Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାନ ଗୁଟଖା ବେପାର ରୋକିବେ ସରପଞ୍ଚ : ସମସ୍ତଙ୍କର ହେବ ସ୍ବାବ ପରୀକ୍ଷା
ଆଜିର ଖବର

ପାନ ଗୁଟଖା ବେପାର ରୋକିବେ ସରପଞ୍ଚ : ସମସ୍ତଙ୍କର ହେବ ସ୍ବାବ ପରୀକ୍ଷା

April 26, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟରେ ପାନ ମସଲା ଉପରେ କଟକଣା ନାହିଁ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
ରାଜ୍ୟରେ ପାନ ମସଲା ଉପରେ କଟକଣା ନାହିଁ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ହେମାଙ୍ଗ ପ୍ରସାଦ ରାଉଳ
ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ କରୋନାକୁ ପ୍ରତିହତ କରିବାପାଇଁ ଗ୍ରାମାଞ୍ଚଳ ଉପରେ ଯଥେଷ୍ଟ ଧ୍ୟାନ ଦିଆଯିବ । କରୋନା ମୁକାବିଲା ପାଇଁ ଗାଁ ଗହଳିରେ ବିକ୍ରି ହେଉଥିବା ପାନ, ଗୁଟଖା, ସୁପାରି ପ୍ରଭୃତି ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବା ପାଇଁ ଜିଲ୍ଲାପାଳ ସରପଞ୍ଚ ମାନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । ନିର୍ଦ୍ଦେଶ ଅମାନ୍ୟ କଲେ ସରପଞ୍ଚ ମାନେ ଥାନାରେ ଏତେଲା ଦେବେ । ଅବହେଳା କଲେ ସରପଞ୍ଚ ମାନଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିଲ୍ କରାଯିବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ଏଥି ସହିତ କ୍ଷୁଦ୍ର ବ୍ୟବସାୟୀ କିମ୍ବା ଅନ୍ୟାନ୍ୟ ବିକାବାଲା ଯେଉଂ ମାନଙ୍କ ବ୍ୟବସାୟ ସ୍ଥାନରେ ଅଧିକ ଗହଳି ହେଉଛି ସେମାନଙ୍କର ମଧ୍ୟ କରୋନା ସ୍ବାବ୍ ପରୀକ୍ଷା କରାଯିବ । କିଛି ବି ଲକ୍ଷଣ ଥିଲେ ଅନ୍ୟୁନ ୩ ଜଣଙ୍କର ସ୍ବାବ୍ ବ୍ଲକ୍ ମାନଙ୍କରୁ ସରପଞ୍ଚ ମାନଙ୍କ ସୁପାରିଶ୍ କ୍ରମେ ପ୍ରତ୍ୟହ ବ୍ରହ୍ମପୁର ଏମକେସିଜି ସ୍ବାବ୍ ପରୀକ୍ଷା କେନ୍ଦ୍ରକୁ ପଠାଯିବ । ଅନ୍ୟାନ୍ୟ ପୌରାଞ୍ଚଳରୁ ଗୋଟିଏ ଲେଖାଏଁ ଓ ବ୍ରହ୍ମପୁର ମହାନଗର ନିଗମରୁ ୧୦ ଟି ସ୍ବାବ୍ ମଧ୍ୟ ପରୀକ୍ଷା ପାଇଁ ପଠାଯିବ । ଏମକେସିଜି ମେଡିକାଲ କଲେଜରେ ପ୍ରତିଦିନ ୯୦ ଟି ସ୍ବାବ୍ ପରୀକ୍ଷା କରାଯାଇ ପାରୁଛି ।

ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ମଇ ୨ ତାରିଖ ସୁଦ୍ଧା ପ୍ରସ୍ତୁତି ଶେଷ କରିବାକୁ ଜିଲ୍ଲାପାଳ କହିଛନ୍ତି । ସମସ୍ତ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ସାହାଯ୍ୟ ପ୍ରାପ୍ତ ବିଦ୍ୟାଳୟ ଗୁଡିକ ମରାମତି, ରଙ୍ଗ ଦେବା ସହିତ ଶୌଚାଳୟରେ ୫ ଫୁଟ ଉଚ୍ଚ ପର୍ଯ୍ୟନ୍ତ ଟାଇଲ୍ ଲାଗିବ । ଉନ୍ନତମାନର ବିଦ୍ୟୁତ୍ ପଙ୍ଖା ଓ ପାଇପ୍ ପାଣି ସଂଯୋଗ ରହିବ ।

କ୍ବାରେଣ୍ଟାଇନ୍ କେନ୍ଦ୍ରକୁ ବାହାର ଫେରନ୍ତା ଆସିବା ପୂର୍ବରୁ ସଂପୃକ୍ତ ଗ୍ରାମରେ ଦୁଇ ଦିନିଆ ସମ୍ପୂର୍ଣ୍ଣ ସଟ୍ ଡାଉନ୍ କରାଯିବ । ସ୍ବାସ୍ଥ୍ୟକର୍ମୀ ଏବଂ ଦାୟୀତ୍ବରେ ଥିବା କର୍ମଚାରୀଙ୍କ ବ୍ୟତୀତ ସେଠାକୁ କେହି ଯାଇପାରିବେ ନାହିଁ । ଯେଉଁମାନେ ପଞ୍ଜିକୃତ ହୋଇଥିବେ, ସରକାରଙ୍କ ପ୍ରଦତ୍ତ ଯାନରେ ଆସିବେ ଏବଂ ନିରବଚ୍ଛିନ୍ନ ଭାବେ ୧୪ ଦିନ କ୍ବାରେଣ୍ଟାଇନ୍ ରେ ରହିବେ ସେମାନଙ୍କୁ ୨୦୦୦ଟଙ୍କା ପ୍ରୋତ୍ସାହନ ମିଳିବ । ବ୍ୟକ୍ତିଗତ ଯାନରେ ଆସିଲେ କିମ୍ବା କ୍ବାରେଣ୍ଟାଇନ୍ ନ ମାନିଲେ ସେମାନଙ୍କୁ ପ୍ରୋତ୍ସାହନ ରାଶି ମିଳିବ ନାହିଁ । ଜିଲ୍ଲାପାଇଂ ସମାନ ଧରଣର ନିତ୍ୟ ବ୍ୟବହାର‌୍ୟ୍ୟ କିଟ୍ କରାଯିବ ଏବଂ ସେଗୁଡିକରେ ୫୦୦ଟଙ୍କା ମୂଲ୍ୟର ସାମଗ୍ରୀ ରହିବ । କ୍ବାରେଣ୍ଟାଇନ୍ କେନ୍ଦ୍ରଗୁଡିକରେ ବାଛବିଚାର ନ କରି ସମସ୍ତଙ୍କୁ ସମାନ ଧରଣର ଦେଖାରଖା କରାଯିବ । ସରପଞ୍ଚମାନେ ବାହାର ରାଜ୍ୟରେ ଥିବା ତାଙ୍କ ପଞ୍ଚାୟତ ବାସୀନ୍ଦାଙ୍କ ମଧ୍ୟରୁ ଜଣକ ସହିତ ଟେଲିଫୋନ୍ ଯୋଗାଯୋଗରେ ରହିବେ । ଉକ୍ତ ବ୍ୟକ୍ତି ସଂପୃକ୍ତ ଲୋକମାନଙ୍କୁ ସାଙ୍ଗରେ ଧରି ଦାୟୀତ୍ବର ସହ ଫେରିବେ ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ,ଅମୀୟ କୁମାର ସାହୁ, ଜିଲ୍ଲା ଶିଳ୍ପକେନ୍ଦ୍ର ପରିଚାଳକ ଅନାମ ଚରଣ ପାତ୍ର, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ ।

gutkha Lockdown
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

February 24, 2026
Latest News

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

February 24, 2026

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.