ଭୁବନେଶ୍ୱର: ରାଜ୍ୟର ତିନୋଟି ଜିଲ୍ଲା ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ 60 ଘଣ୍ଟିଆ ଲକ୍ଡାଉନ ଅବଧି ଶେଷ ହୋଇଛି। ଏପ୍ରିଲ 23 ତାରିଖରୁ ରାତ୍ରି 10ଟାରୁ 60 ଘଣ୍ଟିଆ ସଟ୍ ଡାଉନ ଘାେଷଣା କରାଯାଇଥିଲା। ସଟ୍ଡାଉନ ଅବଧି ସରିଥିଲେ ବି ଲକଡାଉନ କଟକଣା ପୂର୍ବ ଭଳି ଜାରି ରହିବ ବୋଲି ସୂଚନା ରହିଛି।
ଲକ୍ ଡାଉନ୍ ସମୟରେ କେନ୍ଦ୍ର ନିର୍ଦ୍ଦେଶ ମୁତାବକ କିଛି ଦୋକାନ ଖୋଲିବାକୁ ଅନୁମତି ମିଳିଛି। ଏହିକ୍ରମରେ ରାଜ୍ୟ ସରକାର ମଧ୍ୟ ରାଜ୍ୟରେ କିଛି ଦୋକାନ ଖୋଲିବାକୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି ।
ଏହି ତିନୋଟି ଜିଲ୍ଲାରେ ସଟ୍ଡାଉଡ଼ ଉଠିବା କ୍ଷଣି କିଛି ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି । ତେବେ ଅନୁମତି ଦିଆଯାଇଥିବା ଦୋକାନଗୁଡିକ ମଧ୍ୟରେ ରହିଛି – ବହି ଦୋକାନ, ମୋଟର ସାଇକେଲ୍ ଗ୍ୟାରେଜ୍, ରଡ୍ ସିମେଣ୍ଟ ଦୋକାନ, ତେଜରାତି ଦୋକାନ, ପରିବା ଦୋକାନ । ଏହି ସମସ୍ତ ଦୋକାନ ସକାଳ 6ରୁ ଦିନ ଗୋଟାଏ ଯାଏ ଖୋଲା ରହିବ। ସକାଳ 6ଟାରୁ ରାତି 10ଟାଏ ଯାଏ ଔଷଧ ଦୋକାନ ଖୋଲା ରହିବ । ସେହିପରି ସକାଳ 6ରୁ ସନ୍ଧ୍ୟା 6ଟା ଯାଏ ପେଟ୍ରୋଲ୍ ପମ୍ପ ଖୋଲା ରହିବ ।