Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ମୁକାବିଲା ପାଇଁ 13 ଜଣ ବରିଷ୍ଠ ଅଧିକାରୀଙ୍କୁ ଦିଆଗଲା ଦାୟିତ୍ବ: ଜାଣନ୍ତୁ କେଉଁ ଅଧିକାରୀଙ୍କୁ ମିଳିଲା କେଉଁ ଦାୟିତ୍ବ
ଆଜିର ଖବର

କରୋନା ମୁକାବିଲା ପାଇଁ 13 ଜଣ ବରିଷ୍ଠ ଅଧିକାରୀଙ୍କୁ ଦିଆଗଲା ଦାୟିତ୍ବ: ଜାଣନ୍ତୁ କେଉଁ ଅଧିକାରୀଙ୍କୁ ମିଳିଲା କେଉଁ ଦାୟିତ୍ବ

April 26, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : କୋଭିଡ-19 ମହାମାରୀ ପାଇଁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେଥିପାଇଁ ସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଜି ରାଜ୍ୟ ସରକାର 13 ଜଣ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ଦାୟିତ୍ବ ପ୍ରଦାନ କରିଛନ୍ତି। ସେଗୁଡିକ ହେଲା

1- ସୁରେଶ ମହାପାତ୍ର ଓ ସୌରଭ ଗର୍ଗ- ରାଜ୍ୟରେ କୋଭିଡ୍‌ ହସ୍ପିଟାଲ୍‌ ପ୍ରତିଷ୍ଠା ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

ସେହିପରି ବରିଷ୍ଠ ଅଧିକାରୀ ପ୍ରଦୀପ୍ତ ମହାପାତ୍ରଙ୍କୁ ସାମାଜିକ ଦୂରତ୍ବ ସମ୍ପର୍କିତ ଆଇନ୍‌ ପ୍ରଣୟନର ଚୂଡାନ୍ତୀକରଣ ନିମନ୍ତେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆ ତଥା ଲୋକକଲ୍ୟାଣ ପରିଚାଳନା ନିମେନ୍ତ ସଞ୍ଜୀବ ଚୋପ୍ରାଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। କୋଭିଡ୍‌ -19 ସମ୍ପର୍କିତ ତାଲିମ୍‌ ପ୍ରଦାନ ନିମେନ୍ତ ଅନୁ ଗର୍ଗଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ପ୍ରବାସୀ ଓଡ଼ିଆଙ୍କ ପଞ୍ଜୀକରଣ ଦାୟିତ୍ବକୁ ଅତିରିକ୍ତ ଭାବେ କ୍ରିଷ୍ଣନକୁମାରଙ୍କୁ ଦିଆଯାଇଛି।

ଯୋଗାଣ ଏବଂ ଦରକାରୀ ଜିନିଷର ପରିବହନ ନିମେନ୍ତ  ସୁରେନ୍ଦ୍ର କୁମାରଙ୍କୁ ଅତିରିକ୍ତ ଦାୟିତ୍ବ ମିଳିଛି। ଅତ୍ୟାବଶ୍ୟକ ଚିକିତ୍ସା ଉପକରଣ ଓ ଯୋଗାଣ ନିମେନ୍ତ ହେମନ୍ତ ଶର୍ମାଙ୍କୁ ଅତିରିକ୍ତ ଦାୟିତ୍ବ ମିଳିଛି।

ମୁଖ୍ୟ ସଚିବଙ୍କ ଓଏସ୍‌ଡି ଭାବେ ବିଶାଲ୍‌ ଦେବ, ସଚିନ୍‌ ଆର୍‌ ଯାଦବ, ଆର୍‌ ଭିନିଲ୍‌ କ୍ରିଷ୍ଣାଙ୍କୁ ଅତିରିକ୍ତ ଦାୟିତ୍ବ ମିଳିଛି।

ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ନିମେନ୍ତ ଅରବିନ୍ଦ ଅଗ୍ରଓ୍ବାଲ, ବି,ଏସ୍‌ ପୋନିଆ, 2017 ବ୍ୟାଚ୍‌ର ଆଇଏଏସ୍‌ ଅଫିସ୍‌ର ଥିବା ସୋମେଶ କୁମାର ଉପାଧ୍ୟୟ, ପି. ଅନ୍ବେଷା ରେଡ୍ଡି ଏବଂ ହେମାକାନ୍ତ ସାୟ, ଆଇପିଏସ୍‌ ଘନଶ୍ୟାମ ଉପାଧାର୍ୟ, ଆଇପିଏସ୍‌ ଜେଏନ୍‌ ପଙ୍କଜ ଓ ଆଇପିଏସ୍‌ ଅନିରୁଦ୍ଧ କୁମାର ସିଂଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

ପ୍ରବାସୀ ଓଡ଼ିଆ, ତଥା ବିଦେଶୀ ଓଡିଆ ଫେରନ୍ତାଙ୍କ ପଞ୍ଜିକରଣ ନିମନ୍ତେ ଅବସ୍ଥାପିତ ହୋଇଥିବା କଲ୍‌ ସେଣ୍ଟରଗୁଡିକୁ ତଦାରଖ କରିବା ନିମେନ୍ତ ନିମ୍ନଲିଖିତ ଅଧିକାରୀମାନଙ୍କୁ ଦାୟିତ୍ବ ଦିଆଯାଇଛି।

ଆଇପିଏସ୍‌ ଅମିତାଭ ଠାକୁର୍‌

ଆଇପିଏସ୍‌ ସଞ୍ଜୀବ ପଣ୍ଡା

ଆଇପିଏସ୍‌ ସାର୍ଥକ ଷଡଙ୍ଗୀ

ଆଇଏଫ୍‌ଏସ୍‌ ଜି. ରେଘୁ

ଆଇଏଏସ୍‌ ଦିବାକର ଟିଏସ୍‌

ଆଇଏସ୍‌ ଆଶିଷ ପାଟିଲ।

ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କ ଲାଗି ବିଭିନ୍ନ ରାଜ୍ୟ ସହିତ ସମନ୍ୱୟ ରକ୍ଷା ନିମେନ୍ତ  ନିମ୍ନଲିଖିତ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି।

