Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିନ୍ତା ବଢାଉଛି କୋଲକାତା ଲିଙ୍କ୍‌ : ପୁଣି ଛଅ ଆକ୍ରାନ୍ତଙ୍କର ରହିଛି କୋଲାକାତା ଲିଙ୍କ୍‌
ଆଜିର ଖବର

ଚିନ୍ତା ବଢାଉଛି କୋଲକାତା ଲିଙ୍କ୍‌ : ପୁଣି ଛଅ ଆକ୍ରାନ୍ତଙ୍କର ରହିଛି କୋଲାକାତା ଲିଙ୍କ୍‌

April 26, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ରାଜ୍ୟରେ କୋଲକତା ଲିଙ୍କ ଚିନ୍ତା ବଢାଉଛି। ଗତକାଲି ଚିହ୍ନଟ ହୋଇଥିବା ଛଅ ଆକ୍ରାନ୍ତଙ୍କର ରହିଛି କୋଲକତା ଲିଙ୍କ୍‌। କେସ୍‌ ନଂ 95ରୁ 100 ପର୍ଯ୍ୟନ୍ତ 6 ଜଣ ଆକ୍ରାନ୍ତଙ୍କ କୋଲକାତା ଲିଙ୍କ୍‌ ରହିଛି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ରାଜ୍ୟରେ 8 ଜଣ କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ତଥ୍ୟ ଜାରି କରିଛନ୍ତି ରାଜ୍ୟ ସରକାର । ଆଜି କେସ୍ ନମ୍ବର 95ରୁ 102 ପର୍ଯ୍ୟନ୍ତ 8 ଜଣ ଆକ୍ରାନ୍ତଙ୍କ ତଥ୍ୟ ଜାରି କରାଯାଇଛି।

କୋଲକାତା ଲିଙ୍କ୍‌ ଥିବା ସମସ୍ତ ଛଅ ଜଣ ଯାକ ଯାଜପୁର ଜିଲ୍ଲାର ବୋଲି ସୂଚନା ରହିଛି। ଅନ୍ୟ ଦୁଇ କରୋନା ଆକ୍ରାନ୍ତ କେସ୍‌ ନମ୍ବର 101 ଓ 102 ସୁନ୍ଦରଗଡ ଜିଲ୍ଲାର। ଏହି ଦୁଇ ଆକ୍ରାନ୍ତ କେସ୍‌ ନମ୍ବର 69 ଦ୍ବାରା ସଂକ୍ରମିତ ହୋଇଛନ୍ତି।

95 ନମ୍ବର ଆକ୍ରାନ୍ତ 23 ବର୍ଷର ଯୁବକ ହୋଇଥିବା ବେଳେ ସେ 29 ମାର୍ଚ୍ଚରେ ବୋଲେରୋ ଯୋଗେ 6 ଜଣଙ୍କ ସହ ନିଜ ଗାଁ କଟିକଟା ଫେରିଥିଲେ। ସେହିପରି 96, 97, 98 ନମ୍ବର ଆକ୍ରାନ୍ତ ବି ଦଶରଥପୁର ବ୍ଲକ କଟିକଟା ଗାଁର । ସେମାନେ 29 ତାରିଖରେ କୋଲକାତାରୁ ଫେରିଥିଲେ ।

କେସ୍‌ ନମ୍ବର 99 ଦଶରଥପୁର ବ୍ଲକର ମହାନ୍ତି ପାଟଣା ବୋଲିଜଣାପଡିଛି । ସେ ମାର୍ଚ୍ଚ 29 ତାରିଖରେ ଆଠ ଜଣ ଯାତ୍ରୀଙ୍କ ସହ ଏକ ବୋଲେରୋ ଭଡା କରି ବାଲେଶ୍ବରରୁ ନିଜ ଗ୍ରାମରେ ପହଞ୍ଚିଥିଲେ । 29ରୁ ଏପ୍ରିଲ୍‌ 20 ପର୍ଯ୍ୟନ୍ତ ହୋମ୍‌ କ୍ବାରେଣ୍ଟିନ୍‌ରେ ରହୁଥିଲେ । ପରେ ସରକାରୀ କ୍ବାରେଣ୍ଟିନ୍‌ ସେଣ୍ଟରରୁ ଏପ୍ରିଲ୍‌ 21ରୁ ଏପ୍ରିଲ୍‌ 25 ତାରିଖ ପର୍ଯ୍ୟନ୍ତ ରହିଥିଲେ । 25 ତାରିଖ ଦିନ ପଜିଟିଭ୍‌ ଆସିବା ପରେ ତାଙ୍କୁ ଟାଟା କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧାରେ ୪୦, ୮୧୧ କୋଟି ଟଙ୍କା ନିବେଶରେ ୩୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

April 9, 2026

ଆଜିଠୁ ‘୮ମ ପୋଷଣ ପକ୍ଷ ୨୦୨୬’

April 9, 2026

ସିଜିମାଳିରେ ପୋଲିସ୍ ଦମନ ଓ ନିଷେଧାଦେଶ ଜାରିକୁ ଚାରି ବାମ ଦଳର ତୀବ୍ର ନିନ୍ଦା

April 9, 2026

କମଳା ଜଳବିଦ୍ୟୁତ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ: ୨୬୦୭୦ କୋଟି ନିବେଶ

April 9, 2026
Latest News

ଖୋର୍ଦ୍ଧାରେ ୪୦, ୮୧୧ କୋଟି ଟଙ୍କା ନିବେଶରେ ୩୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

April 9, 2026

ଆଜିଠୁ ‘୮ମ ପୋଷଣ ପକ୍ଷ ୨୦୨୬’

April 9, 2026

ସିଜିମାଳିରେ ପୋଲିସ୍ ଦମନ ଓ ନିଷେଧାଦେଶ ଜାରିକୁ ଚାରି ବାମ ଦଳର ତୀବ୍ର ନିନ୍ଦା

April 9, 2026

କମଳା ଜଳବିଦ୍ୟୁତ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ: ୨୬୦୭୦ କୋଟି ନିବେଶ

April 9, 2026

ରାଜସ୍ଥାନରେ ଏଚ୍ଆରଆରଏଲ ପାଇଁ ମୂଲ୍ୟ ଓ ଇକ୍ୱିଟି ନିବେଶ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ

April 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.