ ସେମାନେ ଲକ ଡାଉନକୁ ଅବମାନନା କରି ଦୋକାନ ବଜାର ଖୋଲା ରଖିଥିବାରୁ ସେମାନଙ୍କ ବିରୋଧରେ କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ କେସ ନମ୍ବର ୧୦୬/୨୦ରେ ଏକ ମାମଲା ରୁଜୁ କରିଥିବା କହିଛନ୍ତି।





