ରାଜ୍ୟରେ ପୁଣି 5 କରୋନା ପଜିଟିଭ୍‌ ଚିହ୍ନଟ

Published: Apr 27, 2020, 8:04 am IST

ଭୁବନେଶ୍ବର : ଆଜି ରାଜ୍ୟରେ ପୁଣି 5 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଆକ୍ରାନ୍ତ ବାଲେଶ୍ବରରୁ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍‌ସାଇଟରୁ ସୂଚନା ମିଳିଛି । ଏହି ନୂତନ 5 ଜଣ ଚିହ୍ନଟ ହେବା ପରେ ବାଲେଶ୍ବର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 15କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ମୋଟ୍‌ ଆକାନ୍ତଙ୍କ ସଂଖ୍ୟା 108କୁ ବୃଦ୍ଧି ହୋଇଛି ।

ରାଜ୍ୟରେ ଗତ 24 ଘଣ୍ଟା ମଧ୍ୟରେ ମୋଟ୍‌ 2287ଟି ନମୁନା ପରୀକ୍ଷା ହୋଇଛି । ଏଯାବତ୍‌ ମୋଟ୍‌ 25 ହଜାର 103ଟି ନମୁନା ପରୀକ୍ଷା ହୋଇଛି । ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 108କୁ ବୃଦ୍ଧି ହୋଇଥିବାବେଳେ 72 ଜଣ ଚିକିତ୍ସାଧୀନ ରହିଛନ୍ତି । 35 ଜଣ ସୁସ୍ଥ ହୋଇଥିବାବେଳେ  ଜଣକର ମୃତ୍ୟୁ ଘଟିଛି ।

Related posts