
ମୁମ୍ବାଇ: ମୁମ୍ବାଇର ଏକ ଅଟୋ ଡ୍ରାଇଭର ନିଜ ଅଟୋ ଭିତରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି ବୋଲି ଶନିବାର ପୋଲିସ କହିଛି। ଦିଣ୍ଡୋସି ପୋଲିସ୍ ଷ୍ଟେସନର ସିନିୟର ପୋଲିସ୍ ଇନ୍ସପେକ୍ଟର ଡି.କାମ୍ବଲେଙ୍କ ଅନୁଯାୟୀ, ଗୋରେଗାଓଁର ବିଏମସି କଲୋନୀ ନିକଟରେ ଦୟାଶଙ୍କର ଏ ସୋନି ନାମକ ଅଟୋ ଡ୍ରାଇଭରଙ୍କ ମୃତଦେହ ଶୁକ୍ରବାର ଦିନ ମିଳିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଗାଡି ଛାତ ଉପରେ ଥିବା ବାଡ଼ି ଦ୍ୱାରା ବେକରେ ଫାଶୀ ଲଗାଇଥିଲା ମୃତ ଯୁବକ। ବେକରେ ରଶି ଲାଗିବା ସହିତ ଗାଡିରେ ବସିଥିବା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଥିଲା ପୋଲିସ।

ତାଙ୍କ ପତ୍ନୀଙ୍କ ବିବୃତ୍ତି ଅନୁଯାୟୀ ସୋନି ଜଣେ ମଦ୍ୟପ ଥିଲେ ଏବଂ ସେ ପିଠି ଏବଂ ଆଣ୍ଠୁ ଜନିତ ସମସ୍ୟାରେ ପୀଡିତ ଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ଆତ୍ମହତ୍ୟା ପାଇଁ ସେ କାହାକୁ ସନ୍ଦେହ କରନ୍ତି ନାହିଁ କିମ୍ବା ଦାୟୀ କରନ୍ତି ନାହିଁ। କାମ୍ବଲେ ସୂଚନା ଦେଇଛନ୍ତି ଯେ ପୀଡିତାଙ୍କ ମୃତଦେହକୁ ଗୋରେଗାଓଁର ସିଦ୍ଧାର୍ଥ ଡାକ୍ତରଖାନାକୁ ପଠାଯାଇଛି ଏବଂ ଅଧିକ ତଦନ୍ତ ଚାଲିଛି। (ଏଜେନ୍ସି)