Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ ଲରି ଚାଳକମାନଙ୍କ ପାଇଁ ସରକାର ଜାରୀ କଲେ ଗାଇଡ ଲାଇନ
ଆଜିର ଖବର

ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ ଲରି ଚାଳକମାନଙ୍କ ପାଇଁ ସରକାର ଜାରୀ କଲେ ଗାଇଡ ଲାଇନ

April 25, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ ଲରି ଚାଳକମାନଙ୍କ ପାଇଁ ସରକାର ଜାରୀ କଲେ ଗାଇଡ ଲାଇନ

ନୂଆଦିଲ୍ଲୀ, କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସାରା ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ/ଲରି ଡ୍ରାଇଭରମାନଙ୍କ ପାଇଁ କରଣୀୟ ଏବଂ ବର୍ଜନୀୟ କାର୍ଯ୍ୟ ଦର୍ଶାଉଥିବା ଏକ ଆନିମେସନ ଭିଡିଓ ଚିତ୍ରଣ ଜାରି କରାଯାଇଛି। ଏହି ଆନିମେସନରେ ଲୋକମାନଙ୍କୁ ଟ୍ରକ/ଲରି ଡ୍ରାଇଭରମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଲାଗି ଆହ୍ବାନ କରାଯାଇଛି। କାରଣ କୋଭିଡ-19 ନିୟନ୍ତ୍ରଣ କରିବା ଏବଂ ଜୀବନ ରକ୍ଷା ନିମନ୍ତେ ସରକାରଙ୍କୁ ଲକଡାଉନ ଅବଧି ବଢ଼ାଇବାକୁ ପଡ଼ିଥିବା ବେଳେ ଏମାନେ ଆମ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ କରି ଆମର ଜୀବନକୁ ସହଜ କରିବାରେ ନିୟୋଜିତ ଅଛନ୍ତି।

ଅତ୍ୟନ୍ତ ଆକର୍ଷଣୀୟ ଆନିମେସନ ଜରିଆରେ କରଣୀୟ ଓ ବର୍ଜନୀୟ କାର୍ଯ୍ୟକୁ ଦର୍ଶାଯାଇଛି: 

  • ନୋଭେଲ କରୋନା ଭୂତାଣୁ ରୋଗ (କୋଭିଡ-19) ଠାରୁ ସୁରକ୍ଷା
  • ଟ୍ରକ/ଲରି ଡ୍ରାଇଭରମାନଙ୍କୁ ସମ୍ମାନ ଦିଅନ୍ତୁ ଏବଂ ସହଯୋଗ କରନ୍ତୁ, ଯେଉଁମାନେ ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଯୋଗାଣ ଜାରି ରଖିଛନ୍ତି।
  • ନିଜକୁ ଏବଂ ଅନ୍ୟମାନଙ୍କୁ ସୁରକ୍ଷିତ ରଖନ୍ତୁ ଓ ସୁରକ୍ଷା ନିୟମ ପାଳନ କରନ୍ତୁ।

କ’ଣ କରିବେ :