ତେଲେଙ୍ଗାନା  ପାଇଁ  ଆଇଏଏସ୍‌ ଓ୍ବାଇ ବିଜୟ,

ଆନ୍ଧ୍ରପ୍ରଦେଶ ପାଇଁ  ଆଇଏଏସ୍‌ ବି ପରମେଶ୍ବରମ୍‌

ପଶ୍ଚିମବଙ୍ଗ ନିମେନ୍ତ ଆଇଏଏସ୍‌ ଭାସ୍କର ଜ୍ୟୋତି ଶର୍ମା

ଗୁଜୁରାଟ ନିମେନ୍ତ ଆଇଏଏସ୍‌ ନିତିନ୍‌ ଜଓ୍ବାଲେ

ମହାରାଷ୍ଟ୍ର ନିମେନ୍ତ ଆଇଏଏସ୍‌ ରାଜେଶ ପି. ପାଟିଲ୍‌

ତାମିଲନାଡୁ ପାଇଁ ଆଇଏଏସ୍‌ ଚିତ୍ରା ଅରୁମୁଗମ୍‌

ବିହାର ଓ ଝାଡଖଣ୍ଡ ନିମେନ୍ତ ଆଇଏଏସ୍‌ ମହମ୍ମଦ ସିଦ୍ଦିକ୍‌ ଆଲାମ୍‌

କେରଳ ପାଇଁ ଆଇଏଏସ୍‌ ଏମ୍‌., ମୁଥୁକୁମାର

ନୂଆଦିଲ୍ଲୀ ଏନ୍‌ସିଆର୍‌ ପାଇଁ ଆଇଏଏସ୍‌ ସଞ୍ଜୀବ ମିଶ୍ର

ବାକି ରହିଯାଇଥିବା ଅନ୍ୟ ରାଜ୍ୟ ପାଇଁ ଆଇପିଏସ୍‌ ଅମିତାଭ ଠାକୁରଙ୍କୁ ଦାୟିତ୍ବ ଦିଆଯାଇଛି।

କରୋନା ମୁକାବିଲା ପାଇଁ ପ୍ରବାସୀ ଓଡ଼ିଆ ତଥା ଜିଲ୍ଲାଓ୍ବାରୀ କରୋନା ମୁକାବିଲା ନିମେନ୍ତ ଚାଲିଥିବା ବିଭିନ୍ନ କାର୍ଯ୍ୟର ତଦାରଖ ନିମେନ୍ତ 22 ଆଇଏଏସ୍‌ ଅଫିସରଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି।

ଭୁବନେଶ୍ବର ପାଇଁ ଅନୁ ଗର୍ଗ ଓ ଏନ ତିରୁମାଲା ନାୟକଙ୍କୁ ଦାୟିତ୍ବ ଦିଆଯାଇଛି। ବାଲେଶ୍ବର ଓ ଭଦ୍ରକ ଦାୟିତ୍ବରେ ମଧୁସୂଦନ ପାଢୀ ଓ ରତ୍ନାକର ରାଉତ। କଟକ ସହର ଓ ଗ୍ରାମାଞ୍ଚଳ ପାଇଁ ସୌରଭ ଗର୍ଗ ଓ ସୁଶାନ୍ତ ମହାପାତ୍ରଙ୍କୁ ଦାୟିତ୍ବ ଦିଆଯାଇଛି । ଗଞ୍ଜାମ ଓ ଗଜପତି ଜିଲ୍ଲା ଦାୟିତ୍ବରେ ଜି ମାଥିଉତନାନ ଓ କ୍ରିଷ୍ଣନ କୁମାର, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା ଦାୟିତ୍ବରେ ରହିଛନ୍ତି ହେମନ୍ତ ଶର୍ମା ଓ ସୁରେଶ ଦଳାଇ। ଅନୁଗୁଳ, ଦେବଗଡ, ଢେଙ୍କାନାଳ ଦାୟିତ୍ବରେ ରହିଛନ୍ତି ବିଷ୍ଣୁପଦ ସେଠୀ, ଗୋପବନ୍ଧୁ ଶତପଥୀ। ବଲାଙ୍ଗିର, ବରଗଡ, ନୂଆପଡା ଦାୟିତ୍ବରେ ସୁଶୀଲ ଲୋହାନୀ, ବେଣୁଧର ବେହେରା ରହିଛନ୍ତି।

iasofficer
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମର୍ଥନରେ ଛାଡିଥିଲେ ପଦବୀ: ଏବେ ପ୍ରତ୍ୟାହାର କଲେ ଇସ୍ତଫା

January 31, 2026

ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ “ବୁଦ୍ଧ ସଂଘରେ ୪୦ ବର୍ଷ” ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

January 31, 2026

ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେଲେ ଓଡିଶାର ଆଉ ତିନି ବରିଷ୍ଠ ଆଇଏଏସ ଅଧିକାରୀ

January 31, 2026

NSE IPO: ପ୍ରସ୍ତାବିତ ଆଇପିଓ ପାଇଁ ସେବିଠାରୁ ଏନଓସି ହାସଲ କଲା ଏନଏସଇ

January 31, 2026
Latest News

Union Budget 2026: ଆସନ୍ତାକାଲି ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ

January 31, 2026

ଆରବ ବୈଦେଶିକ ମନ୍ତ୍ରୀଙ୍କ ପ୍ରତିନିଧି ଦଳକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 31, 2026

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମର୍ଥନରେ ଛାଡିଥିଲେ ପଦବୀ: ଏବେ ପ୍ରତ୍ୟାହାର କଲେ ଇସ୍ତଫା

January 31, 2026

ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ “ବୁଦ୍ଧ ସଂଘରେ ୪୦ ବର୍ଷ” ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

January 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.