ଦୋକାନୀଙ୍କ ପାଇଁ ଖୁସି ଖବର, ଆଜିଠାରୁ ଖୋଲାଯିବ ଦୋକାନ, ଜାଣନ୍ତୁ କେଉଁ କେଉଁ ଦୋକାନ ଖୋଲିବାକୁ ନେଇ ମିଳିଛି ଅନୁମତି

Published: Apr 25, 2020, 9:20 am IST

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀକୁ ନିୟନ୍ତ୍ରଣ ପାଇଁ ଦେଶବ୍ୟାପୀ ଲକଡାଉନ ଜାରି ରହିଛି। ଏହାରି ମଧ୍ୟରେ ଗୃହ ମନ୍ତ୍ରାଳୟ ଏକ ଆଦେଶ ଜାରି କରିଛନ୍ତି, ଯାହା ଦୋକାନୀମାନଙ୍କ ପାଇଁ ଖୁସି ଆଣିଦେଇଛି। ଜାରି ହୋଇଥିବା ଏହି ଆଦେଶରେ ସହ ଶନିବାର ସକାଳୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟରେ ପଂଜୀକୃତ ଦେକାନଗୁଡ଼ିକ  ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ତେବେ ଏହି ଖୋଲିବା ପାଇଁ କିଛି ସର୍ତ୍ତ ମଧ୍ୟ ରଖାଯାଇଛି।

ମିଳିଥିବା ସୂଚନା ଅନୁସାରେ ଗୃହମନ୍ତ୍ରାଳୟର ଏହି ଆଦେଶ ରମଜାନ ମାସ ଆରମ୍ଭ ହେବାକୁ ଦୃଷ୍ଟିରେ ଜାରି କରାଯାଇଛି। ଏହି ଆଦେଶ ସହିତ କିଛି ସର୍ତ୍ତ ମଧ୍ୟ ଲାଗୁ କରାଯାଇଛି। ନିୟମ ଅନୁସାରେ ଖୋଲିବାକୁ ଆଦେଶ ମିଳିଥିବା ଦୋକାନଗୁଡିକ ସମ୍ବନ୍ଧିତ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟର ପ୍ରତିଷ୍ଠା ନିୟମ ଅନୁଯାୟୀ ପଞ୍ଜିକୃତ ପ୍ରାପ୍ତ ହୋଇଥିବାର ଆବଶ୍ୟକ ।  ଅପରପକ୍ଷରେ ଏହି ସମସ୍ତ ଦୋକାନରେ ୫୦ ପ୍ରତିଶତ କର୍ମଚାରୀ ରହିବାକୁ ନିୟମ ରହିଛି। ଏଥି ସହିତ ସେମାନଙ୍କୁ ସାମାଜିକ ଦୂରତା ପାଳନ କରିବାକୁ ନିୟମ କରାଯାଇଛି। ଦୋକାନରେ କାର୍ଯ୍ୟରତ ଲୋକଙ୍କୁ ମାସ୍କ ବାଧ୍ୟତାମୂଳକ କରାଯାଇଛି।

ତେବେ କଣ୍ଟେନମେଣ୍ଟ ଓ ହଟସ୍ପଟ୍‌ ଜୋନ୍‌ରେ ଏହା କାର୍ଯ୍ୟକାରୀ କରାଯିବ ନାହିଁ। ସପ୍‌ ଆଣ୍ଡ୍‌ ଏଷ୍ଟାବ୍ଲିଶ୍‌ମେଣ୍ଟ ଆକ୍ଟରେ ପଞ୍ଜୀକୃତ ଦୋକାନ ଖୋଲିବ। ପୌରାଞ୍ଚଳରେ ଥିବା ମାର୍କେଟ୍‌ କମ୍ପ୍ଲେକ୍ସରେ ଖୋଲିବନି ଦୋକାନ। କେବଳ ଆବାସିକ ଅଞ୍ଚଳ ଓ ମାର୍କେଟ୍‌ କମ୍ପେକ୍ସରେ ଥିବା ପଞ୍ଜିକୃତ ଦୋକାନଗୁଡିକ ଖୋଲାଯିବ। ସପିଂମଲ୍‌ ତଥା ମଲ୍ଟି  ବ୍ରାଣ୍ଡ ଓସିଙ୍ଗଲ୍‌ ବ୍ରାଣ୍ଡ୍‌ ମଲଗୁଡିକ ବନ୍ଦ ରହିବ। ପୂର୍ବ ନିର୍ଦ୍ଦେଶାନୁଯାୟୀ ସେଲୁନ୍‌, ପାର୍ଲର୍‌, ମଦ ଦୋକାନ, ସ୍ପୋର୍ଟସ୍‌ କମ୍ପ୍ଲେକ୍ସ, ସୁଇମିଂ ପୁଲ୍‌ ବାର୍‌ ଓ ଥିଏଟର ବନ୍ଦ ରହିବ।

Related posts