  • ନିଜକୁ ପରିଷ୍କାର ରଖନ୍ତୁ
  • ଯେତେବେଳେ ସୁଯୋଗ ମିଳୁଛି, ସାବୁନ ଓ ପାଣିରେ ଅତି କମରେ 20 ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୂଅନ୍ତୁ
  • ଗାଡ଼ି ଚଳାଇବା ସମୟରେ/ଗାଡ଼ିରୁ ବାହାରିବା ସମୟରେ ମାସ୍କ ନିଶ୍ଚିତ ଭାବେ ପିନ୍ଧନ୍ତୁ
  • ମାସ୍କ ବ୍ୟବହାର କରିସାରିବା ପରେ ତା’କୁ ସାବୁନ ଓ ପାଣିରେ ଧୋଇ ଶୁଖାଇ ଦିଅନ୍ତୁ
  • ନିଜ ଗାଡ଼ିରେ ସବୁବେଳେ ସାନିଟାଇଜର ରଖନ୍ତୁ
  • ଗାଡ଼ି ଚଳାଇବା ସମୟରେ/ଗାଡ଼ିରୁ ବାହାରକୁ ଆସିବା ସମୟରେ 70 ପ୍ରତିଶତ ଆଲକହଲଯୁକ୍ତ ସାନିଟାଇଜରରେ ହାତ ସଫା କରନ୍ତୁ
  • ନିର୍ଦ୍ଧାରିତ ନିୟମ ଅନୁଯାୟୀ ଗାଡ଼ିରେ ନିଜ ସହିତ ସହାୟକ ଓ ଡ୍ରାଇଭରଙ୍କ ବ୍ୟତୀତ ଅନ୍ୟ କାହାକୁ ନେଇ ଯାତ୍ରା କରନ୍ତୁ ନାହିଁ
  • ପରସ୍ପର ଠାରୁ ଉଚିତ ଦୂରତ୍ବ ରକ୍ଷା କରନ୍ତୁ।
  • ଚେକ ପୋଷ୍ଟ/ଲୋଡିଂ-ଅନଲୋଡିଂ ପଏଣ୍ଟ/ଢାବା ଆଦି ସ୍ଥାନରେ ଅନ୍ୟ ଲୋକମାନଙ୍କ ନିକଟତର ହୁଅନ୍ତୁ ନାହିଁ
  • ନିଜ ଗାଡ଼ିକୁ ସବୁଦିନ ସାନିଟାଇଜ କରନ୍ତୁ

କ’ଣ କରିବେ ନାହିଁ 

  • ଚିରା/ପୁରୁଣା ଏବଂ ଅନ୍ୟ କାହାର ମାସ୍କ ବ୍ୟବହାର କରନ୍ତୁ ନାହିଁ
  • ନିଜ ଗାଡ଼ିରେ ଜଣଙ୍କ ଠାରୁ ଅଧିକ ସହାୟକଙ୍କୁ ବସାଇବାର ଅନୁମତି ଦିଅନ୍ତୁ ନାହିଁ
  • ଅଧିକ ଲୋକଙ୍କ ସହିତ ମିଳାମିଶା କରନ୍ତୁ ନାହିଁ
  • ନିଜର ପରିଚ୍ଛନ୍ନତାକୁ ଅଣଦେଖା କରନ୍ତୁ ନାହିଁ

ଆସନ୍ତୁ, ଆମେ ସମସ୍ତେ ପରସ୍ପରର ଯତ୍ନ ନେବା ଏବଂ କୋଭିଡ-19 ସଂକ୍ରମଣକୁ ପ୍ରତିହତ କରିବା।

ଅତ୍ୟାବଶ୍ୟକ ସାମଗ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ ରଥଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି ଜୋରଦାର; ୨୩ OAS ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ

June 30, 2026

ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟର ବଡ଼ ଝଟକା; ଜନ୍ମଗତ ନାଗରିକତା ଉପରେ ଆଦେଶ ଖାରଜ

June 30, 2026

କାଲିଠୁ କଳା ବ୍ୟାଜ ପିନ୍ଧିବେ ଏସସିବି ଡାକ୍ତର

June 30, 2026

ରେଳ ସୁରକ୍ଷା ଓ ନିରାପତ୍ତାକୁ ଆହୁରି ସୁଦୃଢ଼ କଲା ପୂର୍ବତଟ ରେଳପଥ

June 30, 2026
Latest News

ପୁରୀ ରଥଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି ଜୋରଦାର; ୨୩ OAS ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ

June 30, 2026

ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟର ବଡ଼ ଝଟକା; ଜନ୍ମଗତ ନାଗରିକତା ଉପରେ ଆଦେଶ ଖାରଜ

June 30, 2026

କାଲିଠୁ କଳା ବ୍ୟାଜ ପିନ୍ଧିବେ ଏସସିବି ଡାକ୍ତର

June 30, 2026

ରେଳ ସୁରକ୍ଷା ଓ ନିରାପତ୍ତାକୁ ଆହୁରି ସୁଦୃଢ଼ କଲା ପୂର୍ବତଟ ରେଳପଥ

June 30, 2026

ଆଇଟିଇଆରରେ ୫ଦିନିଆ ମ୍ୟାଥ୍‌ମାଟିକ୍ସ ଇନ୍ ମେସିନ୍ ଲର୍ଣ୍ଣିଂ କର୍ମଶାଳା ଉଦ୍‌ଘାଟିତ

June 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.